ETV Bharat / bharat

ସ୍ପିରିଚୁଆଲ ଇକୋ ଜୋନ ହେବ ବିଶ୍ବପ୍ରସିଦ୍ଧ ଜାଗେଶ୍ବର ଧାମ - ସ୍ପିରିଚୁଆଲ ଇକୋ ଜୋନ ହେବ ବିଶ୍ବପ୍ରସିଦ୍ଧ ଜାଗେଶ୍ବର ଧାମ

ଉତ୍ତରଖାଣ୍ଡରେ ସ୍ପିରିଚୁଆଲ ଇକୋ ଜୋନ କରିବାକୁ ଯୋଜନା । ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକରେ ଏହାର ପ୍ରସ୍ତୁତିକରଣ ନେଇ ଆଲୋଚନା ହେବ । ସମ୍ପୂର୍ଣ୍ଣ ପଢନ୍ତୁ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 21, 2019, 3:58 PM IST

ଡେରାଡୁନ: ପ୍ରଥମ ଥର ପାଇଁ ଦେଶରେ ସ୍ପିରିଚୁଆଲ ବା ଆଧ୍ୟାତ୍ମିକ ଇକୋ ଜୋନ ତିଆରି ହେବାକୁ ଯାଉଛି । ଏଥିପାଇଁ ଉତ୍ତରଖାଣ୍ଡର ବିଶ୍ବପ୍ରସିଦ୍ଧ ଜାଗେଶ୍ବର ଧାମକୁ ଚୟନ କରାଯାଇଛି । ସରକାରଙ୍କ ଯୋଜନାନୁସାରେ ଆଧ୍ୟାତ୍ମିକ ଧାର୍ମିକ ନଗରୀ ଠାରୁ 10 କିମି ଭିତରେ ଏହି ବିଶେଷ ଜୋନର ବିକଶିତ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଏକ ବୈଠକ ବସିବ ଯେଉଁଥିରେ ସରକାରଙ୍କ ପକ୍ଷରୁ କିଛି ସ୍ଥାନ ମଧ୍ୟ ଦିଆଯିବ ।

ଡେରାଡୁନରେ ଇନଭେଷ୍ଟର ସମିତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପିରିଚୁଆଲ ଇକୋ ଜୋନ ବିଷୟରେ କହିଥିଲେ । ପିଏମ କହିଥିଲେ ଯେ, ଉତ୍ତରାଖଣ୍ଡରେ ଏହିପରି ଏକ କେନ୍ଦ୍ର ବିକଶିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଯାହା ବିଶ୍ବକୁ ଆଧ୍ୟାତ୍ମିକ ଉର୍ଜା ଦେଇପାରିବ ଓ ଆଧ୍ୟାତ୍ମିକତାର କେନ୍ଦ୍ର ହୋଇପାରିବ ।

ପିଏମଙ୍କ ଏହି ପ୍ରସ୍ତାବକୁ ରାଜ୍ୟ ସରକାର ଏବେ ରୂପ ଦେବାକୁ ଯାଉଛନ୍ତି । ସେନେଇ ଜାଗେଶ୍ବର ଧାମକୁ ଚୟନ କରାଯାଇଛି । ପୂଜା ପାଠ ସହ ଏଠାରେ ଯୋଗ, ଧ୍ୟାନ, ପଞ୍ଚକର୍ତ୍ତା ଓ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଆଯିବ । ସାମାନ୍ଯ ଭାବେ ଯଦି ସରକାର କୌଣସି ସ୍ଥାନକୁ ଇକୋ କିମ୍ବା ଇକୋନୋମିକ ଜୋନ ଘୋଷଣା କରୁଛନ୍ତି ତେବେ ଉକ୍ତ ସ୍ଥାନକୁ ତାହାକୁ କାର୍ଯ୍ୟକରୀ କରିବା ସହ ଆଇନ ପ୍ରସ୍ତୁତ କରିଥାନ୍ତି ।

ସ୍ପିରିଚୁଆଲ ଇକୋ ଜୋନରେ ଆଧ୍ୟାତ୍ମିକ ଗତିବିଧି, ଚିନ୍ତନ ମନନ ଠାରୁ ଆରମ୍ଭ କରି ବିକାଶ ପାଇଁ ବିଶେଷ ସୁବିଧା ଉପରେ ଧ୍ୟାନ ଦିଆଯିବ । ବିଶ୍ବପ୍ରସିଦ୍ଧ ଜାଗେଶ୍ବର ଧାମ ଦ୍ବାଦ୍ଦଶ ଜ୍ୟୋତିର୍ଲିଙ୍ଗ ଭିତରୁ ଗୋଟିଏ । ଜାଗେଶ୍ବର ମନ୍ଦିରକୁ କତ୍ୟୁରୀ ରାଜା ନିର୍ମାଣ କରିଥିଲେ । ପାହାଡ ମଧ୍ୟରେ ଅବସ୍ଥିତ ଏହି ଧାମ ଅତି ମନମୁଗ୍ଧକର ଅଟେ ।

Intro:Body:

BLANK

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.