ETV Bharat / bharat

ଜମ୍ମୁ କଶ୍ମୀର ବିଜେପି ସଭାପତିଙ୍କ ନାଁରେ ମିଛ ଖବର ଭାଇରାଲ, CBI ତଦନ୍ତ ଦାବିରେ ଡିଜିପିଙ୍କୁ ଚିଠି

author img

By

Published : May 26, 2020, 3:50 PM IST

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜମ୍ମୁ କାଶ୍ମୀର ବିଜେପି ସଭାପତିଙ୍କ ନାଁରେ ଏକ ଖବରର କ୍ରାଇମ ବ୍ରାଞ୍ଚ ଯାଞ୍ଚ ପାଇଁ ଡିଜିପିଙ୍କୁ ନିଜେ ଚିଠି ଲେଖିଲେ ସଭାପତି । ଅଧିକ ପଢନ୍ତୁ...

ଜମ୍ମୁକଶ୍ମୀର ବିଜେପି ସଭାପତିଙ୍କ ନାଁରେ ମିଛ ଖବର ଭାଇରାଲ, CBI ତଦନ୍ତ ଦାବିରେ ଡିଜିପିଙ୍କୁ ଚିଠି

ଜମ୍ମୁ: ଜମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରୈନା ଏକ ମିଥ୍ୟା ଖବରର ତଦନ୍ତ ଦାବି କରି ରାଜ୍ୟ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ଦାବି କରାଯାଇଛି ଯେ, ତାଙ୍କ ନାଁରେ ଲେଖାଯାଇଥିବା ଏକ ଖବର ମିଥ୍ୟା ଏବଂ କ୍ରାଇମ ବ୍ରାଞ୍ଚ ଦ୍ୱାରା ଏହାର ଯାଞ୍ଚ କରାଯାଉ।

ରବୀନ୍ଦ୍ର ରୈନାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସଭାପତି ଏହି ଖବରର ଯାଞ୍ଚ କ୍ରାଇମବ୍ରାଞ୍ଚ ଦ୍ବାରା କରିବା ନେଇ ରାଜ୍ୟ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ଭାଇରାଲ ହୋଇଥିବା ଏହି ଖବରରେ ରୈନା ତାଲିବାନକୁ ଚେତାବନୀ ଦେବାସହ ଏହାକୁ ରାଜ୍ୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ଚେଷ୍ଟା କରାଯାଇଛି।

ସେ ନିଜେ ଏହି ଖବର ବିଷୟରେ ଅବଗତ ନଥିବା ରୈନା ନିଜ ଚିଠିରେ ଲେଖି ଡିଜିପିଙ୍କୁ ପଠାଇଛନ୍ତି। ସେ ଲେଖିଛନ୍ତି ଯେ ଖୁବ ଶୀଘ୍ର ଏହି ମିଥ୍ୟା ଖବର ଲେଖିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସୋସିଆଲ ମିଡିଆ ସାଇଟ ଫେସବୁକରେ ଏହି ଖବର ଅପଲୋଡ କରି ରବିନ୍ଦ୍ର ରୈନାଙ୍କୁ ବିଜେପିର ଜାତୀୟ ମୁଖପାତ୍ର ଭାବରେ ବର୍ଣ୍ଣନା କରାଯାଇଛି । ସେ ଚିଠିରେ ଆହୁରି ଲେଖିଛନ୍ତି ଯେ ଏହି ଖବର ମାଧ୍ୟମରେ ତାଙ୍କ ଦଳ ଏବଂ ନିଜର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.