ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ସିଆରପିଏଫ ଯବାନ । ଜମ୍ମୁ-କାଶ୍ମୀରର ପୁରୁଣା ଶ୍ରୀନଗରରେ ଶନିବାର ଗ୍ରେନେଡ ଆକ୍ରମଣ କରିଛନ୍ତି କିଛି ସନ୍ଦିଗ୍ଧ ଆତଙ୍କବାଦୀ । ପୁରୁଣା ଶ୍ରୀନଗରର କନଦରା ଅଞ୍ଚଳରେ ନିୟୋଜିତ ସିଆରପିଏଫ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ତେବେ ସିଆରପିଏଫ ଯବାନ ଏଥିରୁ ବର୍ତ୍ତି ଯାଇଥିବାବେଳେ 3 ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡିଛି ।
ସିଆରପିଏଫ ଯବାନଙ୍କ ଶିବିରକୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଥିବା ବେଳେ ଗ୍ରେନେଡଟି ଏକ ଟ୍ରାନ୍ସଫର୍ମର ନିକଟରେ ଫାଟିଯାଇଥିଲା । ତେବେ ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି ।