ETV Bharat / bharat

ଜମ୍ମୁ-କାଶ୍ମୀରରେ ପିଡିପି କାର୍ଯ୍ୟକର୍ତ୍ତାଙ୍କ ବାସଭବନରେ ଗ୍ରେନେଡ ମାଡ

ସୋମବାର ସନ୍ଧ୍ୟାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପୁଲୱାମା ଜିଲ୍ଲାର ତ୍ରାଲରେ ପିଡିପି କାର୍ଯ୍ୟକର୍ତ୍ତା ଭୁପିନ୍ଦର ସିଂଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ମାନେ ଭୁପିନ୍ଦର ସିଂଙ୍କ ବାସଭବନ ଉପରେ ଗ୍ରେନେଡ ମାଡ କରିଥିବା ଜଣାପଡିଛି ।

ଜମ୍ମୁ-କାଶ୍ମୀରରେ ପିଡିପି କାର୍ଯ୍ୟକର୍ତ୍ତାଙ୍କ ବାସଭବନରେ ଗ୍ରେନେଡ ମାଡ
ଜମ୍ମୁ-କାଶ୍ମୀରରେ ପିଡିପି କାର୍ଯ୍ୟକର୍ତ୍ତାଙ୍କ ବାସଭବନରେ ଗ୍ରେନେଡ ମାଡ
author img

By

Published : Aug 10, 2020, 9:17 PM IST

Updated : Aug 10, 2020, 9:36 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଜଣେ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପୁଲୱାମା ଜିଲ୍ଲାର ତ୍ରାଲରେ ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର କାର୍ଯ୍ୟକର୍ତ୍ତା ଭୁପିନ୍ଦର ସିଂଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ମାନେ ଭୁପିନ୍ଦର ସିଂଙ୍କ ବାସଭବନକୁ ଲକ୍ଷ୍ୟ କରି ଗ୍ରେନେଡ ମାଡ କରିଥିବା ଜଣାପଡିଛି ।

ତେବେ ଘଟଣାପରେ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଗତ ସାତ ଦିନ ମଧ୍ୟରେ ଏହା ରାଜନୈତିକ ଦଳର ନେତା କିମ୍ବା କର୍ମୀଙ୍କ ଉପରେ ହୋଇଥିବା ଚତୁର୍ଥ ଆକ୍ରମଣ। ଏହାପୂର୍ବରୁ ବଡଗାମ ରେଳ ଷ୍ଟେସନ ନିକଟରେ ଜଣେ 38 ବର୍ଷୀୟ ବିଜେପି କର୍ମୀ ଅବଦୁଲ ହମିଦ ନାଜରଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିମାଡ କରିଥିଲେ। ତାଙ୍କୁ ଶ୍ରୀନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ସେ ଆଜି ପ୍ରାଣ ହରାଇଛନ୍ତି । ତେବେ କାଶ୍ମୀର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ବାରମ୍ବାର ଆତଙ୍କବାଦୀମାନେ ଆକ୍ରମଣ କରୁଥିବାରୁ ରାଜନୈତିକ ମହଲରେ ଭୟର ବାତାବରଣ ଖେଳିଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 10, 2020, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.