ETV Bharat / bharat

ଜମ୍ମୁ-କଶ୍ମୀର: ଟ୍ରେନ ଟିକେଟ୍ କ୍ୟାନ୍ସେଲ କଲେ ଦେବାକୁ ପଡିବନି ଶୁଳ୍କ - Relief for passengers

ଜମ୍ମୁ-କଶ୍ମୀର ପ୍ରଶାସନ ଜରୁରୀକାଳୀନ ସ୍ଥିତି ଘୋଷଣା କରି ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ରେଳ ବିଭାଗ ବଡ ଘୋଷଣା କରିଛନ୍ତି । ଜମ୍ମୁ, କତରା ଏବଂ ଉଧମପୁର ଷ୍ଟେସନରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ । ଯାତ୍ରୀଙ୍କୁ କେବଳ ଲିଖିତ ସମ୍ବନ୍ଧୀୟ ଶୁଳ୍କ ଦେବାକୁ ପଡିବ ।

ଫାଇଲ ଫଟୋ
author img

By

Published : Aug 4, 2019, 11:33 AM IST

ନୂଆଦିଲ୍ଲୀ: ଜମ୍ମୁ, କତରା ଏବଂ ଉଧମପୁର ଷ୍ଟେସନରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗର ବଡ ଘୋଷଣା । ଉକ୍ତ ଷ୍ଟେସନରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ । ଶନିବାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି ।

ସେହିପରି ଏଠାରୁ ଅନ୍ୟ ସ୍ଥାନକୁ ଯାତ୍ରୀ କରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ ରହିବ । ଯାତ୍ରୀଙ୍କୁ କେବଳ ଲିଖିତ ସମ୍ବନ୍ଧୀୟ ଶୁଳ୍କ ଦେବାକୁ ପଡିବ । ରେଳ ବିଭାଗ ପକ୍ଷରୁ ଏହି ଆଦେଶ ଜାରି କରାଯାଇଥିବାବେଳେ ଉକ୍ତ ମାମଲାରେ ସେଣ୍ଟର ଫର୍ ରେଲୱେ ଇନଫରମେସନ ସିଷ୍ଟମକୁ ଅପଡେଟ୍ କରିବା ଆବଶ୍ୟକ ରହିଛି । ଯାହାଫଳରେ ଲୋକମାନଙ୍କୁ ଆଜି ସକାଳ 8ଟାରୁ ମଙ୍ଗଳବାର ସକାଳ 8ଟା ପର୍ଯ୍ୟନ୍ତ ଏହି ସୁବିଧା ପାଇପାରିବେ ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ପ୍ରଶାସନ ଜରୁରୀକାଳୀନ ସ୍ଥିତି ଘୋଷଣା କରି ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ପାକିସ୍ତାନ ଆତଙ୍କବାଦୀ ଅମରନାଥ ଯାତ୍ରୀଙ୍କୁ ଟାର୍ଗେଟ୍ କରିଥିବାରୁ ଜମ୍ମୁ-କଶ୍ମୀର ସେନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.