ETV Bharat / bharat

ଆଇନକୁ ବେଖାତିର: ଜେଲରୁ ଦେଲେ ତଲାକ

author img

By

Published : Aug 27, 2019, 2:26 PM IST

ଟ୍ରିପଲ ତଲାକ ଭଳି କୁ ପ୍ରଥାକୁ ବେଆଇନ ଘୋଷଣା କରିବା ପରେ ମଧ୍ୟ, ଏହା ପୂର୍ବ ଭଳି ବଳବତ୍ତର ରହିଛି । ସଦ୍ୟ ଏହାର ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ । ଯେଉଁଠି ଜଣେ ଅଭିଯୁକ୍ତ ଜେଲରେ ଥାଇ ମଧ୍ୟ ନିଜ ସ୍ତ୍ରୀକୁ ତଲାକ ଦେଇଛି । ଇଦରେ ନିଜ ସ୍ବାମୀକୁ ନୂଆଁ ଡ୍ରେସ ନ ଦେବାରୁ ସ୍ବାମୀ, ସ୍ତ୍ରୀକୁ ଦେଇଛନ୍ତି ତଲାକ ।

ଫୋଟ ସୌଜନ୍ୟ- ଏଏନଆଇ

ଲକ୍ଷ୍ନୌ: ଟ୍ରିପଲ ତଲାକ ଭଳି କୁପ୍ରଥାକୁ ଅସମ୍ବାଧାନିକ ଏବଂ ବେଆଇନ ଘୋଷଣା କରାଯିବା ପରେ ମଧ୍ୟ ଏହାର ଉପସ୍ଥିତି ପୂର୍ବ ଭଳି ସମାଜରେ ରହିଛି । ଇଦ ଅବସରରରେ ନୂଆ ଡ୍ରେସ ନ ମିଳିବାରୁ ନିଜ ସ୍ତ୍ରୀକୁ ତଲାକ ଦେଇଛି ଜେଲରେ ଥିବା ସ୍ବାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ।

ଏହା ଉପରେ ମତ ରଖି ପୀଡିତା ମହିଳା କହିଛନ୍ତି ଇଦ ଅବସରରେ ନୂଆ ପାଇଜାମା ଓ କୁର୍ତ୍ତା ଆଣିବା ପାଇଁ ତାଙ୍କ ସ୍ବାମୀ ତାଙ୍କୁ କହିଥିଲେ । ମୋ ପାଖରେ ପାଇସା ନ ଥିବା ଯୋଗୁଁ ମୁଁ ତାହା ଯୋଗାଇ ପାରିଲି ନାହିଁ । ଯାହାକୁ ନେଇ ଆମ ଦୁଇ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା । ମୁଁ ତାଙ୍କୁ ଭେଟିବା ପାଇଁ ଜେଲ ଯାଇଥିଲି । ସେ ମୋତେ ଜେଲରୁ ହିଁ ତଲାକ ଦେଇଥିଲେ । ଏହା ପରେ ମୁଁ, ମୋ ପରିବାରର ଦୁଇ ଜଣ ସଦସ୍ୟଙ୍କ ସହ ସେଠାକୁ ଯାଇଥିଲି, ପୁଣି ଥରେ ଜେଲରେ ମୋ ସ୍ବାମୀ ମୋତେ ତଲାକ ଦେଇଥିଲେ ବୋଲି କହିଛନ୍ତି ପୀଡିତା ।

ଏକ ହତ୍ୟା ମାମଲାରେ ଜଡିତ ଥିବା ଅଭିଯୋଗରେ ପୀଡିତା ମହିଳାଙ୍କ ସ୍ବାମୀ ଜେଲରେ ଗତ 2014ରୁ ଅଛନ୍ତି । ଏନେଇ ତଲାକ ପୀଡିତା ମହିଳା ନିକଟସ୍ଥ ଗୋଜରଲା ଥାନାରେ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ ତଲାକ ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.