ETV Bharat / bharat

ଅବହେଳିତ ନାବାଦର ବାଉଁଶ କାରିଗର, ଛଠରେ ଦରକାର ପଡ଼େ ବାଉଁଶ ସାମଗ୍ରୀ

author img

By

Published : Oct 30, 2019, 10:33 AM IST

ବିହାରରେ ବାଉଁଶ କାରିଗରମାନେ ଅନେକ ସମସ୍ୟା ଦେଇ ଗତି କରୁଥିବା ଜଣାପଡ଼ିଛି । କଞ୍ଚାମାଲର ଦରରେ ବୃଦ୍ଧି ହେଉଥିବା ବେଳେ ଏମାନଙ୍କୁ ସେମାନଙ୍କ ପରିଶ୍ରମର ଯଥାମୂଲ୍ୟ ପାରିଶ୍ରମିକ ମଧ୍ୟ ମିଳିନଥାଏ । ଏପରିକି ଏମାନେ ଅନେକ ସରକାରୀ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି ବୋଲି ଜଣାପଡ଼ିଛି । ସେପଟେ ପବିତ୍ର ଛଠ ପର୍ବରେ ବାଉଁଶ ତିଆରି ସାମଗ୍ରୀର ଆବଶ୍ୟକ ରହିଥାଏ । ଯାହା ବିନା ଏହା ଛଟ ପର୍ବ ଅଧୁରା ରହିଥାଏ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ଆସ୍ଥା ଓ ବିଶ୍ବାସର ପର୍ବ ଛଠ ପର୍ବ ପାଳିତ ହୋଇ ଯାଇଛି । ଏହି ପର୍ବରେ ବାଉଁଶ ତିଆରି ଦ୍ରବ୍ୟର ବ୍ୟବହାର ବିନା ଏହି ପର୍ବ ପାଳନ ଅଧୁରା ରହିଥାଏ ବୋଲି ବିଶ୍ବାସ ରହିଆସିଛି । ଏହି ସମୟରେ ବାଉଁଶ କାରିଗରଙ୍କ ଦୁଇ ପଇସା ମଧ୍ୟ ଭଲ ରୋଜଗାର ହୋଇଥାଏ । ବାଉଁଶ ତିଆରି ସାମଗ୍ରୀ ଡାଲା, ସପ, ଡଗରା ଏବଂ ଦଉରା ଭଳି ଦ୍ରବ୍ୟର ମାତ୍ରାଧିକ ଆବଶ୍ୟକ ରହୁଥିବାରୁ କାରିଗରମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି ।

ତେବେ ବିହାରର ନାବାଦ ଜିଲ୍ଲାର ଗୋବିନ୍ଦପୁରର କିଛି ବାଉଁଶ କାରିଗର କେବଳ ଏହି କାର୍ଯ୍ୟ କରି ପେଟ ପୋଷିଥାନ୍ତି । ଗ୍ରାମର କିଛି ଅନୂସୁଚିତ ଲୋକମାନେ ଏହାକୁ ନିଜର କୂଳବେଉଷା ଭାବେ ଆପଣେଇ ନେଇଛନ୍ତି । ଏହି ଗ୍ରାମର ପ୍ରାୟ ଶହେଟି ପରିବାର ଏହି କାର୍ଯ୍ୟ କରିଆସୁଛନ୍ତି । ଛୋଟ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟରେ ଲାଗିଥାନ୍ତି । ଏହି କାର୍ଯ୍ୟକୁ କରି ନିଜର ପରିବାର ପୋଷଣ କରୁଥିବା ଜଣାପଡ଼ିଛି ।

ସେପଟେ କଞ୍ଚାମାଲ ଦର ବୃଦ୍ଧି ପାଉଥିବାରୁ ଏମାନଙ୍କୁ ପରିଶ୍ରମର ସଠିକ ମୂଲ୍ୟ ମିଳୁନାହିଁ । ବହୁ ପରିଶ୍ରମ ପରେ ଗୋଟିଏ ବସ୍ତୁ ପ୍ରସ୍ତୁତ କଲେ ମଧ୍ୟ ତାହାର ଉଚିତ ମୂଲ୍ୟ ଏମାନଙ୍କୁ ମିଳେନାହିଁ । ଫଳରେ ବ୍ୟାପକ ଭାବେ କ୍ଷତି ସହୁଥିବା ଏମାନେ କହିଛନ୍ତି ।
ସେପଟେ ଆଜି ବି ଏମାନେ ଅବହେଳିତ ଅବସ୍ଥାରେ ଏଠାରେ ରହୁଥିବା ଜଣାପଡ଼ିଛି । କେବଳ ଅବହେଳିତ ନୁହେଁ, ଅନେକ ସରକାରୀ ଯୋଜନାରୁ ଆଜି ବି ଏମାନେ ବଞ୍ଚିତ ହେଉଥିବା ଜଣାପଡ଼ିଛି । ସେମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ରାଶି ମିଳିନଥିବା ଜଣାପଡ଼ିଛି । ଆବାସ ଯୋଜନା ହେଉ ଅବା ପେନସନ ଯୋଜନା, ଏମାନଙ୍କୁ ମିଳୁନଥିବାରୁ ବେଶ କ୍ଷୋଭ ପ୍ରକାଶ କରିଛନ୍ତି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.