ETV Bharat / bharat

କାଶ୍ମୀର ଡିଏସପିଙ୍କ ଝିଅର ପାଠପଢା ଖର୍ଚ୍ଚ ବହନ କରୁଛି ଆଇଏସଆଇ ! - ଜମ୍ମୁକାଶ୍ମୀର ଆତଙ୍କବାଦୀ

ଜମ୍ମୁ ଓ କାଶ୍ମୀର ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ଗିରଫ ହୋଇଥିବା ଡିଏସପିଙ୍କ ଉପରେ ଏନଆଇଏ ବା ରାଷ୍ଟ୍ରୀୟ ଅନ୍ବେଷଣ ଏଜେନ୍ସି ବରାବର ନଜର ରଖିଛି । ତେବେ ବର୍ତ୍ତମାନ ତାଙ୍କର ଆଇଏସଆଇ ସହ ସମ୍ପର୍କ ଥିବା ଜାଣିବାକୁ ପାଇଛି ଏନଆଇଏ । ଅଧିକ ପଢନ୍ତୁ...

jammu kashmir dsp davinder
ଫାଇଲ ଫଟୋ
author img

By

Published : Jan 20, 2020, 4:13 AM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ଗିରଫ ହୋଇଥିବା ଡିଏସପିଙ୍କ ଉପରେ ଏନଆଇଏ ବା ରାଷ୍ଟ୍ରୀୟ ଅନ୍ବେଷଣ ଏଜେନ୍ସି ନଜର ରଖିଛି । ଏନଆଇଏ ମାମଲା ରୁଜୁ କରିବା ପରେ ଡିଏସପି ଦେବେନ୍ଦ୍ର ସିଂହଙ୍କୁ ବହିସ୍କାର କରାଯାଇଥିଲା । ଏହାପରେ ତାଙ୍କର ଆଇଏସଆଇ ସହ ସମ୍ପର୍କ ଥିବା ଜାଣିବାକୁ ମିଳିଛି ।

ହାଜିବୁଲ ମୁଜାହିଦିନର କମାଣ୍ଡର ନଭୀଦ ବାବୁ ସମେତ ଜୈସ ଆତଙ୍କୀ ଗୁଲାମ ମୌଇନୁଦ୍ଦିନ ଦାର ସହ ସମ୍ପର୍କ ଥିବା ଜାଣିବାକୁ ପାଇଛି ଏନଆଇଏ । ଫଳରେ ଆଇଏସଆଇ ସହ ସମ୍ପର୍କ ଥିବା ଆଶଙ୍କା ବଢିବାକୁ ଲାଗିଛି । ଏହାସହ ଦେବେନ୍ଦ୍ର ସିଂହଙ୍କ ଝିଅର ପାଠପଢା ଖର୍ଚ୍ଚ ଆଇଏସଆଇ ବହନ କରୁଥିବା ମଧ୍ୟ ଆଶଙ୍କା କରାଯାଉଛି । ଅଧିକାଂଶ ଭାରତୀୟ ନିଜ ପିଲାଙ୍କୁ କେବେ ବାଂଲାଦେଶ ପାଠ ପଢାଇବାକୁ ଛାଡିନଥାନ୍ତି କିନ୍ତୁ ଦେବେନ୍ଦ୍ର ତାଙ୍କ ଝିଅଙ୍କୁ ବାଂଲାଦେଶରେ ପାଠ ପଢାଉଛନ୍ତି । 2005ରେ ଦେବେନ୍ଦ୍ର ଲେଖିଥିବା ଚିଠିକୁ ନେଇ ଏନଆଇଏ ଯାଞ୍ଚ କରୁଛି ।

ଦେବେନ୍ଦ୍ରଙ୍କ ଏହି ଚିଠି ଜମ୍ମୁ ଓ କାଶ୍ମୀରରୁ ଗିରଫ ହୋଇଥିବା 4 ଆତଙ୍କବାଦୀଙ୍କଠାରୁ ଜବତ କରାଯାଇଛି । ଏହି ଚିଠି ମାଧ୍ୟମରେ ଆତଙ୍କୀ ଗୁଲାମ ମୌଇନୁଦ୍ଦିନ ପିସ୍ତଲ ଓ ୱାୟାରଲେସ୍ ଆଣିବାକୁ ସମର୍ଥ ହୋଇଥିଲା । 2019ରେ ଦେବେନ୍ଦ୍ର ତିନି ଦିନ ପାଇଁ ବାଂଲାଦେଶ ଯାଇଥିବାର ଜଣାପଡିଥିଲା । ତେବେ ଦେବେନ୍ଦ୍ର ବାଂଲାଦେଶର ରାଜଧାନୀ ଢାକା ଯାଇ ଆଇଏସଆଇ ଏଜେଣ୍ଟଙ୍କୁ ସାକ୍ଷାତ କରିଥିବାର ଏନଆଇଏ ଆଶଙ୍କା କରୁଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.