ETV Bharat / bharat

କାର୍ଯ୍ୟାଳୟରେ ଆତ୍ମହତ୍ୟା କଲେ ଆଇଟିବିପି କନେଷ୍ଟବଳ - ITBP

କରୋଲ ବାଗ ପୋଲିସ ଷ୍ଟେସନ ପରିସରରେ ଜଣେ ଆଇଟିବିପି କନେଷ୍ଟବଳ ନିଜ ପିସ୍ତଲରେ ଆତ୍ମହତ୍ୟା କରିଥିବା ଜଣାପଡିଛି । କୁମାର ଫେବୃଆରୀ 12, 2009 ରେ ITBP ରେ ଜଣେ କନେଷ୍ଟବଳ ଭାବରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

କାର୍ଯ୍ୟାଳୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଆଇଟିବିପି କର୍ମଚାରୀ

author img

By

Published : Jun 27, 2020, 1:52 PM IST

ନୂଆଦିଲ୍ଲୀ:ଶୁକ୍ରବାର କରୋଲ ବାଗ ପୋଲିସ ଷ୍ଟେସନ ପରିସରରେ ଜଣେ ଆଇଟିବିପି କନେଷ୍ଟବଳ ନିଜ ପିସ୍ତଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନାନୁସାରେ, ଶୁକ୍ରବାର ଦିନ ଆଇଟିବିପି 22 ବାଟାଲିୟନ ସଙ୍ଗମ ବିହାରର ସନ୍ଦୀପ କୁମାର ଅନ୍ୟ କର୍ମଚାରୀଙ୍କ ସହ ଡ୍ୟୁଟି ପାଇଁ ପୋଲିସ ଷ୍ଟେସନ କରୋଲ ବାଗରେ ପହଞ୍ଚିଥିଲେ। ଡ୍ୟୁଟି କରିବା ପରେ କୁମାର ପୋଲିସ ଷ୍ଟେସନ କରୋଲ ବାଗରେ ତାଙ୍କ ବସକୁ ଅପେକ୍ଷା କରିଥିବା ବେଳେ ହଠାତ୍ ନିଜ ଅସ୍ତ୍ର ଦ୍ବାରା ନିଜକୁ ଗୁଳି କରିଥିଲେ ବୋଲି ପୋଲିସ ଏକ ବିବୃତ୍ତିରେ କହିଛି ।

ତେବେ କୁମାରଙ୍କୁ 31 ବର୍ଷ ବୟସ ହୋଇଥିବା ବେଳେ ସେ ଫେବୃଆରୀ 12, 2009 ରେ ITBP ରେ ଜଣେ କନେଷ୍ଟବଳ ଭାବରେ ଯୋଗ ଦେଇଥିଲେ । ମୃତ କନଷ୍ଟେବଳ ଉତ୍ତରପ୍ରଦେଶର ଗୋରଖପୁର ଖଜାନି ଜିଲ୍ଲା କେଭାଲ୍ଟି ନିବାସୀ ସ୍ୱର୍ଗତ ଶମ୍ଭୁ ନାଥ ଯାଦବଙ୍କ ପୁଅ। କୁମାର ଆସିଷ୍ଟାଣ୍ଡ କମାଣ୍ଡଣ୍ଟ ରାଜନ ବାବୁଙ୍କ ତତ୍ତ୍ବାବଧାନରେ ଡ୍ୟୁଟି କରୁଥିଲେ ଏବଂ ଆବଶ୍ୟକ ପ୍ରକ୍ରିୟା ଜାରି ରହିଛି ବୋଲି ପୋଲିସ କହିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.