ETV Bharat / bharat

କୁଳଭୂଷଣଙ୍କ ଉପରେ ଚାପ ପକାଉଛି ପାକିସ୍ତାନ

author img

By

Published : Sep 2, 2019, 9:09 PM IST

ମିଥ୍ୟା ଅଭିଯୋଗ ସ୍ବୀକାର କରିବାକୁ କୁଳଭୂଷଣଙ୍କ ଉପରେ ଚାପ ପକାଉଛି ପାକିସ୍ତାନ । ସୋମବାର  ଭାରତର ଉପଉଚ୍ଚାୟୁକ୍ତ ଗୌରବ ଆହ୍ଲୁୱାଲିଆ ଇସଲାମାବାଦରେ କୁଳଭୂଷଣଙ୍କୁ ଭେଟିବା ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏଭଳି ବୟାନ ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କୁଳଭୂଷଣଙ୍କ ଉପରେ ଚାପ ପକାଉଛି ପାକିସ୍ତାନ । ତାଙ୍କୁ ନିର୍ଯାତନା ଦେଇ ମିଥ୍ୟା ଅଭିଯୋଗ ସ୍ବୀକାର କରିବାକୁ ବାଧ୍ୟ କରାଯାଉଛି । ସୋମବାର ଭାରତର ଉପଉଚ୍ଚାଯୁକ୍ତ ଗୌରବ ଆହ୍ଲୁୱାଲିଆ ଇସଲାମାବାଦରେ କୁଳଭୂଷଣଙ୍କୁ ଭେଟିବା ପରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ବୟାନ ଜାରି କରାଯାଇଛି।

ଏନେଇ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଇସଲାମାବାଦରେ ଭାରତର ଉପଉଚ୍ଚାଯୁକ୍ତ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ପାକିସ୍ତାନ ତାଙ୍କୁ ମିଛ ଅଭିଯୋଗ ସ୍ବୀକାର କରିବା ପାଇଁ ଚାପ ପକାଉଛି । ଡେପୁଟି କମିଶନରଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ ଆଜି କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇ ଦେଇଥିଲା। ଆଜି ପାକିସ୍ତାନରେ ଅବସ୍ଥାପିତ ଭାରତର ଉପଉଚ୍ଚାଯୁକ୍ତ ଗୌରବ ଆହ୍ଲୁୱାଲିଆ ଇସ୍‌ଲାମାବାଦର ସବ୍‌ ଜେଲ୍‌ରେ କୁଳଭୂଷଣଙ୍କୁ ସାକ୍ଷାତ କରିଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.