ETV Bharat / bharat

ଅଗଷ୍ଟ 4 ସ୍ଥିତିର ପୂନଃପ୍ରତିଷ୍ଠା କରିବାକୁ ହାତ ମିଳାଇଲେ ଜମ୍ମୁ ଓ କାଶ୍ମୀରର ମୁଖ୍ୟ ରାଜନୈତିକ ଦଳ - ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ରାଜନୈତିକ ଦଳ

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନ୍ୟାସନାଲ କନଫରେନ୍ସ (ଏନସି), ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ଏବଂ କଂଗ୍ରେସର ପ୍ରତିନିଧୀମାନେ ଏହି ସଂକଳ୍ପ ପତ୍ର ଏବଂ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମନ୍ୟତାକୁ ପୂନର୍ବାର ଫେରାଇଆଣିବାକୁ କିପରି ସଂଗ୍ରାମ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି। ଅଧିକ ପଢନ୍ତୁ...

ଅଗଷ୍ଟ 4 ସ୍ଥିତିର ପୂନଃପ୍ରତିଷ୍ଠା କରିବାକୁ ହାତ ମିଳାଇଲେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ରାଜନୈତିକ ଦଳ

author img

By

Published : Aug 24, 2020, 10:25 PM IST

ଘାଟିରେ ଧାରା 370 ଉଚ୍ଛେଦକୁ ରଦ୍ଧ କରିବା ପାଇଁ ଜାମ୍ମୁ କାଶ୍ମୀରର 6ଟି ପ୍ରମୁଖ ରାଜନୈତିକ ଦଳ ମିଳିତ ଭାବରେ ସଙ୍କଳ୍ପ ନେଇଛନ୍ତି । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନ୍ୟାସନାଲ କନଫରେନ୍ସ (ଏନସି), ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ଏବଂ କଂଗ୍ରେସର ପ୍ରତିନିଧୀମାନେ ଏହି ସଂକଳ୍ପ ପତ୍ର ଏବଂ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମନ୍ୟତାକୁ ପୂନର୍ବାର ଫେରାଇଆଣିବାକୁ କିପରି ସଂଗ୍ରାମ କରିବାକୁ ଯାଉଛନ୍ତି ସେ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି।

ଏନସି ଯୁବ ମୋର୍ଚ୍ଚାର ପ୍ରାଦେଶ ସଭାପତି ସଲମାନ ସାଗର ଦାବି କରିଛନ୍ତି ଯେ ଗତ କିଛି ଦିନ ଧରି ଦଳର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ବରେ ଅନୁଷ୍ଠିତ ବରିଷ୍ଠ ନେତାଙ୍କ ବୈଠକ ଘାଟିର ରାଜନେତାଙ୍କୁ ଏକଜୁଟ କରିବା ପାଇଁ ଉଦ୍ଦିଷ୍ଟ। ଏହା ଦ୍ବାରା କାଶ୍ମୀର ସ୍ବତନ୍ତ୍ର ମାନ୍ୟତା ପୂନର୍ବାର ପ୍ରତିଷ୍ଠା ହୋଇପାରିବ ।

ଅଗଷ୍ଟ 4 ସ୍ଥିତିର ପୂନଃପ୍ରତିଷ୍ଠା କରିବାକୁ ହାତ ମିଳାଇଲେ ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ରାଜନୈତିକ ଦଳ

ସାଗର କହିଛନ୍ତି, ସଙ୍କଳ୍ପପତ୍ର ଏଜେଣ୍ଡାରେ ନ୍ୟାସନାଲ କନଫରେନ୍ସ ପାହାଡ ପରି ଛିଡା ହୋଇଛି। ଆମ ଦଳ ସମସ୍ତ ନେତାଙ୍କୁ ଗୋଟିଏ ଛତା ତଳେ ଆଣି ଛିଡା କରିଛି । ଏହା ଦ୍ବାରା ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପୁନଃ ସ୍ଥାପିତ ହେବ।

ଏହି ବିତର୍କ ସମୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ମୋଙ୍ଗା ଏବଂ ପିଡିପିର ରାଉଫ ଭଟ ମଧ୍ୟ ସାଗରଙ୍କ ମତକୁ ସହମତି ଦର୍ଶାଇଥିବାବେଳେ ଆନ୍ତରିକତାର ସହ ପ୍ରତିବଦ୍ଧତା ଜାରି ରଖିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଏନସି ମୁଖ୍ୟ ତଥା ସାଂସଦ ଫାରୁକ ଅବଦୁଲ୍ଲାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ସ୍ବାଗତ କରିଛନ୍ତି ମୋଙ୍ଗା। ଏହି ରାଜନୈତିକ ପ୍ରତିବଦ୍ଧତାକୁ ଆନ୍ତରିକତା ଏବଂ ସଚ୍ଚୋଟତାର ସହ ଆଗକୁ ବଢାଇବାକୁ ପଡିବ, ଯାହା ଦ୍ବାରା ଆମେ ଲୋକମାନଙ୍କର ସମ୍ମାନ ପାଇଁ ଲଢିପାରିବା ବୋଲି ମୋଙ୍ଗା କହିଛନ୍ତି।

ବର୍ତ୍ତମାନ ମଧ୍ୟ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ଥିବା ନେତାଙ୍କ ଉପରେ ସେ ଦୁଃଖ ପ୍ରକାଶ କରିଛନ୍ତି।

ମୁଖ୍ୟ ରାଜନୈତିକ ଦଳର ଅନେକ ନେତା ଏବେ ବି ବନ୍ଦୀ ଅଛନ୍ତି । ଏଥିପାଇଁ ଆମେ ଆମର ରାଜନୈତିକ କାର୍ଯ୍ୟକଳାପକୁ ପୁନର୍ବାର ଆରମ୍ଭ କରିପାରିବୁ ନାହିଁ। ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ କୌଣସି ସୁବିଧା ସହଯୋଗ ମିଳୁନାହିଁ | ଆମ ପାଖରେ ସୁରକ୍ଷା ତଥା କୌଣସି ଯାନବାହନ ମଧ୍ୟ ନାହିଁ । ଏପରିସ୍ଥିତିରେ କପରି ରାଜ୍ୟନୈତିକ କାର୍ଯ୍ୟକଳାପକୁ ପୂନର୍ବାର ସକ୍ରିୟ କରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପିଡିପିର ରାଉଫ ଭଟ ଦାବି କରିଛନ୍ତି ଯେ ବିଜେପି ଏବଂ ଆରଏସଏସ ଆଣ ଦଳ ଭାଙ୍ଗିଛନ୍ତି।

ରାଉଫ ଭଟ କହିଛନ୍ତି, ବିଜେପି ସରକାର ଜାମ୍ମୁ କାଶ୍ମୀରବାସୀଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି। ସେମାନେ ଲୋକଙ୍କ ଭାବନା ସହ ଖେଳିଛନ୍ତି। ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇଆଣିବା ପାଇଁ ଆମ ଦଳ ଏନସି, କଂଗ୍ରେସ ଏବଂ ଘାଟିର ଅନ୍ୟ ପ୍ରମୁଖ ରାଜନୈତିକ ଦଳ ସହ ଛିଡା ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଏବଂ ଆରଏସଏସ ମିଳିତ ଭାବେ ଷଡଯନ୍ତ୍ର କରି ଆମ ଦଳ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଜାମ୍ମୁ କାଶ୍ମୀରର ଆମର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ଅଛନ୍ତି। କାହିଁକି? ସରକାର ଏକ ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ଉପାୟ ଅବଲମ୍ବନ କରିଛନ୍ତି। ରାଜନୈତିକ ଦୃଷ୍ଟିରୁ ଏହା ବିରୋଧରେ ଲଢେଇ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି ।

ସାକ୍ଷାତକାର ଶେଷରେ, ସାଗର ଧାରା 370 ଏବଂ 35A ର ପୁନରୁଦ୍ଧାର ପାଇଁ ସଂସଦର ସଦସ୍ୟମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ |

ସେ କହିଛନ୍ତି, ଆମର ସାଂସଦ ଗୁଲାମ ନବୀ ଆଜାଦ, ଆକବର ଲୋନ ଏବଂ ଅନ୍ୟମାନେ ସଂସଦରେ ଜାମ୍ମୁ-କାଶ୍ମୀରର ସ୍ଥିତିକୁ ସୁନ୍ଦର ଭାବରେ ରକ୍ଷା କରିଥିଲେ। ସ୍ବତନ୍ତ୍ର ମାନ୍ୟତାର ପୁନରୁଦ୍ଧାର ପାଇଁ ଆମେ ସେମାନଙ୍କୁ ଆବଶ୍ୟକ ମନେ କରୁଛୁ। ଲୋକମାନେ ସେମାନଙ୍କ ଇସ୍ତଫା ମାଗିବା ବନ୍ଦ କରିବା ଆବଶ୍ୟକ। କେବଳ ରାଜନୈତିକ ମଞ୍ଚରେ ରାଜନୈତିକ ଲଢେଇ ଲଢାଯାଇପାରିବ l ତେବେ ସଂସଦ ଏହି ମଞ୍ଚ ମଧ୍ୟରେ ସର୍ବବୃହତ ବୋଲି ସାଗର କହିଛନ୍ତି।

ମହମ୍ମଦ ଜୁଲଫି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.