ETV Bharat / bharat

ଲାଉଡସ୍ପିକରରେ ଆଜାନକୁ ନେଇ ଜାଭେଦ ଅଖତରଙ୍କ ବିବାଦୀୟ ବୟାନ

ଲୋକପ୍ରିୟ ସିଙ୍ଗର ସୋନୁ ନିଗମଙ୍କ ପରେ ଲାଉଡ ସ୍ପିକରରେ ଆଜାନ ପଢିବା ନେଇ ଟିପ୍ପଣୀ ରଖିଲେ ସଙ୍ଗିତକାର ଜାଭେଦ ଅଖତର । ଅଧିକ ପଢନ୍ତୁ...

author img

By

Published : May 10, 2020, 11:57 AM IST

ଲାଉଡସ୍ପିକରରେ ଆଜାନ ଦେବାକୁ ନେଇ ବିବାଦୀୟ ଟିପ୍ପଣୀ ଦେଲେ ଗୀତିକାର ଜାଭେଦ ଅଖତର

ମୁମ୍ବାଇ: ଲାଉଡ ସ୍ପିକରରେ ଆଜାନ ଦେବାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର । ତେବେ ଲାଉଡ ସ୍ପିକରରେ ଆଜାନ ପଢିବା ଦ୍ବାରା ସେଥିରୁ ବାହାରୁଥିବା ଶବ୍ଦ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡୁଥିବା ସେ କହିଛନ୍ତି । ଜାଭେଦ କହିଛନ୍ତି ଯେ, ଲାଉଡ ସ୍ପିକରରେ ଆଜାନ ଦେବା ବନ୍ଦ କରିବା ଉଚିତ । ଏହା ସମସ୍ୟା ସୃଷ୍ଟି କରୁଛି ।

ଜାଭେଦ ଅଖତର ଏକ ଟୁଇଟ୍‌ରେ ଲେଖିଛନ୍ତି, '50 ବର୍ଷ ପାଇଁ ଲାଉଡ ସ୍ପିକରରେ ଆଜାନ ଦେବା ହରାମ ଥିଲା, କିନ୍ତୁ ବର୍ତ୍ତମାନ ଏହା ହଲାଲ ହେବା ପରେ ମଧ୍ୟ ଶେଷ ହୋଇନାହିଁ। ଆଶା କରେ, ଲୋକମାନେ ଅନ୍ୟମାନଙ୍କୁ ହେଉଥିବା ସମସ୍ୟାକୁ ବୁଝିବା ଉଚିତ୍ ଏବଂ ଲାଉଡ ସ୍ପିକର ଆଜାନ ଦେବା ନିଜ ଆଡୁ ବନ୍ଦ କରିବା ଉଚିତ୍ ।

ଜାଭେଦ ଅଖତରଙ୍କ ଟ୍ୱିଟ ଏକ ନୂଆ ବିତର୍କ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, କାହିଁକିନା ଏହା ପୂର୍ବରୁ ଏହି ବିଷୟକୁ ନେଇ ଅନେକ ତର୍କବିତର୍କ ଓ ସମସ୍ୟା ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ ଯେ, ବଲିଉଡର ଗାୟକ ସୋନୁ ନିମଗ ମଧ୍ୟ ଏହା ପୂର୍ବରୁ ଲାଉଡ ସ୍ପିକରରେ ନମାଜ ପଢାକୁ ନେଇ ବିରୋଧ କରିଥିଲେ । ସେହି ସମୟର ଏହାକୁ ନେଇ ଅନେକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ କହିଛନ୍ତି ଯେ ତାଙ୍କ ଘର ଚାରିପାଖରେ ଅନେକ ମସଜିଦ ଅଛି। ତାଙ୍କୁ ସକାଳୁ ସକାଳୁ ସବୁଦିନ ଆଜାନ ଶୁଣିବାକୁ ପଡୁଛି, ଯେତେବେଳେ ତାଙ୍କୁ ଶୁଣିବାକୁ ଇଚ୍ଛା ନାହିଁ ।

ଏହାପୂର୍ବରୁ ଜାଭେଦ ଅଖତର ଏକ ସରକାରୀ ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି ଲେଖିଥିଲେ ଯେ ଲକଡାଉନ ସମୟରେ ମଦ ଦୋକାନ ଖୋଲିବା ଏକ ବିପର୍ଯ୍ୟସ୍ତ ଭଳି ନିଷ୍ପତ୍ତି । ସେ କହିଛନ୍ତି ଯେ ଏହି ସମୟରେ ଅନେକ ସର୍ଭେ କରାଯାଇଛି ଯେଉଁଥିରେ ଜଣାପଡିଛି ଯେ ଘରୋଇ ହିଂସା ମାମଲା ଲକଡାଉନରେ ବହୁଗୁଣିତ ହୋଇଛି। ଏପରି ପରିସ୍ଥିତିରେ ମଦ୍ୟପାନ କରିବା ଶିଶୁ ଏବଂ ମହିଳାଙ୍କ ପାଇଁ ଅଧିକ କଷ୍ଟସାଧ୍ୟ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.