ETV Bharat / bharat

LoC ବ୍ୟବସାୟୀଙ୍କ ଘରେ ଏନଆଇଏର ଚଢାଉ

ଆତଙ୍କବାଦୀ ସଙ୍ଗଠନକୁ ଟଙ୍ଗା ଫଣ୍ଡିଂ ଅଭିଯୋଗରେ ଏନଆଇଏ ଜାମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରର ଦୁଇଟି ସ୍ଥାନରେ ଏଲଓସିର କିଛି ବ୍ୟବସାୟୀଙ୍କ ଘରେ ଚଢାଉ କରିଛି । ଅଧିକ ପଢନ୍ତୁ...

author img

By

Published : Sep 2, 2020, 4:57 PM IST

LoC ବ୍ୟବସାୟୀଙ୍କ ଘରେ ଏନଆଇଏର ଚଢାଉ
LoC ବ୍ୟବସାୟୀଙ୍କ ଘରେ ଏନଆଇଏର ଚଢାଉ

ଶ୍ରୀନଗର: ଭାରତ-ପାକିସ୍ତାନ ସୀମା(LOC)ରେ ଥିବା କିଛି ଘର ଉପରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ସୂତ୍ରରୁ ପ୍ରକାଶ ଯେ ଏନଆଇଏ ଜାମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରର ଦୁଇଟି ସ୍ଥାନରେ ଏଲଓସିର କିଛି ବ୍ୟବସାୟୀଙ୍କ ଘରେ ଚଢାଉ କରିଛି। ଆତଙ୍କବାଦୀ ସଙ୍ଗଠନକୁ ଟଙ୍ଗା ଫଣ୍ଡିଂ ଅଭିଯୋଗରେ ଏହି ଚଢାଉ ହୋଇଥିବା ଜଣାପଡିଛି ।

ଏନଆଇଏ ଟିମ ବୁଧବାର ଦନ୍ଦେରଖା ବାଟମାଲୁରେ ଗୁଲାମ ଅହମ୍ମଦ ଦାର, ଇଶଫାକ ଅହମ୍ମଦ ଦାର ଏବଂ ମହମ୍ମଦ ଆୟୁବଙ୍କ ଘର ଉପରେ ଚଢାଉ କରିଥିବାବେଳେ ମୁସ୍ତକ ଅହମ୍ମଦ ଖାନର ଶ୍ରୀନଗରସ୍ଥିତ ମନ୍ଦରବାଗରେ ଚଢାଉ କରିଥିଲା ।

2017ରୁ ଜାମ୍ମୁ କାଶ୍ମୀରରେ ଏନଆଇଏ ଚଢାଉ କରିଆସୁଛି । ଏହା ପରେ ବିଚ୍ଛିନ୍ନତାବାଦୀ ନେତା ତଥା ବ୍ୟବସାୟୀଙ୍କୁ ଆତଙ୍କବାଦୀ ସଙ୍ଗଠନକୁ ଫଣ୍ଡିଂ ଅଭିଯୋଗରେ ଗିରଫ କରାଯାଇଛି ।

ଶବୀର ଶାହା, ନୟମ ଖାନ, ଆୟାଜ ଆକବର, ଅଲତାଫ ଅହମ୍ମଦ ଶାହା, ସୟଦ ଉଲ ଇସଲାମ ସମେତ ଅନେକ ବରିଷ୍ଠ ବିଚ୍ଛିନ୍ନତାବାଦୀ ନେତାଙ୍କୁ ପୂର୍ବରୁ ଏନଆଇଏ ଗିରଫ କରିଥିବାବେଳେ ଏମାନେ ଏବେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.