ETV Bharat / bharat

ବିଶ୍ବ ଶାକାହାରୀ ଦିବସ; ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଆଜି ହେଉଛି ବିଶ୍ବ ଶାକାହାରୀ ଦିବସ। ଶାକାହାରୀ ଭୋଜନର ଉପକାରିତା ଓ ପରିବେଶଗତ ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଅଧିକ ପଢନ୍ତୁ...

author img

By

Published : Oct 1, 2020, 11:46 AM IST

ବିଶ୍ବ ଶାକାହାରୀ ଦିବସ
ବିଶ୍ବ ଶାକାହାରୀ ଦିବସ

ପଶୁପକ୍ଷୀଙ୍କ ପ୍ରତି ନିଷ୍ଠୁରତା ବନ୍ଦ କରିବା ପାଇଁ ଶାକାହାରୀ ହେବା ସାରା ବିଶ୍ବରେ ଏକ ଧାରାରେ ପରିଣତ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ବି ଲୋକେ ଆମିଷ ଛାଡି ନିରାମିଷ ଖାଦ୍ୟ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ପ୍ରତିବର୍ଷ ଅକ୍ଟୋବର ପହିଲାରେ ପାଳନ ହୁଏ ବିଶ୍ବ ଶାକାହାରୀ ଦିବସ। ଶାକାହାରୀ ଭୋଜନର ଉପକାରିତା ଓ ପରିବେଶଗତ ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ବୃକ୍ଷଲତା ହିଁ ଶାକାହାରୀ ଖାଦ୍ୟର ସାଧାରଣ ଉତ୍ସ। ନର୍ଥ ଆମେରିକାନ ଭେଜିଟେରିଆନ ସୋସାଇଟି –ଏନଏଭିଏସ ଦ୍ବାରା ପ୍ରଥମ ୧୯୭୭ ମସିହାରେ ପାଳନ କରାଯାଇଥିଲା

ବିଶ୍ବ ଶାକାହାରୀ ଦିବସ।

ଶାକାହାରୀଙ୍କ ପ୍ରକାର ଭେଦ

ଶାକାହାରୀ ଖାଦ୍ୟକୁ ମୁଖ୍ୟତଃ ତିନିଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇଛି। ନ୍ୟାସନାଲ ହେଲଥ ପୋର୍ଟାଲ ଅଫ ଇଣ୍ଡିଆ ଅନୁସାରେ ତିନି ପ୍ରକାର ଶାକାହାରୀ ଅଛନ୍ତି।

୧. ଭେଗାନ - ଏହି ଡାଏଟରେ କେବଳ ବୃକ୍ଷଲତା ଭିତ୍ତିକ ଖାଦ୍ୟ ଥାଏ। କୌଣସି ପଶୁର ମାଂସ ବା ଅଣ୍ଡା, କ୍ଷୀର ଓ ମହୁ ଏ ପ୍ରକାର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ। ଭେଗାନ ଖାଦ୍ୟରେ କେବଳ କଞ୍ଚାଫଳ, ପନିପରିବା, ସ୍ପ୍ରାଉଟ୍ସ ଓ ନଟସ ବ୍ୟବହାର ହୁଏ।

୨. ଲାକ୍ଟୋ-ଭେଜିଟେରିଆନ–ଏ ପ୍ରକାର ଡାଏଟ ପ୍ଲାଣ୍ଟ ଫୁଡ ଓ ଦୁଗ୍ଧଜାତ ସାମଗ୍ରୀ ଥାଏ। କିନ୍ତୁ ଅଣ୍ଡା ନ ଥାଏ।

୩.ଲାକ୍ଟୋ-ଓଭୋ ଭେଜିଟାରିଆନ– ଏଥିରେ ପ୍ଲାଣ୍ଟ ଫୁଡ ସମେତ ଦୁଗ୍ଧଜାତ ସାମଗ୍ରୀ ଓ ଅଣ୍ଡା ରହେ।

ସନ୍ତୁଳିତ ଆହାର- ଆପଣ ଯେକୌଣସି ପ୍ରକାର ଶାକାହାରୀ ହୁଅନ୍ତୁ ନା କାହିଁକି, ସବୁବେଳେ ସ୍ବାସ୍ଥ୍ୟକର ଓ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଯାହା ଦ୍ବାରା ଯଥେଷ୍ଟ ପରିମାଣରେ ନ୍ୟୁଟ୍ରିଏଣ୍ଟସ ମିଳିବା ସହ ଶରୀରର ବିକାଶ ଠିକ ରୂପେ ହୋଇପାରିବ। ନ୍ୟାସନାଲ ହେଲଥ

ପୋର୍ଟାଲ– ଏନଏଚପି ନିମ୍ନଲିଖିତ ଶାକାହାରୀ ଖାଦ୍ୟ ଓ ସେଥିରୁ ମିଳୁଥିବା ଭିଟାମିନ ଓ ମିନେରାଲ ସମ୍ପର୍କରେ ଉଲ୍ଲେଖ କରିଛି।

ଭିଟାମିନ ବି- ୧୨- ଦୁଗ୍ଦଜାତ ସାମଗ୍ରୀ, ଅଣ୍ଡା, ରୁଟି, ସୋୟା ଓ ରାଇସ ଡ୍ରିଙ୍କ

ଭିଟାମିନ ଡି- କ୍ଷୀର

କ୍ୟାଲସିୟମ - ଦୁଗ୍ଧଜାତ ଉତ୍ପାଦ, ଘନ ସବୁଜ ପନିପରିବା, ବ୍ରୋକୋଲି

ପ୍ରୋଟିନ-ଡାଲି, ଦୁଗ୍ଧଜାତ ଉତ୍ପାଦ ( କ୍ଷୀର ଓ ଛେନା ), ଅଣ୍ଡା, ଟୋଫୁ ଓ ଅନ୍ୟ ସୋୟ ଉତ୍ପାଦ, ଡ୍ରାଏଡ ବିନ୍ସ ଓ ବାଦାମ

ଆଇରନ- ଅଣ୍ଡା, ଡ୍ରାଏଡ ବିନ୍ସ, ଡ୍ରାଏଡ ଫ୍ରୁଟସ, ଖାଦ୍ୟଶସ୍ୟ, ସବୁଜପତ୍ରର ପନିପରିବା

ଜିଙ୍କ – ହ୍ବିଟ ଜର୍ମ, ବାଦାମ, ଡ୍ରାଏଡ ବିନ୍ସ ଓ କଖାରୁ ମଞ୍ଜି

ଶାକାହାରୀ ଜୀବନଶୈଳୀର ଫାଇଦା ଶାକାହାରୀ ହେବା ଦ୍ବାରା ବିଭିନ୍ନ ଫାଇଦା ମିଳେ। ଏନଏଚପି ଅନୁସାରେ –

. ପ୍ରମୁଖ ହୃଦରୋଗ ଓ କ୍ୟାନସର ବିପଦ କମ ରହେ।

. ମେଟାବଲିଜିମ ବୃଦ୍ଧି ହୁଏ । ଫଳରେ ଶରୀର ଓଜନ ହ୍ରାସ ହୋଇଥାଏ।

. ଶାକାହାରୀ ଭୋଜନରେ ଶସ୍ୟଖାଦ୍ୟ, ବାଦାମ, ଫଳ ଓ ପନିପରିବା ଥିବାରୁ ଶରୀରକୁ ଫାଇବର, ଆଣ୍ଟିଅକ୍ସିଡାନସ, ଭିଟାମିନ ଓ ମିନେରାଲ ମିଳିଥାଏ।

. ମାଂସରୁ ଦୂରେଇ ରହିବା ହେଉଛି ଚର୍ବି ହ୍ରାସର ସବୁଠୁ ସରଳ ଉପାୟ।

. ଶାକାହାରୀ ଭୋଜନରେ କଲୋଷ୍ଟେରଲ ସ୍ତର ଖୁବ କମ ରହିଥାଏ।

. ଶାକାହାରୀ ଭୋଜନ ଦ୍ବାରା ପଶୁପକ୍ଷୀ ସୁରକ୍ଷା ହୁଏ।

ଏକ ସଠିକ ଓ ସନ୍ତୁଳିତ ଶାକାହାରୀ ଭୋଜନ ସବୁ ବୟସର ଲୋକଙ୍କ ପୋଷକ ଆବଶ୍ୟକତା ପୂରଣ କରେ। ଶିଶୁ, ମହିଳା ଓ ବୟସ୍କମାନେ ଏଥିରୁ ଉପକୃତ ହୁଅନ୍ତି । ଆପଣଙ୍କର ପୋଷକ ଆବଶ୍ୟକତା ଯେପରି ପୂରଣ ହୋଇପାରୁଥିବା, ସେଥିପ୍ରତି ହିଁ ଧ୍ୟାନ ଦେବାକୁ ପଡିବ। ଆଉ ତାହାକୁ ଦେଖି ଡାଏଟ ପ୍ଲାନ କରାଯାଇପାରେ।

କିପରି ହେବେ ଶାକାହାରୀ

୧. ପ୍ରଥମେ ଆପଣ ସ୍ଥିର କରନ୍ତୁ ଯେ, ଆପଣ କାହିଁକି ଶାକାହାରୀ ହେବାକୁ ଚାହାନ୍ତି।

୨. ମାଂସ, ମାଛ ଆଦି ଖାଇବା ଇଚ୍ଛାକୁ ରୋକନ୍ତୁ।

୩. ଶାକାହାରୀ ଉପାଦାନ ପ୍ରତି ଧ୍ୟାନ ଦିଅନ୍ତୁ, ଟୋଫୁ ବା ସୋୟ ଚଙ୍କସ ବାଛନ୍ତୁ।

୪. ଫୁଟ ଆଇଟମ ଗୁଡିକରେ ଥିବା ଉପାଦାନ ପାଇଁ ଲେବଲ ପଢନ୍ତୁ।

୫. ଅନଲାଇନରେ ଉପଲବ୍ଧ ସ୍ବାଦିଷ୍ଟ ଶାକାହାରୀ ଖାଦ୍ୟ ଓ ଭୋଜନ ଅର୍ଡର କରନ୍ତୁ।

୬. ଆପଣଙ୍କର ଅଣ ଶାକାହାରୀ ବନ୍ଧୁମାନଙ୍କୁ ସ୍ବାଦିଷ୍ଟ ଶାକାହାରୀ ଭୋଜନ ପାଇଁ ପ୍ରବର୍ତ୍ତାନ୍ତୁ।

ଅନେକ ପ୍ରକାର ଭେଜିଟେରିଆନ ଖାଦ୍ୟ ରହିଛି। ବିବିଧତା ସହ ଭିଟାମିନ ଓ ପୋଷକରେ ଭରପୂର ଥାଏ ଶାକାହାରୀ ଖାଦ୍ୟ। ଏ ଦିଗରେ ଜଣେ ଏକ୍ସପର୍ଟ ଡାଏଟିସିଆନ ସହ ପରାମର୍ଶ କଲେ ଆପଣ ଉଚିତ ଦିଗଦର୍ଶନ ପାଇପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.