ETV Bharat / bharat

ଲଦାଖ-ଜାମ୍ମୁକାଶ୍ମୀର ସମ୍ପତ୍ତିର ହେବ ଭାଗବଣ୍ଟା - govt annouce committe

ଧାରା 370 ଉଚ୍ଛେଦ ପରେ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସମ୍ପତ୍ତି ଦୁଇଭାଗ କରିବାକୁ ସରକାର 3 ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି ।

ଫାଇଲ ଫଟୋ
author img

By

Published : Sep 11, 2019, 12:32 PM IST

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀର ଓ ଲଦାଖ ମଧ୍ୟରେ ଭାଗବଣ୍ଟା ହେବ ସମ୍ପତ୍ତି । ଏଥିପାଇଁ ଗଠନ ହେଲା କମିଟି । 3 ଜଣିଆ ପରାମର୍ଶଦାତା କମିଟିର ଘୋଷଣା କରିଛି ଗୃହମନ୍ତ୍ରଣାଳୟ । ଏହି 3 ଜଣିଆ କମିଟିରେ ଅଛନ୍ତି, ପୂର୍ବତନରକ୍ଷା ସଚିବ, ପୂର୍ବତନ ଆଇଏଏସ ଅଧିକାରୀ ଅରୁଣ ଗୋଏଲ ଓ ଆଇସିଏଏସ ଗିରିରାଜ ପ୍ରଧାନ ।

ତେବେ ଆସନ୍ତା 31 ତାରିଖ ସୁଦ୍ଧା ଉଭୟ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସମ୍ପତ୍ତିର ଭାଗବଣ୍ଟା ହେବ । ଯେଉଁଥିରେ ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ଭାଗବଣ୍ଟା କରାଯିବ । ଏନେଇ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏହି ଆବଣ୍ଟନରେ ପ୍ରଶାସନିକ କାର୍ଯ୍ୟାଳୟ ଓ ବିଭିନ୍ନ ସେବାର ଆବଣ୍ଟନ କରାଯିବ । ଯେହେତୁ ଏହି ସବୁ କ୍ଷେତ୍ରରେ କମ୍‌ ସଂଖ୍ୟାରେ ଅଧିକାରୀ ଅଛନ୍ତି ତେଣୁ ଏ ବିଷୟରେ ବିଚାର କରାଯାଉଛି ।

ତେଣୁ ଏହି ଭାଗବଣ୍ଟାରେ ଦେଖାଯାଉଥିବା ସମସ୍ୟାର ଅନୁଧ୍ୟାନ କରିବା ପାଇଁ ଏହି 3 ଜଣିଆ କମିଟି ଗଠନ କରାଯାଇଛି । ଏମାନେ ଘଟଣାର ଅନୁଧ୍ୟାନ କରିବେ । ଏହାସହ ଅଧିକାରୀ ଆହୁରି କହିଛନ୍ତି, ଏଥିରେ ଗୋଳାବାରୁଦ ଓ ଯାନବାହନର ମଧ୍ୟ ଭାଗବଣ୍ଟା କରାଯିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.