ETV Bharat / bharat

ଜାମ୍ମୁ ଓ କାଶ୍ମୀରର ନୂତନ ‘ନାଗରିକତା’ ଆଇନ ଏବଂ ଏହାର ନିହିତାର୍ଥ

ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ (ରାଜ୍ୟ ଆଇନଗୁଡ଼ିକର ଉପଯୋଜନ) ଆଦେଶ ଜରିଆରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ସ୍ଥାୟୀ ବସବାସର ରୂପରେଖ ସଂପର୍କିତ ଏକ ନୂତନ ପରିଭାଷା ପ୍ରବର୍ତ୍ତନରେ ଲାଗି ପଡିଥିଲେ । ଏହି ନୂତନ ପରିଭାଷାକୁ ଜାମ୍ମୁ ଓ କାଶ୍ମୀରର ସମସ୍ତ ରାଜନୈତିକ ଦଳ ଓ ସଂଗଠନ ଏକୀକୃତ ଭାବେ ପ୍ରତିରୋଧ କରିଥିଲେ । ଅଧିକ ପଢନ୍ତୁ...

ଜାମ୍ମୁ ଓ କାଶ୍ମୀରର ନୂତନ ‘ନାଗରିକତା’ ଆଇନ ଏବଂ ଏହାର ନିହିତାର୍ଥ
ଜାମ୍ମୁ ଓ କାଶ୍ମୀରର ନୂତନ ‘ନାଗରିକତା’ ଆଇନ ଏବଂ ଏହାର ନିହିତାର୍ଥ
author img

By

Published : Apr 12, 2020, 11:37 AM IST

ସାରା ଦେଶ ଯେତେବେଳେ କୋଭିଡ୍‌-19 ବିଶ୍ବ ମହାମାରୀ ସହିତ ଲଢ଼ିବାରେ ବ୍ୟସ୍ତ ଥିଲା, ନୂଆଦିଲ୍ଲୀର ବିଜେପି ନେତୃତ୍ବାଧୀନ ସରକାର, ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ (ରାଜ୍ୟ ଆଇନଗୁଡ଼ିକର ଉପଯୋଜନ) ଆଦେଶ ଜରିଆରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ସ୍ଥାୟୀ ବସବାସର ରୂପରେଖ ସଂପର୍କିତ ଏକ ନୂତନ ପରିଭାଷା ପ୍ରବର୍ତ୍ତନରେ ଲାଗି ପଡିଥିଲେ । ଏହି ନୂତନ ପରିଭାଷାକୁ ଜାମ୍ମୁ ଓ କାଶ୍ମୀରର ସମସ୍ତ ରାଜନୈତିକ ଦଳ ଓ ସଂଗଠନ ଏକୀକୃତ ଭାବେ ପ୍ରତିରୋଧ କରିଥିଲେ ଏବଂ ଏହା ଦ୍ବାରା କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରି ନେବାକୁ ବାଧ୍ୟ ହୋଇଥିଲେ ଏବଂ ପୂର୍ବରୁ ସ୍ଥିରୀକୃତ ପରିଭାଷାରେ କିଛିଟା ଏପଟ ସେପଟ କରି ଏକ ନୂତନ ବିଜ୍ଞପ୍ତି ଜାରି କରିବାକୁ ବାଧ୍ୟ ହୋଇଥିଲେ । ଏହା ଫଳରେ କେନ୍ଦ୍ରଶାସିତ ଅଞ୍ଚଳର ରାଜନେତାମାନେ କିଛିଟା ଆଶ୍ବସ୍ତ ହୋଇଥିଲେ ହେଁ ସେମାନଙ୍କ ଉଦ୍‌ବେଗର ସଂପୂର୍ଣ୍ଣ ପରିସମାପ୍ତି ଘଟିନାହିଁ ।

କିନ୍ତୁ, ସେ ସଂପର୍କରେ କୌଣସି ଆଲୋଚନା ପୂର୍ବରୁ, ଜାମ୍ମୁ ଓ କାଶ୍ମୀରରେ ସ୍ଥାୟୀ ବସବାସ ପ୍ରସଙ୍ଗକୁ ସମୁଚିତ ଦୃଷ୍ଟିକୋଣରୁ ଦେଖିନେବା । 2019 ଅଗଷ୍ଟ 5 ତାରିଖ ଦିନ, ଜାମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର 370 ଧାରା ଉଚ୍ଛେଦ କରିବା ସହିତ ଏହି ପୂର୍ବତନ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ (ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ)ରେ ପରିଣତ କରିବା ଲାଗି ନୂଆଦିଲ୍ଲୀ ନିଷ୍ପତ୍ତି ନେଲା ପର୍ଯ୍ୟନ୍ତ, କିଏ ଜାମ୍ମୁ ଓ କାଶ୍ମୀରର ସ୍ଥାୟୀ ଅଧିବାସୀ ଏବଂ କିଏ ନୁହଁନ୍ତି ବୋଲି ନିର୍ଣ୍ଣୟ କରିବାର ସାମ୍ବିଧାନିକ ଅଧିକାର ଜାମ୍ମୁ ଓ କାଶ୍ମୀର ବିଧାନସଭାର ଥିଲା । ଯଥାର୍ଥରେ କହିବାକୁ ଗଲେ, କେବଳ ଯେଉଁମାନେ ସ୍ଥାୟୀ ଅଧିବାସୀ ରୂପେ ଆଖ୍ୟାୟିତ, ସେହିମାନେ ହିଁ ରାଜ୍ୟରେ ଚାକିରି (କେନ୍ଦ୍ରୀୟ ସିଭିଲ୍‌ ସର୍ଭିସ୍‌ ଭଳି କେତେକ ଚାକିରି ବ୍ୟତୀତ) ପାଇଁ ଆବେଦନ କରିପାରିବେ ଏବଂ ସେଠାରେ ସ୍ଥାବର ସଂପତ୍ତି କିଣିପାରିବେ ।

ବାସ୍ତବରେ, ଭାରତୀୟ ସମ୍ବିଧାନର 370 ଧାରା ପ୍ରବର୍ତ୍ତନ ପୂର୍ବରୁ ହିଁ ଜାମ୍ମୁ ଓ କାଶ୍ମୀରର ସ୍ଥାୟୀ ଅଧିବାସୀ ପ୍ରସଙ୍ଗ ସ୍ଥାନ ପାଇଆସିଛି । 1927 ଏବଂ 1932 ମସିହାରେ ତତ୍‌କାଳୀନ ତଥା ରାଜ୍ୟର ସର୍ବଶେଷ ଶାସକ ମହାରାଜା ହରି ସିଂହ, ନାଗରିକତା ଏବଂ ନାଗରିକମାନଙ୍କର ଆନୁସଙ୍ଗିକ ସୁବିଧା ସମୂହର ଆଇନଗତ ସଂଜ୍ଞା ନିରୂପଣ କରିଥିଲେ । ସ୍ବାଧୀନତା ପରେ ଏହି ଆଇନଗୁଡ଼ିକୁ ଭାରତୀୟ ସମ୍ବିଧାନର 370 ଏବଂ 35(କ) ଧାରାରେ ସମୁଚିତ ଭାବେ ଗ୍ରହଣ କରାଯାଇଥିଲା ।

ସରକାରଙ୍କ ପ୍ରଥମ ଆଦେଶନାମାରେ ଜାମ୍ମୁ ଓ କାଶ୍ମୀରର ଅଧିବାସୀମାନଙ୍କ ପାଇଁ କେବଳ ଅଣ-ଗେଜେଟେଡ୍‌ ପଦବୀ ସଂରକ୍ଷଣର ବ୍ୟବସ୍ଥା ରହିଥିଲା ଏବଂ ଏହା ଫଳରେ, କାଶ୍ମୀର ଉପତ୍ୟକାର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସାମୂହିକ ଭାବେ ଏହାର ପ୍ରତିବାଦ କରିଥିଲେ । ପ୍ରତିବାଦକାରୀ ଦଳଗୁଡ଼ିକ ମଧ୍ୟରେ ନ୍ୟାସନାଲ କନ୍‌ଫରେନ୍‌ସ, ପିପୁଲ୍‌ସ ଡେମୋକ୍ରାଟିକ୍‌ ପାର୍ଟି ଏବଂ ଏମିତି କି କେନ୍ଦ୍ର ସରକାରଙ୍କ ସମର୍ଥନ ହାସଲ କରିଛି ବୋଲି ବିଶ୍ବାସ କରାଯାଉଥିବା ଅପନି ପାର୍ଟି ନାମକ ନୂଆ ଦଳ ବି ସାମିଲ ହୋଇଥିଲେ । କାଶ୍ମୀର ଉପତ୍ୟକାର ଏହି ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ନୂଆଦିଲ୍ଲୀ ଏହି ଆଇନଗୁଡ଼ିକର ସଂଶୋଧନ କରିଛି । ଚୂଡ଼ାନ୍ତ ଆଇନରେ, କେବଳ ଜାମ୍ମୁ ଓ କାଶ୍ମୀରର ସ୍ଥାୟୀ ବାସିନ୍ଦାମାନେ ହିଁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଚାକିରି ପାଇଁ ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି । ଏହି ଆଇନରେ ଆହୁରି ଦର୍ଶାଯାଇଛି ଯେ, ଜାମ୍ମୁ ଓ କାଶ୍ମୀରରେ 15 ବର୍ଷ ଧରି ବସବାସ କରି ଆସିଥିବା କେନ୍ଦ୍ରଶାସିତ ଅଞ୍ଚଳ ବାହାରର ବ୍ୟକ୍ତିମାନେ ସ୍ଥାୟୀ ଅଧିବାସୀ ରୂପେ ପରିଗଣିତ ହେବେ ଏବଂ ତେଣୁ ସେମାନେ ଚାକିରି ପାଇଁ ଆବେଦନ କରିପାରିବେ ।

ଏହି ସଂଶୋଧିତ ଆଇନକୁ ମଧ୍ୟ କାଶ୍ମୀର ଉପତ୍ୟକାର ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି । ପିଡିପି ଉଲ୍ଲେଖ କରିଛି ଯେ, “ଆମ ଯୁବ ପିଢ଼ିର ଭବିଷ୍ୟତକୁ ସୁରକ୍ଷିତ ରଖିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ଜାମ୍ମୁ ଓ କାଶ୍ମୀରର ମୂଳ ଅଧିବାସୀଙ୍କ ଉପରେ ଆକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ଜାମ୍ମୁ ଓ କାଶ୍ମୀରର ମୂଳ ଅଧିବାସୀଙ୍କ ଉପରେ ଆକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ଦିଗରେ ଭାରତ ସରକାର ପଦକ୍ଷେପ ନେବା ଉଚିତ ହୋଇଥାଆନ୍ତା । ଏହି ସଂଶୋଧିତ ଆଇନରେ କେବଳ ପ୍ରତୀକାତ୍ମକ ଅବ୍ୟାହତି ଯାହା ରହିଛି ଏବଂ ନୂତନ ଅଧିବାସୀ ନୀତି ନାଁରେ ଏକ ପ୍ରଶସ୍ତ ଗଳାବାଟ ଛାଡ଼ି ଦିଆଯାଇଛି । ଏକ ମାରାତ୍ମକ ସର୍ବବ୍ୟାପୀ ମହାମାରୀ ବ୍ୟାପିଥିବା ସମୟରେ, ଜରୁରୀକାଳୀନ ଭିତ୍ତିରେ ଭାରତ ସରକାର ନେଇଥିବା ଏହି ପଦକ୍ଷେପ ସଂପର୍କରେ ଉପୁଜିଥିବା ସନ୍ଦେହ ଦୂର କରିବା ଦିଗରେ ଏଥିରେ କୌଣସି ଉପାଦାନ ନାହିଁ ।”

ରାଜ୍ୟର ରାଜନୈତିକ ଏବଂ ଜାତିଗତ ସଂରଚନା ଉପରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାର ଆଶଙ୍କା ଉପୁଜିବା ବ୍ୟତୀତ ସଂଶୋଧନ ପୂର୍ବରୁ ପ୍ରଣୀତ ଆଇନ ସଂପର୍କରେ ମଧ୍ୟ ଅବ୍ୟବହିତ ଉଦ୍‌ବେଗ ପ୍ରକାଶ ପାଇଥିଲା । ରିପୋର୍ଟ ଅନୁସାରେ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 84,000 ପଦବୀ ଖାଲି ପଡ଼ିଛି ଏବଂ ନିଯୁକ୍ତି ପ୍ରକ୍ରିୟା ଉପରେ ନୂତନ ଅଧିବାସୀ ନିୟମର ବହୁଳ ପ୍ରଭାବ ପଡ଼ିଥାଆନ୍ତା । ହେଲେ, ନିୟମ ସଂଶୋଧନ ପରେ ଏହା ଏତେ ଗୁରୁତର ହେବ ନାହିଁ । ପ୍ରଥମେ ବିଷମ ପରିସ୍ଥିତିକୁ କ୍ରମଶଃ ତେଜିବାକୁ ଛାଡ଼ି ଦେଇ (କେବଳ ଅଣ-ଗେଜେଟେଡ୍‌ ଚାକିରି ବ୍ୟତୀତ ବାକି ସବୁ ପ୍ରକାର ଚାକିରି ପାଇଁ ଅଣ-ବାସିନ୍ଦାମାନେ ବି ଆବେଦନ କରିପାରିବେ ବୋଲି କହି) ଏବଂ ପରେ ଆଇନରେ ସଂଶୋଧନ କରିବା ସହିତ କେତେକ ଅବ୍ୟାହତି ପ୍ରଦାନ କରି ହୁଏତ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଖୁବ୍‌ ଭଲ ଗୋଟି ଚାଳନା କରିଛନ୍ତି ।

ନିଷ୍ପତ୍ତି ନେବାର ସମୟ

ଜାମ୍ମୁ ଓ କାଶ୍ମୀର ପାଇଁ ନୂତନ ଅଧିବାସୀ ନିୟମାବଳୀ ଗଠନ ସଂପର୍କିତ ନିଷ୍ପତ୍ତି ନେବାର ସମୟ ହିଁ ବିସ୍ମିତ କରେ (କିମ୍ବା ବୋଧହୁଏ କରେନାହିଁ) । ଯେଉଁ ସମୟରେ ସାରା ଦେଶ କୋଭିଡ୍‌-19 ଜନିତ ସ୍ଥିତି ସହ ସଂଘର୍ଷରତ, ସେହି ସମୟ ହିଁ ନୂତନ ଆଇନ ପ୍ରଚଳନ କରିବାର ପ୍ରକୃଷ୍ଟ ସମୟ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିନ୍ତା କଲା । ତଥାପି, ଅନୁଚିତ ସମୟ ହୋଇଥିଲେ ବି କୋଭିଡ୍‌-19 ପାଇଁ ବିଭିନ୍ନ କଟକଣା ଲାଗୁ ହୋଇଥିବାରୁ ଏହି ବିଜ୍ଞପ୍ତି ବିରୋଧରେ କାଶ୍ମୀର ଉପତ୍ୟକାରେ ବାସ୍ତବ କ୍ଷେତ୍ରରେ ପ୍ରତିବାଦର ମାତ୍ରା କମ୍‌ ହେବ ବୋଲି ହୁଏତ ମନ୍ତ୍ରାଳୟ ବିଚାର କରିଥିଲା ।

ଏହି ବିଶ୍ଲେଷଣ ନିର୍ଭୁଲ ସାବ୍ୟସ୍ତ ହୋଇଛି । ମନେ ପକାନ୍ତୁ ଯେ, କଠୋର ସର୍ବସାଧାରଣ ସୁରକ୍ଷା ଆଇନ ବଳରେ ଅଟକ ଥିବା ଦୁଇ ଜଣ ବିଶିଷ୍ଟ ରାଜନୈତିକ ବନ୍ଦୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଏବଂ ଓମର ଅବଦୁଲ୍ଲାଙ୍କୁ ମଧ୍ୟ କୋଭିଡ୍‌-19 ପ୍ରାଦୁର୍ଭାବ ସମୟରେ ହିଁ ମୁକ୍ତ କରାଯାଇଥିଲା । ଅନ୍ୟଥା ଯାହା କାଶ୍ମୀରବାସୀଙ୍କ ପାଇଁ, ବିଶେଷତଃ ନ୍ୟାସନାଲ କନ୍‌ଫରେନ୍‌ସର ସମର୍ଥକମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଅବସର ହୋଇଥାଆନ୍ତା ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ଜାହିର କରିବା ଲାଗି ରାସ୍ତାରେ ପ୍ରଦର୍ଶନର ସୁଯୋଗ ଦେଇଥାଆନ୍ତା, ତାହା ଘଟଣାବିହୀନ ଭାବରେ ରହିଗଲା ।

ନିହିତାର୍ଥ

ଜାମ୍ମୁ ଓ କାଶ୍ମୀରରେ ଅଧିବାସୀ ସଂପର୍କିତ ଆଇନ ସମେତ ନୂତନ ଆଇନ ଲାଗୁ କରାଯାଇଥିବା ଘଟଣାରୁ ଜଣାପଡ଼େ ଯେ ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ସଂପର୍କରେ ଅଗଷ୍ଟ 5ରେ ନିଆଯାଇଥିବା ନିଷ୍ପତ୍ତିର ପୁନର୍ବିଚାର ଲାଗି କେନ୍ଦ୍ର ସରକାର ଇଚ୍ଛୁକ ନୁହଁନ୍ତି । ଆଇନତଃ କହିବାକୁ ଗଲେ ନୂଆଦିଲ୍ଲୀରେ ନୂଆ ସରକାର ଗଠନ ହେବା ବେଳକୁ ଜାମ୍ମୁ ଓ କାଶ୍ମୀର ହୁଏତ ଦେଶର ଅବଶିଷ୍ଟ ଭାଗ ସହିତ ଖୁବ ଭଲ ଭାବେ ସମନ୍ବୟ ସ୍ଥାପନ କରିସାରିଥିବ ଏବଂ ପଛକୁ ଫେରିଯିବା ଆହୁରି ଅଧିକ କଷ୍ଟକର ହୋଇପଡ଼ିବ । ହେଲେ, ଏହାର ଅର୍ଥ ନୁହେଁ ଯେ ଭବିଷ୍ୟତରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବାର ଆଶା ନାହିଁ । ବସ୍ତୁତଃ, ନୂଆଦିଲ୍ଲୀର ନେତାମାନେ ବାରମ୍ବାର କହିଛନ୍ତି ଯେ, ହୁଏତ ଦିନେ ଜାମ୍ମୁ ଓ କାଶ୍ମୀର ଏହାର ରାଜ୍ୟ ମାନ୍ୟତା ଫେରି ପାଇବ । ନିକଟରେ ପ୍ରବର୍ତ୍ତିତ ନୂତନ ଆଇନଗୁଡ଼ିକ ଜାମ୍ମୁ ଓ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ସହ ସମ୍ବନ୍ଧିତ, କିନ୍ତୁ ଏହାର ରାଜ୍ୟ ମାନ୍ୟତା ସହିତ ନୁହେଁ । ତେଣୁ ଏଥିରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ସ୍ବତନ୍ତ୍ର ପାହ୍ୟା ସଂପର୍କରେ ବୁଝାମଣା ହୋଇପାରିବନି । ଜାମ୍ମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ଉପରେ ହିଁ ନୂଆଦିଲ୍ଲୀ ରାଜ୍ୟର ସବୁ ରାଜନୈତିକ ବର୍ଗର ଧ୍ୟାନ କେନ୍ଦ୍ରିତ କରାଇବ ଏବଂ ଏଥିରୁ ଯାହା ଫଳାଫଳ ମିଳିବ ତାହାକୁ ନୂଆଦିଲ୍ଲୀ ନା ପସନ୍ଦ କରିବାର କୌଣସି କାରଣ ନାହିଁ ।

ଲେଖକ

ହାପ୍ପିମନ ଜାକବ

ସହାୟକ ପ୍ରାଧ୍ୟାପକ, ସେଣ୍ଟର ଫର୍‌ ଇଣ୍ଟରନ୍ୟାସନାଲ ପଲିଟିକ୍‌ସ, ଅର୍ଗାନାଇଜେସନ୍‌ ଆଣ୍ଡ ଡିସ୍‌ଆର୍ମାମେଣ୍ଟ, ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.