ETV Bharat / bharat

ଆସୁଛି ଦେଶୀ ଟିକ୍‌ଟକ୍‌, ପ୍ରସ୍ତୁତ କରିଛନ୍ତି ଜଲନ୍ଧର ପୁଅ ସୁମେଶ ‌

author img

By

Published : Jul 13, 2020, 7:11 PM IST

ଭାରତରେ ଚୀନ ଅଧିକୃତ ଟିକ୍‌ଟକ୍‌ ଆପ ବ୍ୟାନ ପରେ ଏହାର ୟୁଜର୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଟିକ୍‌ଟକ୍‌ ୟୁଜର୍ସଙ୍କ ଏହି ଅଭାବ ପୂରଣ କରିବା ପାଇଁ ଭାରତରେ ପ୍ରସ୍ତୁତ ହୋଇଛି ଦେଶୀ ଟିକ୍‌ଟକ୍‌ ।

Jalandhar's software developer, desi tiktok, desi tiktok in india, chinese apps ban, desi tiktok in jalandhar, latest technology news, ଜଲନ୍ଧରର ସଫ୍ଟଓୟାର ଡେଭେଲପର, ଦେଶୀ ଟିକ୍‌ଟକ୍‌, ଭାରତରେ ଦେଶୀ ଟିକ୍‌ଟକ୍‌, ଚାଇନିଜ ଆପ୍‌ ବ୍ୟାନ, ଜଲନ୍ଧରରେ ଦେଶୀ ଟିକ୍‌ଟକ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଜଲନ୍ଧରର ସଫ୍ଟଓୟାର ଡେଭେଲପର ପ୍ରସ୍ତୁତ କଲେ ଦେଶୀ ଟିକ୍‌ଟକ୍‌

ଚଣ୍ଡିଗଡ: ଭାରତ ଓ ଚୀନ ବିବାଦ ଯୋଗୁଁ ଭାରତରେ 59ଟି ଚାଇନିଜ ଆପ୍‌ ବ୍ୟାନ କରାଯିବା ପରେ ବଢିଛି ଭାରତୀୟ ଆପ୍‌ର ଚାହିଦା । ସାଥୀରେ ଭାରତୀୟ ସଫ୍ଟୱୟାର ଡେଭଲପର ପ୍ରସ୍ତୁତ କରିବାରେ ଲାଗିଛନ୍ତି ନୂଆ ନୂଆ ଆପ୍‌ । ଏଥିରୁ ଗୋଟିଏ ହେଉଛି ଜଲନ୍ଧର ସଫ୍ଟୱେୟାର ଡେଭଲପରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଦେଶୀ ଟିକ୍‌ଟିକ୍‌ । ଅନ୍ୟ ଦେଶ ପରି ଭାରତରେ ମଧ୍ୟ ବିକଶିତ ଓ ବିଭିନ୍ନ ପ୍ରକାର ସଫ୍ଟୱେୟାରରୁ ପ୍ରସ୍ତୁତ ଆପ୍‌ର ଚାହିଦା ରହିଛି । ଯାହା ଡେଭଲପରଙ୍କୁ କିଛି ନୂଆ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହନ ଯୋଗାଉଛି ନିଶ୍ଚୟ ।

ସେପଟେ ଭାରତରେ ଚୀନ ଅଧିକୃତ ଟିକ୍‌ଟକ୍‌ ଆପ ବ୍ୟାନ ପରେ ଏହାର ୟୁଜର୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଟିକ୍‌ଟକ୍‌ ୟୁଜର୍ସଙ୍କ ଏହି ଅଭାବ ପୂରଣ କରିବା ପାଇଁ ଭାରତରେ ପ୍ରସ୍ତୁତ ହୋଇଛି ଦେଶୀ ଟିକ୍‌ଟକ୍‌ । ଜଲନ୍ଧରର ସଫ୍ଟୱେୟାର ଡେଭଲପର ସୁମେଶ ସାଇନି ଏହି ଦେଶୀ ଟିକ୍‌ଟକ୍‌ ଆପ୍‌ ପ୍ରସ୍ତୁତ କରିଛନ୍ତି । ସାଇନି ଏହା ଦାବି କରିଛନ୍ତି କି ତାଙ୍କ ଦ୍ବାରା ପ୍ରସ୍ତୁତ ଆପ୍‌ଟି ଚାଇନିଜ ଟିକ୍‌ଟକ୍‌ ଆପ୍‌ଠାରୁ ବେଶ ଉତ୍କୃଷ୍ଟ ।

କେବଳ ସେତିକି ନୁହେଁ ଟିକ୍‌ଟକ୍‌ ତୁଳନାରେ ଏହି ଆପ୍‌ରେ ଆହୁରି ଅନେକ ନୂଆ ନୂଆ ଇଫେକ୍ଟ ଆଡ୍‌ କରାଯାଇଛି । ଯାହା ୟୁଜର୍ସଙ୍କ ପସନ୍ଦ ଆସିବ ବୋଲି ସାଇନି ଆଶା ରଖିଛନ୍ତି । ତେବେ ଖୁବଶୀଘ୍ର ଏହି ଆପ୍‌ ଭାରତରେ ଲଞ୍ଚ ହେବା ନେଇ ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.