ETV Bharat / bharat

ହିରୋସୀମା ଠୁ 17 ଗୁଣ ଶକ୍ତିଶାଳୀ ଉତ୍ତର କୋରିଆର ‘ନ୍ୟୁକ୍ଲିଅର ଟେଷ୍ଟ’

2017 ମସିହାରେ ଉତ୍ତର କୋରିଆ ଦ୍ବାରା କରାଯାଇଥିବା ପରମାଣୁ ପରୀକ୍ଷଣ ହିରୋସୀମା ଉପରେ ପ୍ରୟୋଗ ହୋଇଥିବା ପରମାଣୁ ବୋମାଠାରୁ 17 ଗୁଣ ଅଧିକ ଘାତକ ଥିଲା ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।

ଫାଇଲ ଫଟୋ
author img

By

Published : Nov 15, 2019, 11:09 PM IST

ନୂଆଦିଲ୍ଲୀ: 2017 ମସିହାରେ ଉତ୍ତର କୋରିଆ ଦ୍ବାରା କରାଯାଇଥିବା ପରମାଣୁ ପରୀକ୍ଷଣକୁ ନେଇ ଏକ ଅଧ୍ୟୟନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଉତ୍ତର କୋରିଆ ଦ୍ବାରା କରାଯାଇଥିବା ଏହି ପରମାଣୁ ପରୀକ୍ଷଣ 1945 ରେ ଜାପାନର ହିରୋସୀମା ଉପରେ ପ୍ରୟୋଗ ହୋଇଥିବା ପରମାଣୁ ବୋମାଠାରୁ 17 ଗୁଣ ଅଧିକ ଘାତକ ଥିଲା ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି । ହିରୋସୀମା ଉପରେ ପ୍ରୟୋଗ ହୋଇଥିବା ପରମାଣୁ ବୋମାର କ୍ଷମତା 15 କିଲୋଟନ ଥିବାବେଳେ ଏହାର କ୍ଷମତା 245 ରୁ 271 କିଲୋଟନ ଥିଲା ବୋଲି ଏହି ଗବେଷଣାରୁ ଜଣା ପଡିଛି ।

ଗୁଜୁରାଟର ଅହମଦାବାଦ ସ୍ଥିତ ମହାକାଶ ଉପଯୋଗ କେନ୍ଦ୍ରରେ ଇସ୍ରୋ ବୈଜ୍ଞାନିକ କେଏମ ଶ୍ରୀଜିତଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଇଥିଲା । 2003 ରେ ଉତ୍ତର କୋରିଆ ପରମାଣୁ ଚୁକ୍ତିରୁ ଅଲଗା ହେବା ପରଠାରୁ ତାର ସମସ୍ତ ପରମାଣୁ ଗତିବିଧିକୁ ନେଇ ଏହି ଗବେଷଣା କରାଯାଇଛି । ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ 5 ଥର ଭୂଗର୍ଭରୁ ପରମାଣୁ ପରୀକ୍ଷଣ କରିଥିଲେ । ଏହା ବ୍ୟତୀତ 2017 ସେପ୍ଟେମ୍ବର 3 ରେ ସମ୍ଭବତଃ ହାଇଡ୍ରୋଜେନ ବୋମା ପ୍ରସ୍ତୁତ କରିଥିଲେ ।

ସାଧାରଣତଃ ଭୁକମ୍ପ ମାପକ ଯନ୍ତ୍ର ବା ତାର ତଥ୍ୟ ଦ୍ବାରା ପରମାଣୁ ପରୀକ୍ଷଣର ଗବେଷଣା କରାଯାଇଥାଏ । କିନ୍ତୁ ଉତ୍ତର କୋରିଆର ଭୂକମ୍ପ ତଥ୍ୟ ଉବଲବ୍ଧ ନଥିବା ଯୋଗୁଁ ଇସ୍ରୋ ସେଟେଲାଇଟ ତଥ୍ୟରୁ ଏହି ଗବେଷଣା କରିଥିଲା । ଏହି ଗବେଷଣା ପାଇଁ ଇସ୍ରୋ ଜାପାନ ଉପଗ୍ରହ ଏଏଲଓଏସ-2 ଏବଂ ଇନଏସଏଆର ଟେକନୋଲୋଜିର ବ୍ୟବହାର କରିଥିଲା ।

Slug - district administration preparation for election,rep - narayan,ctc,avb,21.04.19

ଆଂଙ୍କର - ତୃତୀୟ ପର୍ୟାୟ ନିର୍ବାଚନ ପାଈଁ ଆଜି ସରିଲା ପ୍ରଚାର।ଆସନ୍ତା ୨୩ ତାରିଖ ରେ ହେବ ମତଦାନ।ତେବେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ମତଦାନ ପାଈଁ ଆଜି ପହଞ୍ଚିଛନ୍ତି ପୋଲିଂ ପାର୍ଟି।ସାଧାରଣ ନିର୍ବାଚନ ପାଈଁ ଆଜି 
କଟକ ର ୪ ଟି ନିର୍ବାଚନ ମଣ୍ଡଳୀରେ ପୋଲିଂ ପାର୍ଟି ପହଞ୍ଚି ଥିଲାବେଳେ ଆସନ୍ତା କାଲି କଟକ ବାରବାଟି ଓ କଟକ ଚୌଦ୍ବାର ନିର୍ବାଚନ ମଣ୍ଡଳୀ ର ୪୦୮ ଟି ବୁଥ୍ ପାଈଁ ପୋଲିଂ ପାର୍ଟି ପହଞ୍ଚିଵେ।ସୁଚନା ଯୋଗ୍ୟ ଆଜି ଵଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୯୦ ଟି ମତଦାନ କେନ୍ଦ୍ର ପାଈଁ ୧୯୧୪ ଜଣ ପୋଲିଂ ପାର୍ଟି ଓ ୩୧୮ ଟି ଯାନ,ବାଙ୍କି  ପାଈଁ ୨୩୫ ଟି ମତଦାନ କେନ୍ଦ୍ରକୁ ୧୫୫୪ ଜଣ ଓ ୨୩୧ ଟି ଯାନ,ଆଠଗଡ ରେ ୨୫୪ ଟି ମତଦାନ କେନ୍ଦ୍ର ପାଈଁ ୧୬୮୦ ଜଣ ଓ ୨୯୪ ଟି ଯାନ,କଟକ ସଦର ର ୨୩୩ ଟି ମତଦାନ କେନ୍ଦ୍ର ପାଈଁ ୧୫୪୨ ଜଣ ପୋଲିଂ ପାର୍ଟି  ଓ ୨୦୯ ଟି ଯାନ ନିୟୋଜିତ କରାଯାଇଛି।ସେହିପରି ଆସନ୍ତାକାଲି ବାରବାଟି କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଈଁ ୧୯୭ ଟି ମତଦାନ କେନ୍ଦ୍ରକୁ ୧୩୦୨ ଜଣ ପୋଲିଂ ପାର୍ଟି ଓ ୨୧୪ ଟି ଯାନ ,ଚୌଦ୍ୱାର କଟକ ପାଈଁ ୨୧୧ ଟି ମତଦାନ କେନ୍ଦ୍ରକୁ ୧୩୯୮ ଜଣ ପୋଲିଂ ପାର୍ଟି ଓ ୨୩୦ ଟି ଯାନ ନିୟୋଜିତ କରାଯାଇଛି।ତେବେ ଭିନ୍ନ କ୍ଷମ ଭୋଟର ମାନଙ୍କ ପାଈଁ ୧୪୨୦ ଟି ରାମ୍ପ ,ତିନି ଚକିଆ ସାଇକେଲ ,ମତଦାତା ମାନଙ୍କ ପାଈଁ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇଛି।ଏହାଛଡା ଆଠଗଡ଼ ଓ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପାଈଁ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ,ବାଙ୍କି ପାଈଁ ବାଙ୍କି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ,ବାରବାଟି କଟକ ,ଚୌଦ୍ୱାର କଟକ ,କଟକ ସଦର ନିର୍ବାଚନ ମଣ୍ଡଳୀ ପାଈଁ ବୋଷ ଠାରେ ଡିସପରସାଲ କେନ୍ଦ୍ର ଖୋଲାଯାଇ ଭିଭିପ୍ୟାଟ ଓ ଇଭିଏମ୍ ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି। ତେବେ କଟକ ଜିଲ୍ଲାରେ ତୃତୀୟ ଓ ଚତୁର୍ଥ  ପର୍ୟାୟ ନିର୍ବାଚନ ପାଈଁ ସମୁଦାୟ ୧୦୦୩ ଟି ସମ୍ବେଦନଶିଳ ବୁଥ୍ ଥିଲା ବେଳେ,ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ୭୬୭ ଟି ବୁଥ୍ କୁ ସମ୍ବେଦନଶୀଳ ବୁଥ୍ ଭାବେ ବିବେଚିତ କରାଯାଇଛି।ଏହି ବୁଥ୍ ଗୁଡ଼ିକରେ ସିସିଟିଭି,ଭିଡିଓଗ୍ରାଫି,ମାଇକ୍ର ଅବଜରଭର ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।ସେହିପରି ଦିବ୍ୟାଙ୍ଗ , ବୟସ୍କ, ଗର୍ଭବତୀ ଆଦି 
ଭୋଟରଙ୍କ ପାଈଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବାଇଟ - ରଞ୍ଜିତା ସାହୁ,ଜିଲ୍ଲା ନିର୍ବାଚନ ଅଧିକାରୀ।

Visuals byte through MOJO...
 
For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.