ETV Bharat / bharat

ସୁପର-30ରେ ପାଠ ପଢାଇବେ ଜାପାନ ଯୁବକ - ସୁପର-30ର ସଂସ୍ଥାପକ ଆନନ୍ଦ କୁମାର

ଜାପାନର ତିନି ଯୁବକ ଭାରତର ଚର୍ଚ୍ଚିତ ଶିକ୍ଷଣ ସଂସ୍ଥାନ ସୁପର-30ରେ ପିଲା ମାନଙ୍କୁ ଶିକ୍ଷାଦାନ କରିବେ । ଜାପାନର ଏହି ତିନି ଯୁବକ ଏଥିପାଇଁ ସୁପର-30ର ସଂସ୍ଥାପକ ଆନନ୍ଦ କୁମାରଙ୍କୁ ତାଙ୍କ ପାଟନା ସ୍ଥିତ ବାସଗୃହରେ ଭେଟିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 23, 2020, 9:58 PM IST

ପାଟନା: ଜାପାନର ତିନି ଯୁବକ ଭାରତର ଚର୍ଚ୍ଚିତ ଶିକ୍ଷଣ ସଂସ୍ଥାନ ସୁପର-30ରେ ପିଲା ମାନଙ୍କୁ ଶିକ୍ଷାଦାନ କରିବେ । ଜାପାନର ଏହି ତିନି ଯୁବକ ଏଥିପାଇଁ ସୁପର-30ର ସଂସ୍ଥାପକ ଆନନ୍ଦ କୁମାରଙ୍କୁ ତାଙ୍କ ପାଟନା ସ୍ଥିତ ବାସଗୃହରେ ଭେଟିଛନ୍ତି । ତାଙ୍କ ସହ ମିଶି ସେ ଛାତ୍ରଙ୍କୁ ଶିକ୍ଷାଦାନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

କୋଟାରୁ ଫୁକୁଓକାଙ୍କ ନେତୃତ୍ବରେ ଏହି ତିନି ଜଣିଆ ସଦସ୍ୟ ରବିବାର ପାଟନାରେ ପହଞ୍ଚିବା ସହ ଆନନ୍ଦ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଏହି ଯୁବକ ମାନେ ଟୋକିଓ ବିଶ୍ବ ବିଦ୍ୟାଳୟରେ ସ୍ନାତ୍ତକ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜାପାନୀ ଯୁବକଙ୍କ କହିବା ଅନୁଯାୟୀ ଆନନ୍ଦ ଭାରତ ଭଳି ଜାପାନରେ ମଧ୍ୟ ଲୋକପ୍ରିୟ ।

ଜାପାନୀ ଯୁବକଙ୍କ ଏହି ଆଗ୍ରହକୁ ନେଇ ଆନନ୍ଦ କୁମାର ଏହା ଏକ ସୁଖଦ ଓ ଆଶ୍ଚର୍ଯ୍ୟକର ଘଟଣା ଥିଲା ବୋଲି କହିଛନ୍ତି । ଏହାସହ ଛାତ୍ରମାନଙ୍କ ପାଇଁ ମଧ୍ୟ ଏକ ନୂତନ ଅନୁଭୂତି ଆଣିଦବେ ବୋଲି ସେ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ଶିକ୍ଷାଦାନ ସେମାନଙ୍କୁ ମିଳିବ ବୋଲି କହିଛନ୍ତି ଆନନ୍ଦ କୁମାର ।

ପୂର୍ବରୁ ଜାପାନର ଅନେକ ଗଣମାଧ୍ୟମ ଆନନ୍ଦ କୁମାରଙ୍କ ସୁପର -30କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଆନନ୍ଦ କୁମାର ହେଉଛନ୍ତି ଭାରତୀୟ ଶିକ୍ଷାବିତ୍‌ ଓ ଗଣିତଜ୍ଞ । 2002 ମସିହାରୁ ସେ ଗରିବ ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହିତ ଆଇଆଇଟି ଓ ଜେଇଇ ପାଇଁ ଫ୍ରି କୋଚିଂ ଦେଇ ଆସୁଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.