ଶ୍ରୀନଗର: ଭୂ-ସ୍ଖଳନ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି । ଗୁରୁବାର ରାମବାନ ଜିଲ୍ଲାରେ ଭୂ-ସ୍ଖଳନ ହୋଇଥିଲା ।
ବଡ ଧରଣର ଭୂ-ସ୍ଖଳନ ଯୋଗୁଁ ମେହାର ଅଞ୍ଚଳର ନିକଟବର୍ତ୍ତୀ ରାଜପଥ ରାମସୁ ଓ ଚନ୍ଦ୍ରକୋର୍ଟ ରାସ୍ତାରେ ଯାତାୟତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଟ୍ରାଫିକ୍ ପୋଲିସ ଅଧିକାରୀ କହିଛନ୍ତି, ରାଜପଥ ସଫା କରିବାକୁ ପାଖାପାଖି 4ରୁ 5 ଘଣ୍ଟାର ସମୟ ଲାଗିବ ।
ତେବେ ରାଜପଥ ବନ୍ଦ ଯୋଗୁଁ ଶହ ଶହ ଯାତ୍ରୀ ରାଜରାସ୍ତାରେ ଫସି ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ