ETV Bharat / bharat

ବିଇଓଙ୍କ ଉଦାରତା, ମଧ୍ୟାହ୍ନଭୋଜନ ପାଇଁ ଦେଉଛନ୍ତି ଗୋଟିଏ ଦିନର ଦରମା - ବିଇଓଙ୍କ ଉଦାରତା

ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଯୋଜନାକୁ ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ କରାଯିବ ବୋଲି ସରକାର କହିଛନ୍ତି । ତେବେ ଏହାର ଅବ୍ୟବହିତ ପୂର୍ବରୁ ଜଣେ ବ୍ଲକ ଶିକ୍ଷାଧିକାରୀ ଏହାର ଆରମ୍ଭ କରିଛନ୍ତି । ନିଜର ଗୋଟିଏ ଦିନର ଦରମା ସ୍କୁଲକୁ ଦାନ କରିବା ସହିତ ସେହି ଅର୍ଥରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 22, 2019, 11:00 AM IST

ରାୟପୁର: ବର୍ତ୍ତମାନ ସମୟରେ ଅନେକ ବିବାଦ ଘେରରେ ଛନ୍ଦି ହୋଇ ପଡ଼ୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) । ଛତିଶଗଡ଼ ଜଶପୁର ଶିକ୍ଷା ଉପଖଣ୍ଡର ବିଇଓ ପ୍ରତ୍ୟେକ ମାସର ଦିନକର ଦରମା ଉପଖଣ୍ଡରେ ଥିବା ବିଭିନ୍ନ ସ୍କୁଲକୁ ଦାନ କରିଥାନ୍ତି । ଫଳରେ ସେହି ଅର୍ଥ ପିଲାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ଲାଗିଥାଏ ।

ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ । ତେବେ ଏହାକୁ ଅପେକ୍ଷା ନ କରି ରାଜ୍ୟର ଜଣେ ବ୍ଲକ ଶିକ୍ଷାଧିକାରୀ ନିଜ ପାରିଶ୍ରମିକରୁ ଖର୍ଚ୍ଚ କରି ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଆସୁଛନ୍ତି । ତେବେ ଏହି କାର୍ଯ୍ୟ କରୁଥିବା ଶିକ୍ଷାଧିକାରୀ ଜଣକ ହେଉଛନ୍ତି ବଗିଚା ଜନପଦ ଶିକ୍ଷାଖଣ୍ଡର ମନିରାମ ଯାଦବ ।

ସେ ପ୍ରତ୍ୟେକ ମାସର ଉପଖଣ୍ଡ ଅନ୍ତର୍ଗତ ସ୍କୁଲକୁ ନିଜର ଗୋଟିଏ ଦିନର ଦରମା ଦାନ କରିଥାନ୍ତି । ଏହା ସହ ସେ ଖାଦ୍ୟର ମାନ ଯାଞ୍ଚ କରିଥାନ୍ତି । ପିଲାମାନଙ୍କ ସହିତ ମିଶି ଖାଦ୍ୟ ମଧ୍ୟ ଖାଇଥାନ୍ତି । ଏପର୍ଯ୍ୟନ୍ତ ସେ ପ୍ରାୟ ଶତାଧିକ ସ୍କୁଲ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଖୁଆଇ ସାରିଲେଣି । ତେବେ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ପାଇଁ ମଟର-ପନିର, ଦୁଇ ପ୍ରକାର ତରକାରୀ, ପୁରି, ଭାତ, ଡ଼ାଲି, ଖିରୀ, ପାମ୍ପଡ଼ ଏବଂ ସାଲାଡ ହେଉଥିବା ଜଣାପଡ଼ିଛି ।

ତେବେ ଏହି ଶିକ୍ଷାଧିକାରୀଙ୍କୁ ଅତି ନିକଟରେ ପାଇ ପିଲାମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ପାଠ ପଢ଼ାରେ ଆସୁଥିବା ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ଅବଗତ କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.