ନୂଆଦିଲ୍ଲୀ: ଆଇଆଇଟି ସଂସ୍ଥା ସବୁବେଳେ ନିଜର ଉନ୍ନତ, ନୂତନ ଓ ଭିନ୍ନ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଆଉ ଏହାର ପରିଚୟ ତାର ଛାତ୍ର ମାନଙ୍କର ଉନ୍ନତ କାରିଗରୀ ଓ କୌଶଳ ପାଇଁ ହୋଇଥାଏ । ଆଇଆଇଟି ଛାତ୍ର ଚଳିତଥର ଏପରି ଟେକନିକ ଆଣିଛନ୍ତି ଯାହା ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମହିଳାଙ୍କ ମାସିକ ଧର୍ମ ସମୟରେ ବ୍ୟବାହାର କରାଯାଉଥିବା ସାନିଟାରୀ ନାପକିନକୁ ବ୍ୟବହାର ପରେ ଫୋପାଡି ଦିଆଯାଇଥାଏ । ଯାହାଦ୍ବାରା ପ୍ଲାଷ୍ଟିକର ବ୍ୟବହାରରେ ବୃଦ୍ଧି ଘଟିବା ସହ ପରିବେଶ ଉପରେ କୁ-ପ୍ରଭାବ ପକାଇଥାଏ । ଏଥିପାଇଁ ଛାତ୍ରମାନେ 'ବାନାନା ଫାଇବର' ବା କଦଳୀ ଚୋପା ବ୍ୟବାହାର କରି ଏକ ନୂଆ ରୂପରେ ତିଆରି କରିଛନ୍ତି । ଯାହା ରିୟୁଜେବଲ ବା ପୁନଃବ୍ୟବହାର କରିହେବ ।
ଅନ୍ୟ ନାପକିନ ଠାରୁ ଏହା ବେଶ ଲାଭଦାୟକ
ଏହି ନାପକିନକୁ ତିଆରି କରିଥିବା ଛାତ୍ର ଅର୍ଚିତ ଅଗ୍ରଓ୍ବାଲ କହିଛନ୍ତିଯେ, ବଜାରରେ ବିକ୍ରି ହେଉଥିବା ନାପକିନ ଭଳି ଏଥିରେ ପ୍ଲାଷ୍ଟିକର ବ୍ୟବହାର ହୋଇନାହିଁ । ଅନ୍ୟ ନାପକିନ ଠାରୁ ଏହା ପତଳା ଅଟେ ଆଉ ଖୁବଶିଘ୍ର ମଧ୍ୟ ଏହା ଶୁଖିବାର କ୍ଷମତା ରଖୁଛି । ଯାହାର ବ୍ୟବହାର ଦ୍ବାରା ଶରୀରକୁ କୌଣସି ହାନି ପହଞ୍ଚିବନି ।
'କ୍ବାଡ୍ରାଣ୍ଟ ଟ୍ରୁ ଲ' ଟେକନିକରେ ନିର୍ମିତ
ଏହି ନାପକିନକୁ 72 ରୁ ଅଧିକ ଥର ମଧ୍ୟ ବ୍ୟବାହାର କରି ଶୁଖାଇ ପୁଣି ଥରେ ବ୍ୟବାହାର କରିପାରିବ । ଏହି ନାପକିନ 'କ୍ବାଡ୍ରାଣ୍ଟ ଟ୍ରୁ ଲ' Quadrant true law' ଟେକନିକରେ ତିଆରି କରାଯାଇଛି । ଯେଁଉଥିପାଇଁ ଏହା ଶୁଖିବାର କ୍ଷମତା ଅଧିକ ରହିଛି । 8 ରୁ 10 ଛାତ୍ର ଟିମ ଏହାକୁ ମିଶି ତିଆରି କରିଛନ୍ତି । ଡିସେମ୍ବର 2018ରୁ ଏହି କାମ ଆରମ୍ଭ କରିଥିଲେ । ଏହା ଯାଞ୍ଚ ପରେ ବଜାରରେ ଉପଲବ୍ଧ ହେଉଛି । ଏହାକୁ ଅନଲାଇନ ମାଧ୍ୟମରେ ମଧ୍ୟ କିଣିପାରିବେ ।
ଗୋଟିଏ ପ୍ୟାକେଟରେ ରହିଛି 2ଟି
ନାପକିନର ଏକ ସେଟ 199 ଟଙ୍କାରେ ଗ୍ରାହକ ମାନଙ୍କୁ ଦିଆଯିବ ଯେଉଁଥିରେ 2ଟି ନାପକିନ ଉପଲବ୍ଧ ଥିବ । ଗୋଟିଏ ଦିନ ପାଇଁ ଆଉ ଗୋଟିଏ ରାତି ପାଇଁ । ମହିଳା ମାନେ ନିଜର ସୁବିଧାନୁସାରେ ଏହାକୁ ବ୍ୟବହାର କରିବେ ।
ଆର୍ଗେନିକ ତତ୍ତ୍ବରେ ନିର୍ମିତ ଇକୋ ଫ୍ରେଣ୍ଡଲି ପ୍ୟାଡ
ଯଦି ମହିଳା ମାନେ ଏହି ନାପକିନକୁ 2 ବର୍ଷ ଧରି ବ୍ୟବାହର କରିବେ ତେବେ ବାରମ୍ବାର କିଣିବା ଆଉ ଏହା ଦ୍ବାରା ପରିବେଶ ପ୍ରଦୂଷିତ ହେବାରୁ ରକ୍ଷା ପାଇବ। ଏହା ସମ୍ପୂର୍ଣ୍ଣ ରୂପେ ବାନାନା ଫାଇବରରେ ପ୍ରସ୍ତୁତ ଥିବାବେଳେ ଏହା ଚର୍ମ ପାଇଁ କୌଣସି ହାନିକାରକ ନୁହଁ ।
ପ୍ରତିବର୍ଷ ବାହାରିଥାଏ ଲକ୍ଷାଧିକ ଟନର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ
ଦେଶରେ ଜଣେ ମହିଳା ନିଜର ଜୀବନ କାଳ ମଧ୍ୟରେ ସାନିଟାରୀ ନାପକିନର ବ୍ୟବହାର କରି 150 କିଲୋ ଓଜନର ପ୍ଲାଷ୍ଟିକ ଅଳିଆ ତିଆରି କରିଥାଏ । ତେବେ ବର୍ଷକୁ ଲକ୍ଷାଧିକ ଟନର ଅଳିଆ ବାହାରିଥାଏ । ଯାହା ଆମ ପରିବେଶ ପାଇଁ ବେଶ ହାନିକାରକ ହୋଇଥାଏ । ସାଧାରଣତଃ ନାପକିନ ଯାହାର ପ୍ରୟୋଗ ପରେ ମାଟିରେ ଶିଘ୍ର ମିଶିନଥାଏ । ଯାହାଦ୍ବାରା ପର୍ଯ୍ୟାବରଣକୁ ବହୁତ କ୍ଷତି ପହଞ୍ଚାଇଥାଏ । କିନ୍ତୁ ଏହି ବାନାନା ଫାଇବରରେ ପ୍ରସ୍ତୁତ ସାନିଟାରୀ ନାପକିନ ତିଆରି କରିବା ପାଇଁ କଞ୍ଚାମାଲ କେରଳ, ତାମିଲନାଡୁ ଓ ଦିଲ୍ଲୀରୁ ଆସିଥିଲା ।