ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଜାମିଆ ମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟ ସାମନାରେ ସିଏଏ ବିରୋଧରେ ପ୍ରଦର୍ଶନ । କୂଳପତିଙ୍କ କାର୍ଯ୍ୟାଳୟ ସାମନାରେ ପ୍ରଦର୍ଶନ କରାଯାଇଛି । କିଛି ଦିନ ହେବ ସିଏଏ ଏବଂ ଏନଆରସିକୁ ନେଇ ଚାଲିଛି ପ୍ରଦର୍ଶନ । ଡିସେମ୍ବର 15ରେ ହୋଇଥିବା ହିଂସାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ ।
ବର୍ତ୍ତମାନ ସୁଦ୍ଧା ବିଶ୍ବବିଦ୍ୟାଳୟ ଲାଇବ୍ରେରୀରେ ପଶି ହିଂସାକାଣ୍ଡ କରିଥିବା ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହି ଦାବିରେ ଆଜିର ପ୍ରଦର୍ଶନ ଜାରି ରହିଛି ବୋଲି କହିଛନ୍ତି ଆନ୍ଦୋଳନକାରୀ।