ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶ ସମ୍ବନ୍ଧୀୟ ଗବେଷଣା କରି ଅନେକ ବିରଳ ସଫଳତା ହାସଲ କରି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରମୁଖ ରାଷ୍ଟ୍ର ତାଲିକାରେ ସ୍ଥାନ ଲାଭ କରିପାରିଛି । ଇତିମଧ୍ୟରେ ଇସ୍ରୋ ଆଉ ଏକ ଇତିହାସ ରଚିବାକୁ ଯାଉଛି । ଏପ୍ରିଲ 1ତାରିଖ ସୋମବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ମହାକାଶକୁ ତା’ର ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲିଇ(ପିଏସଏଲଭି)-ସି୪୫ ଉତ୍କ୍ଷେପଣ କରିବ। ।
ମିଳିଥିବା ସୂଚନା ଅନୁସାରେ ଏପ୍ରିଲ୍ ପହିଲା ସୋମବାର ସକାଳ ୯:୩୦ ମିନିଟ୍ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଅନ୍ତର୍ଗତ ସତିଶ ଧାଓ୍ଵନ୍ ମହାକାଶ କେନ୍ଦ୍ରରୁ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହ ସମେତ ସମୁଦାୟ ୨୯ଟି କୃତ୍ରିମ ଉପଗ୍ରହ ସହ ପିଏସ୍ଏଲଭି-ସି୪୫ ଉତ୍କ୍ଷେପଣ କରାଯିବ ବୋଲି ଇସ୍ରୋ ଟ୍ୱିଟ୍ କରିଛି।
ଏଠାରେ ସୂଚନା ଯୋଗ୍ୟ ଯେ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହର ଗ୍ରାହକମାନେ ହେଉଛନ୍ତି ଲିଥୁଆନିଆ, ସ୍ପେନ୍, ସ୍ୱିଜରଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ଏଥିମଧ୍ୟରୁ ଯୁକ୍ତରାଷ୍ଟ୍ର ଆମେରିକା 24ଟି ଲିଥୁଆନିଆର 2ଟି ସ୍ପେନ ଓ ସ୍ୱିଜରଲାଣ୍ଡର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି । ବ୍ୟାବସାୟିକ ବ୍ୟବସ୍ଥା ଦ୍ୱାରା ଏସବୁ ମହାକାଶକୁ ଉତ୍କ୍ଷେପଣ କରାଯିବ ବୋଲି ଇସ୍ରୋ ।