ETV Bharat / bharat

ଜୈଶର ଟାର୍ଗେଟରେ କେଜ୍ରିୱାଲ-ଯୋଗୀ-ମୋହନ, ମିଳିଲା ଧମକପୂର୍ଣ୍ଣ ଚିଠି - kejriwal

ଜୈଶ ଏ ମହମ୍ମଦର ଟାର୍ଗେଟରେ ଯୋଗୀ, କେଜ୍ରିୱାଲ ଏବଂ ମୋହନ ଭାଗବତ । ଏକ ଚିଠି ମାଧ୍ୟମରେ ଉକ୍ତ ନେତାଙ୍କୁ ମାରିଦେବାକୁ ମିଳିଛି ଧମକ । ଏଥିସହିତ ଉତ୍ତରାଖଣ୍ଡ, ହରିୟାଣା, ଦିଲ୍ଲୀ ଏବଂ ୟୁପିର ରେଳ ଷ୍ଟେସନ ଏବଂ ମନ୍ଦିରକୁ ଉଡାଇ ଦେବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ଫାଇଲ ଫଟୋ
author img

By

Published : Apr 25, 2019, 12:00 PM IST

Updated : Apr 25, 2019, 12:51 PM IST

ନୂଆଦିଲ୍ଲୀ: ଆତଙ୍କୀ ସଙ୍ଗଠନ ଜୈଶ ଏ ମହମ୍ମଦର ଟାର୍ଗେଟରେ ଯୋଗୀ, କେଜ୍ରିୱାଲ ଏବଂ ମୋହନ ଭାଗବତ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ବୟଂ ସେବକ ସଂଘର ସଂଚାଳକ ମୋହନ ଭାଗବତଙ୍କୁ ମାରି ଦେବାକୁ ଧମକ ମିଳିଛି । ଯୁପିର ଶାମଲି ଏବଂ ଉତ୍ତରାଖଣ୍ଡର ରୁରୁକି ରେଲୱେ ଷ୍ଟେସନରୁ ମିଳିଥିବା 2ଟି ଭିନ୍ନ ଭିନ୍ନ ଚିଠିରେ ଏହି ଧମକ ମିଳିଛି । ତେବେ ଏହା ପଛରେ ପାକିସ୍ତାନ ସମର୍ଥିତ ଜୈଶର ହାତ ଥିବା କୁହାଯାଉଛି ।

ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିସହିତ ଉକ୍ତ ଚିଠିରେ ଉତ୍ତରାଖଣ୍ଡ, ହରିୟାଣା, ଦିଲ୍ଲୀ ଏବଂ ୟୁପିର ରେଳଷ୍ଟେସନ ଏବଂ ମନ୍ଦିରକୁ ଉଡାଇ ଦେବା ନେଇ ଉଲ୍ଲେଖ ରହିଛି । ସେପଟେ ରେଳଷ୍ଟେସନରୁ ହସ୍ତଗତ ଚିଠିକୁ ସୁରକ୍ଷା ସଂସ୍ଥା ଯାଞ୍ଚ କରୁଛନ୍ତି ।

ପ୍ରକାଶ ଯେ, ଜୈଶ ପକ୍ଷରୁ ଜବତ ଚିଠିରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ଷ୍ଟେସନରୁ ଚିଠି ହସ୍ତଗତ ଘଟଣାକୁ ନିଜେ ସ୍ବୀକାର କରିଛନ୍ତି ୟୁପି ଡିଜିପି ଓପି ସିଂହ । ଏପ୍ରିଲ 21 ତାରିଖରେ ଜୈଶର ଏରିଆ କମାଣ୍ଡର ତରଫରୁ ଏହି ଚିଠି ଲେଖାଯାଇଛି । ଜବତ ଚିଠିର ଅକ୍ଷର ସମାନ ଥିବା ସେ କହିଛନ୍ତି ।

Intro:Body:Conclusion:
Last Updated : Apr 25, 2019, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.