ETV Bharat / bharat

ସାମ୍ପ୍ରତିକ ସମସ୍ୟା ନେଇ ସାଉଦି ବୈଦେଶିକ ମନ୍ତ୍ରୀ-ଜୟଶଙ୍କରଙ୍କ ଆଲୋଚନା

author img

By

Published : Jul 23, 2020, 6:22 AM IST

ବୁଧବାର ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ ଫରହାନଙ୍କ ସହ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରକାର ସାମ୍ପ୍ରତିକ ସମସ୍ୟା ନେଇ ଉଭୟ କଥାବାର୍ତ୍ତା କରିଥିଲେ । ଅଧିକ ପଢନ୍ତୁ...

ସାମ୍ପ୍ରତିକ ସମସ୍ୟା ନେଇ ସାଉଦି ବୈଦେଶିକ ମନ୍ତ୍ରୀ-ଜୟଶଙ୍କର ଆଲୋଚନା

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜ ସାଉଦି ଆରବ ପ୍ରତିପକ୍ଷଙ୍କ ସହ ସାମ୍ପ୍ରତିକ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଉଭୟ ନେତା କୋଭିଡ ପରିସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା କରିଥିଲେ । ଏହାସହ ଅନ୍ୟାନ୍ୟ ବିଷୟରେ ମଧ୍ୟ କଥାବାର୍ତ୍ତା କରିଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜୟଶଙ୍କର ।

ଏନେଇ ସେ ଟ୍ବିଟରେ ଲେଖିଛନ୍ତି ଯେ ବୁଧବାର ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଫୈଜଲ ବିନ ଫରହାନଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ପ୍ରକାର ସାମ୍ପ୍ରତିକ ସମସ୍ୟା ନେଇ ଉଭୟ କଥାବାର୍ତ୍ତା କରିଥିଲେ । ନିଜ ନିଜ ଦେଶର କୋରୋନା ସ୍ଥିତି ସମ୍ପର୍କରେ ପରସ୍ପରକୁ ସୂଚନା ଦେଇଥିଲେ । ଜୟଶଙ୍କର ଭାରତରେ ତାଙ୍କୁ ସ୍ବାଗତ କରିବାକୁ ଉତ୍ସାହୀ ଥିବା ନେଇ ଟ୍ବିଟରେ କହିଛନ୍ତି ।

ପୂର୍ବରୁ ଜୁନ୍ 22ରେ ଉଭୟଙ୍କ ମଧ୍ୟରେ ଟେଲିଫୋନିକ୍ କଥାବାର୍ତ୍ତା ହୋଇଥିଲା । ଏଥିରେ କୋଭିଡ 19କୁ ନେଇ ଦେଖାଦେଇଥିବା ଚ୍ୟାଲେଞ୍ଜ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଏହାର ଏକାଠି ମୁକାବିଲା କରିବା ନେଇ ଉଭୟ ସ୍ଥିର କରିବା ସହ ନିଜ ନିଜ ଦେଶରେ ଫସିଥିବା ପ୍ରବାସୀଙ୍କ ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.