ETV Bharat / bharat

2 ସପ୍ତାହରେ ମୁମ୍ବାଇରେ କାବୁ ହେବ କୋରୋନା, ଦେଶରେ ଶୀଘ୍ର ସୁଧୁରିବ ସ୍ଥିତି: IIT ବମ୍ବେ

author img

By

Published : Jul 21, 2020, 4:34 PM IST

ଆଇଆଇଟି ବମ୍ବେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡାକ୍ତର ଭାସ୍କର ରମଣ ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣର ଶୀଘ୍ର ହ୍ରାସ ନେଇ ରିପୋର୍ଟ ଜାରି କରିଛନ୍ତି । ଅଧିକ ପଢନ୍ତୁ...

2 ସପ୍ତାହରେ ମୁମ୍ବାଇରେ କାବୁ ହେବ କୋରୋନା, ଦେଶରେ ଶୀଘ୍ର ସୁଧୁରିବ ସ୍ଥିତି: IIT ବମ୍ବେ
2 ସପ୍ତାହରେ ମୁମ୍ବାଇରେ କାବୁ ହେବ କୋରୋନା, ଦେଶରେ ଶୀଘ୍ର ସୁଧୁରିବ ସ୍ଥିତି: IIT ବମ୍ବେ

ମୁମ୍ବାଇ: ଦେଶରେ କୋରୋନା ଭାଇରସର ଅବସ୍ଥା ବିଗିଡି ଚାଲିଥିବା ବେଳେ, ଏହି ସମୟରେ ଆଇଆଇଟି ବମ୍ବେର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଦାବି କରାଯାଇଛିଯେ, ମୁମ୍ବାଇରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଆଉ ଦୁଇ ସପ୍ତାହ ସମୟ ଲାଗିବ। ରିପୋର୍ଟ ଅନୁଯାୟୀ, ଯଦିଓ ଏଠାରେ କୋରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି, ତଥାପି ଖୁବ ଶୀଘ୍ର ପରିସ୍ଥିତି ସୁଧୁରିବ ।

ଆଇଆଇଟି ବମ୍ବେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡାକ୍ତର ଭାସ୍କର ରମଣ ଦେଶରେ ଦ୍ରୁତ ଗତିରେ ବଢୁଥିବା COVID-19 ମାମଲାକୁ ଦୃଷ୍ଟିରେ ରଖି କୋରୋନା ନିୟନ୍ତ୍ରଣ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ରିପୋର୍ଟରେ, ଲେଭିଟସ ମ୍ୟାଟ୍ରିକ୍ସ ଗଣିତ ସୂତ୍ର ବ୍ୟବହାର କରି ଏକ ଗ୍ରାଫିକାଲ ଉପସ୍ଥାପନା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ, କୋରୋନା ମାମଲାର ନିୟନ୍ତ୍ରଣରେ ଆସିବାର ଅନୁମାନ କରାଯାଉଛି । ମୃତ୍ୟୁ ହାର ଏବଂ ମୃତ୍ୟୁ ସଂଖ୍ୟା କୁ ଦେଖି ଏହା ନିୟନ୍ତ୍ରଣକୁ ଆସିବାର ଅନୁମାନ କରାଯାଉଛି ।

କୋରୋନା ବିଷୟରେ ମୁମ୍ବାଇରୁ ଆସୁଥିବା ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ସୁସ୍ଥ ହାର 70 ପ୍ରତିଶତରେ ପହଞ୍ଚିଛି ଏବଂ ମୃତ୍ୟୁ ହାର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଯଦି ସମାନ ପରିସ୍ଥିତି ଜାରି ରହେ, 2 ସପ୍ତାହ ମଧ୍ୟରେ କୋରୋନାକୁ ନିୟନ୍ତ୍ରଣ କରାଯାଇପାରିବ। ମୁମ୍ବାଇ ପରି ଡାକ୍ତର ରମଣ ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟର କୋରୋନା ସଂକ୍ରମଣର ଆକଳନର ଆଧାରରେ ଗଣନା କରିଛନ୍ତି । ରମଣଙ୍କ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ କୋରୋନା ସ୍ଥିତି 2 ମାସରେ ସୁଧୁରିବାକୁ ଥିବାବେଳେ, ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥିତି ଏକ ମାସ, ଗୁଜରାଟରେ ଏକ ମାସରେ ସୁଧୁରିବ । ଏବଂ ଦେଶରେ ଦୁଇ ରୁ ତିନି ମାସ ମଧ୍ୟରେ କରୋନା ଅବସ୍ଥା ନିୟନ୍ତ୍ରଣକୁ ଆସିବ ।

ଦେଶରେ କୋରୋନା ମହାମାରୀର ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ଆଡକୁ ଗତି କରିବ। ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ନିୟନ୍ତ୍ରଣର ଅର୍ଥ ନୁହେଁ ଯେ କୋରୋନା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ। ଏହି କାରଣରୁ ମୃତ୍ୟୁହାର ହ୍ରାସ ଏବଂ ସୁସ୍ଥ ହାର ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯଦି ଦୁଇ ରୁ ତିନି ମାସ ଅଧିକ ସଚେତନ ଓ ନିଜକୁ ସୁରକ୍ଷିତ ରଖିବେ ଲୋକେ ତେବେ କୋରୋନା ନିଶ୍ଚିତ ଭାବରେ ହାର ମାନିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.