ETV Bharat / bharat

ଶିବରାଜ ସିଂ-ରାଜ୍ୟପାଳଙ୍କ ସମେତ 14 ମନ୍ତ୍ରୀଙ୍କୁ ଜବଲପୁର ହାଇକୋର୍ଟଙ୍କ ନୋଟିସ

author img

By

Published : Oct 21, 2020, 6:22 PM IST

ମଧ୍ୟପ୍ରଦେଶ ରାଜନୀତିରେ ପରିବର୍ତ୍ତନ ପରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା 14 ଜଣ ପୂର୍ବତନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା। ଶିବରାଜ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଜବଲପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଅଧିକ ପଢନ୍ତୁ...

ଶିବରାଜ ସିଂ
ଶିବରାଜ ସିଂ

ଭୋପାଳ: ମଧ୍ୟପ୍ରଦେଶରେ ରାଜନୀତିରେ ପରିବର୍ତ୍ତନ ପରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା 14 ଜଣ ପୂର୍ବତନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା। ଶିବରାଜ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଜବଲପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ଶୁଣିବା ପରେ ହାଇକୋର୍ଟ କେବଳ 14 ଜଣ ମନ୍ତ୍ରୀଙ୍କୁ ନୁହେଁ ବରଂ ରାଜ୍ୟପାଳ, ନିର୍ବାଚନ ଆୟୋଗ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି।

ଛିନ୍ଦୱାଡା ଆଇନଜୀବୀ ଆରାଧନା ଭାର୍ଗବଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ମଧ୍ୟପ୍ରଦେଶର ଶିବରାଜ ସରକାର ସମ୍ବିଧାନର ନିୟମକୁ ଅପବ୍ୟବହାର କରିଛନ୍ତି । 22 କଂଗ୍ରେସ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ କିନ୍ତୁ ଯେତେବେଳେ ଶିବରାଜ ସରକାର ତାଙ୍କ କ୍ୟାବିନେଟକୁ ବିସ୍ତାର କରିଥିଲେ ସେତେବେଳେ ଏହି 14 ଜଣ ପୂର୍ବତନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଅଟେ।

ଏହି ଆବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ ଜଣେ ଅଣ-ବିଧାୟକଙ୍କୁ ମନ୍ତ୍ରୀ କରିବା ନିଷ୍ପତ୍ତି ଜରୁରୀକାଳିନ ସ୍ଥିତିରେ କରାଯାଏ କିନ୍ତୁ ମଧ୍ୟପ୍ରଦେଶର ଶିବରାଜ ସରକାର ସମ୍ବିଧାନର ନିୟମର ଅପବ୍ୟବହାର କରି ନିଜ ପଦରୁ ଇସ୍ତଫା ଦେଇଥିବା ଅଣ-ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ଆବେଦନ ପରେ ଜବଲପୁର ହାଇକୋର୍ଟ 14 ଜଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜ୍ୟପାଳ, ନିର୍ବାଚନ ଆୟୋଗ ଏବଂ ବିଧାନସଭା ବାଚସ୍ପତିଙ୍କୁ 14 ଡିସେମ୍ବର ସୁଦ୍ଧା ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.