ETV Bharat / bharat

ଜେଏସପି-ବିଜେପି ମେଣ୍ଟ: ନଡ୍ଡାଙ୍କୁ ଭେଟିଲେ ପୱନ କଲ୍ୟାଣ - Jana Sena Party Chief Pawan Kalyan

ଜନସେନା ଦଳ ମୁଖ୍ୟ ପୱନ କଲ୍ୟାଣ ନବନିଯୁକ୍ତ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

Pawan Kalyan meets  Jagat Prakash Nadda
ନଡ୍ଡାଙ୍କୁ ଭେଟିଲେ ପୱନ କଲ୍ୟାଣ
author img

By

Published : Jan 23, 2020, 11:54 AM IST

ନୂଆଦିଲ୍ଲୀ: ଜନସେନା ଦଳ ମୁଖ୍ୟ ପୱନ କଲ୍ୟାଣ ନବନିଯୁକ୍ତ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଗତ 16 ତାରିଖରେ ଉଭୟ ଦଳ ଆନ୍ଧ୍ରପ୍ରଦେଶରେ ମେଣ୍ଟ ଗଠନ କରିଛନ୍ତି । ତେବେ ବିଭିନ୍ନ ଦଳୀୟ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିପାରନ୍ତି । ଆସନ୍ତା 2024 ନିର୍ବାଚନ ପାଇଁ ଉଭୟ ଦଳ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ଅମରାବତୀକୁ ନେଇ ଅନେକ ବିବାଦ ଦେଖାଯାଉଛି । ଗୋଟିଏ ପଟେ ୱାଇଏସ ଜଗନ୍ମମୋହନ ରେଡ୍ଡୀ ଓ ଅନ୍ୟପଟେ ପୱନ କଲ୍ୟାଣ । ୱାଇଏସ ଜଗନ୍ମମୋହନ ରେଡ୍ଡୀଙ୍କ ସରକାର ତିନି-ରାଜଧାନୀ ନୀତିକୁ ଗ୍ରହଣ କରିଥିବାବେଳେ ପୱନ କଲ୍ୟାଣ ଏହାକୁ ବିରୋଧ କରୁଛନ୍ତି । ଅମରାବତୀରେ ହିଁ ରାଜଧାନୀକୁ ରଖିବାକୁ ଜନସେନା ଦଳ ପକ୍ଷରୁ ପ୍ରଚେଷ୍ଟା କରାଯାଉଛି ।

ସେହିପରି ଗତ ସୋମବାର ଜଗନ୍ମମୋହନ ରେଡ୍ଡୀ ସରକାର ତିନି-ରାଜଧାନୀ ନୀତିକୁ କ୍ୟାବିନେଟରେ ପାରିତ କରିଛି । ଯାହାକୁ ନେଇ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ପ୍ରବଳ ବିକ୍ଷୋଭ କରାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.