ETV Bharat / bharat

ଲକଡାଉନ ସତ୍ତ୍ବେ ନିରବଚ୍ଛିନ୍ନ ସେବାରେ ବ୍ରତୀ ଆଇଟି କର୍ମଚାରୀ - ଲକଡାଉନ

ବିଶ୍ବକୁ କୋରୋନା କବଳରୁ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କ ଅବଦାନ ସତରେ ଅତୁଳନୀୟ ହେଲେ ଆମେ ଭୁଲିବା କଥା ନୁହେଁ କି ଏପରି ସମୟରେ ବିନା କିଛି ପ୍ରଶ୍ନରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଛନ୍ତି ଏହି ଆଇଟି କର୍ମଚାରୀ । ଅଧିକ ପଢ଼ନ୍ତୁ...

it service in lockdown, it worker, it service in india, it srvice, ଲକଡାଉନରେ ଆଇଟି ସର୍ଭିସ, ଆଇଟି କର୍ମଚାରୀ, ଦେଶରେ ଆଇଟି ସର୍ଭିସ, ଲକଡାଉନ, ଆଇଟି ସର୍ଭିସ
ଲକଡାଉନ ସତ୍ତ୍ବେ ନିରବଚ୍ଛିନ୍ନ ସେବାରେ ବ୍ରତୀ ଆଇଟି କର୍ମଚାରୀ
author img

By

Published : Apr 24, 2020, 11:38 PM IST

ହାଇଦ୍ରାବାଦ: କୋରୋନା ପ୍ରକୋପରେ ସାରା ବିଶ୍ବରେ ଏବେ ତାଲାବନ୍ଦୀ । ପ୍ରାୟ ସମସ୍ତ ଛୋଟ ବଡ ବ୍ୟବସାୟ ଠପ ହୋଇଥିବା ବେଳେ ଘରେ ଲକଡାଉନ ହୋଇଛି ସାଧାରଣ ଜୀବନ । ଏମିତିରେ ଘରେ ନବସି ନିଜ କାର୍ଯ୍ୟକୁ ପ୍ରାଥମିକତା ଦେଇଛନ୍ତି କିଛି ଏପରି କର୍ମଚାରୀ, ଯାହାଙ୍କ କାର୍ଯ୍ୟକୁ ନେଇ ସାଧାରଣରେ କେବେ ଚର୍ଚ୍ଚା ହୋଇନାହିଁ । ଏମାନେ ହେଉଛନ୍ତି ସାରା ବିଶ୍ବରେ ନିରବଚ୍ଛିନ୍ନ ଭାବେ 24 ଘଣ୍ଟା ସର୍ଭିସ ଯୋଗାଉଥିବା ଆଇଟି କର୍ମଚାରୀ ।

ବିଶ୍ବକୁ କୋରୋନା କବଳରୁ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କ ଅବଦାନ ସତରେ ଅତୁଳନୀୟ ହେଲେ ଆମେ ଭୁଲିବା କଥା ନୁହେଁ କି ଏପରି ସମୟରେ ବିନା କିଛି ପ୍ରଶ୍ନରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଛନ୍ତି ଏହି ଆଇଟି କର୍ମଚାରୀ । କାରଣ ଏମାନେ ଯଦି କାମ ନକରିବେ ତାହେଲେ ହୁଏତ ବନ୍ଦ ହୋଇଯିବ ଦେଶ ବିଦେଶର କାରବାର । ଟିସିଏସ, ୱିପ୍ରୋ, ଇନଫୋସିସ ପରି ଆଇଟି କମ୍ପାନୀ ଏବେ ବି ଦିନରାତି କାର୍ଯ୍ୟରତ ରହି ବିଦେଶର ଅନେକ କମ୍ପାନୀମାନଙ୍କୁ ସକ୍ରିୟ ରଖିଛନ୍ତି ।

କେବଳ ବିଦେଶ ନୁହେଁ ଦେଶର ଅନେକ ବଡ ବଡ ହସ୍ପିଟାଲ ଓ କମ୍ପାନୀର ମେରୁଦଣ୍ଡ ଭଳି ମଧ୍ୟ ଏହି ଆଇଟି କମ୍ପାନୀମାନେ କାର୍ଯ୍ୟରତ । ଯଦି ଏହି କମ୍ପାନୀମାନେ କାର୍ଯ୍ୟ ବନ୍ଦ କରି ଘରେ ବସିଯିବେ ତାହେଲେ ହୁଏତ ଅନେକ ୱାର୍କ ଫ୍ରମ ହୋମ କର୍ମଚାରୀଙ୍କୁ ମିଳିପାରିବ ନାହିଁ ମାସିକ ବେତନ, ହୁଏତ ବନ୍ଦ ପଡିଯିବ ବ୍ୟାଙ୍କ ସର୍ଭିସ । କାରଣ ଆକାଉଣ୍ଟିଂ, ପେମେଣ୍ଟ, ବିଲିଂ, ହ୍ୟୁମାନ ରିସୋର୍ସ ଏବଂ ପେରୋଲ ଆଦି ଅତ୍ୟାବଶ୍ୟକୀୟ ସର୍ଭିସ ଏହି କମ୍ପାନୀମାନଙ୍କ ଦ୍ବାରା ଦେଶ ଏବଂ ବିଦେଶକୁ ଯୋଗାଇ ଦିଆଯାଉଛି ।

ଯେପରି ଡାକ୍ତରମାନେ ନିଜ ଘର ପରିବାରର ଚିନ୍ତା ନକରି ଦେଶ ସେବାରେ ଆଗେଇ ଆସିଛନ୍ତି, ଠିକ୍‌ ସେହିପରି ବିନା କୌଣସି ପ୍ରୋତ୍ସାହନରେ ନିଜ କାମ ଅତି ନିଷ୍ଠାର ସହ କରି ଚାଲିଛନ୍ତି ଆଇଟି କର୍ମଚାରୀ । ତେଣୁ ଯଦି କୋରୋନା ବିତ୍ପାତ ସମୟରେ ଡାକ୍ତର, ଗଣମାଧ୍ୟମ କର୍ମଚାରୀ, ସଫେଇ କର୍ମଚାରୀ ଓ ପୋଲିସମାନେ ଲୋକଙ୍କ ଆଦର ଓ ସହଯୋଗ ପାଇ ପାରୁଛନ୍ତି ସମାନ ଭାବେ ପ୍ରଚ୍ଛଦପଟ୍ଟ ନାୟକ ଭାବେ ଏହି ଆଇଟି କର୍ମଚାରୀମାନେ ମଧ୍ୟ ସହଯୋଗର ଆଶାୟୀ ଏବଂ ଏମାନଙ୍କ କାର୍ଯ୍ୟ ଶତ ପ୍ରଶଂସନୀୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.