ଜୟପୁର: ରାଜସ୍ଥାନର ବହୁଚର୍ଚ୍ଚିତ ଚୁରୁର ରାଜଗଡ ଥାନାଅଧିକାରୀ ସିଆଇ ବିଷ୍ଣୁଦତ୍ତ ଭିଷ୍ଣୋଇ ଆତ୍ମହତ୍ୟା ମାମଲାର ଯାଞ୍ଚ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହା ଉପରେ ସହମତି ଦେଇଛନ୍ତି । ଏହି ଆତ୍ମହତ୍ୟା ମାମଲା ପରେ ରାଜ୍ୟର ରାଜନୀତିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ମାମଲାରେ ବିରୋଧୀମାନେ ଲଗାତାର ସରକାର ଉପରେ ଆକ୍ରମଣ କରୁଥିଲେ ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ ସୌରୂପ କହିଛନ୍ତି ଯେ ଏସଏଚଓ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ କରିବାକୁ ସିଏମ୍ ଏହି ଫାଇଲକୁ ଅନୁମୋଦନ କରିଛନ୍ତି । ସିଏମ୍ଙ୍କ ନିର୍ଦ୍ଦେଶରେ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିବ । ତେବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏସଏଚଓ ବିଷ୍ଣୁ ଦତ୍ତଙ୍କ ଆତ୍ମହତ୍ୟା ମାମଲାକୁ ସିବିଆଇ ଯାଞ୍ଚ ପାଇଁ ଉପଯୁକ୍ତ ବୋଲି ବିଚାର କରନ୍ତି ନା ନାହିଁ ତାହାକୁ ନେଇ ଅପେକ୍ଷାରେ । ଏହାପୂର୍ବରୁ ସିବିଆଇ ରାଜ୍ୟ ସରକାର ଦେଇଥିବା ଅନେକ ସୁପାରିଶକୁ ପ୍ରତ୍ୟାଖ୍ୟାନ କରିଛି ।
ଭିଷ୍ଣୋଇ ଆତ୍ମହତ୍ୟା ମାମଲାକୁ ନେଇ ସିବିଆଇ ତଦନ୍ତ କରିବା ପାଇଁ କ୍ରମାଗତ ସିଆଇ ପକ୍ଷରୁ ଦାବି କରାଯାଉଥିଲା । ନ୍ୟାସନାଲ ଡେମୋକ୍ରାଟିକ୍ ପାର୍ଟିର ନାଗୌର ସାଂସଦ ହନୁମାନ ବେନିୱାଲ ଏହି ଦାବିରକୁ ନେଇ ସୋସିଆଲ ମିଡିଆରେ ଏକ ଅଭିଯାନ ଚଳାଇଥିଲେ । ଏଥିସହ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ବନ୍ଦ୍ର ସିଂହ ମଧ୍ୟ ସିବିଆଇରେ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସମସ୍ତ ପାର୍ଶ୍ବକୁ ଦେଖିବା ପରେ ସିଏମ୍ ଅଶୋକ ଗେହଲୋଟ୍ ଗୁରୁବାର ଏହି ଦାବି ଉପରେ ନିଜର ସମ୍ମତି ଦେଇଛନ୍ତି ।
ସୂଚନା ଥାଉକି ଥାନା ଅଧିକାରୀ ବିଷ୍ଣୁ ଦତ୍ତ ମେ 23 ରେ ନିଜ ସରକାରୀ କ୍ବାର୍ଟରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ନିକଟରୁ 2 ଟି ସୁସାଇଡ ନୋଟ ମିଳିଥିଲା । ସେଥିରେ ସେ ନିଜ ଜିଲ୍ଲାର ଏସପି ତେଜସ୍ବିନୀ ଗୌତମଙ୍କ ନାଁରେ ଏବଂ ଅନ୍ୟ ଏକ ପରିବାର ନାଁରେ ଏକ ନୋଟ୍ ଲେଖିଥିଲେ । ଏହି ନୋଟରେ ସେ କୌଣସି ଏକ ମାନସୀକ ଚାପରେ ଥିବା ଲେଖି ଆତ୍ମହତ୍ୟା କରିଥିଲେ ।