ନୂଆଦିଲ୍ଲୀ: ଜାଲିଆନାୱାଲାବାଗ ଜାତୀୟ ସ୍ମାରକୀ(ସଂଶୋଧନ) ବିଲ୍ 2019 ମଙ୍ଗଳବାର ରାଜ୍ୟସଭାରେ ପାରିତ ହୋଇଛି। ଏହି ବିଧେୟକର ସଂଶୋଧନ ଦ୍ବାରା ଲୋକସଭାର ସର୍ବବୃହତ୍ତ ବିରୋଧୀ ଦଳର ନେତା ଜାଲିଆନାୱାଲାବାଗ କମିଟିର ସଦସ୍ୟ ହେବେ । ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ କମିଟିର ସ୍ଥାୟୀ ସଦସ୍ୟ ରହିଆସୁଥିଲେ।
ଏହି ବିଲକୁ ମଞ୍ଜୁରୀ ମିଳିବା ଗାନ୍ଧୀ ପରିବାର ପାଇଁ ଏହା ଝଟକା ସଦୃଶ। ବର୍ତ୍ତମାନ କଂଗ୍ରେସ ପ୍ରମୁଖ ଏହି କମିଟିର ସ୍ଥାୟୀ ସଦସ୍ୟ ରହିପାରିବେ ନାହିଁ । ଜାଲିଆନାୱାଲାବାଗ ଜାତୀୟ ସ୍ମାରକୀ ଆକ୍ଟ, 1951 ଅଧିନରେ କମିଟିକୁ ଏହାର ନିର୍ମାଣ ଏବଂ ପ୍ରବନ୍ଧନ ଉପରେ ଅଧିକାର ରହିଥିଲା। ଏହା ବ୍ୟତୀତ ଏହି ଆକ୍ଟରେ କମିଟି ସଦସ୍ୟଙ୍କ ଚୟନ ଏବଂ ତାଙ୍କ କାର୍ଯ୍ୟକାଳ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ ଥିଲା। ହେଲେ ବର୍ତ୍ତମାନ ଏଭଳି ହେବନାହିଁ । ବର୍ତ୍ତମାନ ଲୋକସଭାର ସର୍ବବୃହତ୍ତ ବିରୋଧୀ ଦଳର ନେତା ଏହି କମିଟିର ସଦସ୍ୟ ହେବେ। ଏବେ ସୁଦ୍ଧା ରାହୁଲ କିମ୍ବା ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଥିବା ଯୋଗୁଁ ଗାନ୍ଧୀ ପରିବାରର ସଦସ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି କମିଟିର ସଦସ୍ୟ ରହୁଥିଲେ। ହେଲେ ବର୍ତ୍ତମାନ ଲୋକସଭାର କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏହାର ସଦସ୍ୟ ହେବେ।