ETV Bharat / bharat

ଇଟାଲୀରେ 24 ଘଣ୍ଟାରେ କେରୋନା ମୃତ୍ୟୁସଂଖ୍ୟା 793

author img

By

Published : Mar 22, 2020, 9:24 AM IST

ଇଟାଲୀରେ କେରୋନା ମୃତ୍ୟୁସଂଖ୍ୟା 4,825ରେ ପହଞ୍ଚି ଚୀନଠୁ ସର୍ବାଗ୍ରେ ରହିଛି । ଦେଶରେ ଆକ୍ରାନ୍ତ ହୋଇ ସୁସ୍ଥ ଲୋକଙ୍କ ସଂଖ୍ୟା ଏବେ 6,062ରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

COVID19 reaches 4,825 in Italy
ଇଟାଲୀରେ 24 ଘଣ୍ଟାରେ କେରୋନା ମୃତ୍ୟୁସଂଖ୍ୟା 793, ସୁସ୍ଥ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ: ହୁ ହୁ ହୋଇ ବଢିଚାଲିଛି ଇଟାଲୀରେ କୋରୋନା ଭାଇରସ ମୃତ୍ୟୁସଂଖ୍ୟା । ଚୀନକୁ ପଛରେ ପକାଇ ଭାଇରସର କବଳରେ କଲବଲ ହେଉଛି ଇଟାଲୀ । ତେବେ ଗତ 24 ଘଣ୍ଟା ମଧ୍ୟରେ ଇଟାଲୀରେ 793 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାରକୁ ବୃଦ୍ଧି ପାଇଛି ।

ସୂଚନା ଅନୁସାରେ, ବର୍ତ୍ତମାନ ପରିସ୍ଥିତିରେ ଚୀନରେ କୋରୋନା ମୃତ୍ୟୁ ସଂଖ୍ୟା 3 ହଜାରରୁ ଉର୍ଦ୍ଧ୍ବ ଥିବା ବେଳେ ଇଟାଲୀରେ ଏହା 4,825ରେ ପହଞ୍ଚି ଚୀନଠୁ ସର୍ବାଗ୍ରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଇଟାଲୀ ପ୍ରଧାନମନ୍ତ୍ରୀ ଗ୍ୟୁସିପି ଆବଶ୍ୟକ ନଥିବା କମ୍ପାନୀଙ୍କୁ ବନ୍ଦ ନିର୍ଦ୍ଦେଶ ଦେବା ସହ ଦେଶରେ ଲକ ଡାଉନ ପରିସ୍ଥିତି ଘୋଷଣା କରିଛନ୍ତି ।

ତେବେ ମହାମାରୀ ନେଇ ସହରର ସମସ୍ତେ ଆତଙ୍କିତ ରହିଛନ୍ତି । ଏପଟେ 943 ଆକ୍ରାନ୍ତ ଏହି ରୋଗରୁ ଧୀରେ ଧୀରେ ସୁସ୍ଥ ହେଲେଣି । ଦେଶରେ ଆକ୍ରାନ୍ତ ହୋଇ ସୁସ୍ଥ ହେଇଥିବା ଲୋକଙ୍କ ସଂଖ୍ୟା ଏବେ 6,062ରେ ପହଞ୍ଚିଛି ।

ଏହି ଭାଇରସକୁ ପରାଜୟ କରି ମାନବ ଜାତି ଜିତିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାସହ ସର୍ବସାଧାରଣଙ୍କ ମଙ୍ଗଳ ଚିନ୍ତାକରି ଆଜି ଦିନକ ପାଇଁ ଦେଶରେ ଜନତା କର୍ଫ୍ୟୁ ଲାଗୁ କରିଛନ୍ତି । ଯାହା ସକାଳ 7ଟାରୁ ଲାଗୁ ହୋଇ ସନ୍ଧ୍ୟା 9ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.