ETV Bharat / bharat

ଏନକାଉଣ୍ଟରରେ ସଫା ଅନନ୍ତନାଗ ଆକ୍ରମଣର ମାଷ୍ଟରମାଇଣ୍ଡ

author img

By

Published : Jul 30, 2019, 8:06 PM IST

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଅନନ୍ତନାଗ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ କମାଣ୍ଡର ଫୈୟାଜ ପଞ୍ଜୁକୁ ଏକ ଏନକାଉଣ୍ଟରରେ ନିହତ କରିଛନ୍ତି ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଅନନ୍ତନାଗ ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ କମାଣ୍ଡର ଫୈୟାଜ ପଞ୍ଜୁକୁ ଏକ ଏନକାଉଣ୍ଟରରେ ନିହତ କରିଛନ୍ତି ସୁରକ୍ଷାକର୍ମୀ । ପଞ୍ଜୁ ଜୁନ୍‌ 12 ରେ ଅନନ୍ତନାଗରେ ସିଆରପିଏଫଙ୍କ ଉପରେ ହୋଇଥିବା ଆକ୍ରମଣର ଷଡଯନ୍ତ୍ର ରଚିଥିଲା । ଯେଉଁଥିରେ 5 ଜଣ ସିଆରପିଏଫ ଯବାନ ଏବଂ ଜମ୍ମୁ-କାଶ୍ମୀର ପୋଲିସର ଏସଏଚଓ ଅରସଦ ଖାନ ଶହୀଦ ହୋଇଥିଲେ ।

ସୂଚନା ମୁତାବକ, ମଙ୍ଗଳବାର ଅନନ୍ତନାଗ ଜିଲ୍ଲାର ବିଜବେହାରା ଅଞ୍ଚଳରେ 2 ରୁ 3 ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହି ଖବର ଆଧାରରେ ସେନା, ସିଆରପିଏଫ ଏବଂ ପୋଲିସ ମିଳିତ ଭାବରେ ସେହି ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଜାଲରେ ଫସୁଥିବା ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 2 ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେଥିରେ ଫୈୟାଜ ପଞ୍ଜୁ ମଧ୍ୟ ସାମିଲ ଥିଲା ।

ତେବେ ସୁରକ୍ଷାକର୍ମୀ ସେମାନଙ୍କ ମୃତଦେହ ଜବତ କରିବା ସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.