ETV Bharat / bharat

ବଳି ପରେ ଚମଡ଼ା ପୋତ

author img

By

Published : Aug 13, 2019, 3:38 AM IST

ବଳି ପରେ ଚମଡ଼ା ପୋତ । ଏଭଳି କହିଛନ୍ତି ଜମିୟାତ ଉଲେମା ଏ ହିନ୍ଦ୍‌ର ଅଧ୍ୟକ୍ଷ ମୌଲାନା ଆବିଦ । ବଜାରରେ ମୃତ ପଶୁମାନଙ୍କ ଚମଡ଼ାର ଦର ବହୁ କମ ଥିବାରୁ ବିକ୍ରି କରି ବଡ଼ କ୍ଷତି ସହିବା ଅପେକ୍ଷା ପୋତିବା ଶ୍ରେୟସ୍କର ହେବ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ସୋମବାର ଥିଲା ମୁସଲମାନ ସମ୍ପ୍ରଦାୟଙ୍କ ପବିତ୍ର ପର୍ବ ବକ୍ରୀ ଇଦ । ବେଶ ଧୁମଧାମରେ ପାଳିତ ହୋଇଯାଇଛି ଏହି ପର୍ବ । ତେବେ ଏହାକୁ ନେଇ ଜମିୟାତ ଉଲେମା ଏ ହିନ୍ଦ୍‌ର ଅଧ୍ୟକ୍ଷ ମୌଲାନା ଆବିଦ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ବଳିଦାନ ପରେ ବଳି ଚଢା ଯାଇଥିବା ପଶୁମାନଙ୍କ ଚମଡ଼ାକୁ ପୋତା ଦିଆଯାଉ । ସେ ଆହୁରି କହିଛନ୍ତି କି ଦିନକୁ ଦିନ ଏହାର ଦାମ କମୁଛି । ଏନେଇ ଅନ୍ୟ କୌଣସି ଉପାୟ ନଥିବାରୁ ଏପରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ବଳି ପରେ ପଶୁମାନଙ୍କର ଚମଡ଼ାକୁ ମାଟି ଖୋଳି ପୋତି ଦିଅ । କାରଣ ଏହାର ବଜାର ମୂଲ୍ୟ ଅତି ନିମ୍ନ ରହିଛି । ଯଦିଓ ଏଭଳି କରିବା ନୀତି ବିରୁଦ୍ଧ କାର୍ଯ୍ୟ । ମାତ୍ର ବୃହତ୍ତ କ୍ଷତି ସହିବା ଅପେକ୍ଷା ଆମକୁ ଏଭଳି କରିବାକୁ ପଡ଼ୁଛି ବୋଲି ସେ କହିଥିଲେ ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରେ ଦେଇ ଆବିଦ କହିଛନ୍ତି, ଯେତେ ଦାମୀ ପଶୁ ହେଉ ନା କାହିଁକି ତାର ଚମଡ଼ା ମାତ୍ର 10 ରୁ 15ଟଙ୍କା ରହୁଛି । ତେବେ ପଶୁର ଦାମ 200ରୁ 2 ହଜାର ପର୍ଯ୍ୟନ୍ତ ହେଉନା କାହିଁକି । ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଦର କମ ହେବା ପଛରେ କୌଣସି ବ୍ୟକ୍ତି କିମ୍ବା କୌଣସି ସଂଗଠନର ହାତ ରହିଛି । ଫଳରେ ଚମଡ଼ାର ଦର ବହୁତ କମ ରହୁଥିବା ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ କି ଏହି ଚମଡ଼ାକୁ ବିକ୍ରି କରି ସେଥିରୁ ଉପାର୍ଜିତ ଲାଭାଂଶ ବିଭିନ୍ନ ମଦରସାର ଉନ୍ନତି କାର୍ଯ୍ୟରେ ଲଗାଯାଇଥାଏ । ମାତ୍ର ଏତେ କମ ଅର୍ଥରାଶିକୁ କୌଣସି କାର୍ଯ୍ୟରେ ଲଗାଯାଇପାରୁନାହିଁ ବୋଲି ସେ କହିଥିଲେ । ସେପଟେ ଏଭଳି ଚକ୍ରାନ୍ତ କରି ମଦରସା ଗୁଡ଼ିକର ଉନ୍ନତିରେ ବାଧା ସୃଷ୍ଟି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.