ETV Bharat / bharat

ନାସା ପୂର୍ବରୁ ଇସ୍ରୋ ପାଇଥିଲା 'ଲ୍ୟାଣ୍ଡର ବିକ୍ରମ'ର ଭଗ୍ନାବଶେଷ: କେ. ଶିବନ

author img

By

Published : Dec 4, 2019, 9:53 AM IST

Updated : Dec 4, 2019, 12:11 PM IST

ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତର ମହାକାଶଯାନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସ୍ୟାଟେଲାଇଟ୍‌ ପୂର୍ବରୁ ଚନ୍ଦ୍ରଯାନ-2ର ଅର୍ବିଟର ଠାବ କରିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି ।

isro
ଫାଇଲ ଫଟୋ

ନୂଆଦିଲ୍ଲୀ: ନାସା ପୂର୍ବରୁ ଇସ୍ରୋ ଠାବ କରିଥିଲା ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷ। ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତର ମହାକାଶଯାନ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷକୁ ନାସାର ଅର୍ବିଟର ସ୍ୟାଟେଲାଇଟ୍‌ ପୂର୍ବରୁ ଚନ୍ଦ୍ରଯାନ-2ର ଅର୍ବିଟର ଠାବ କରିଥିଲା । ବୁଧବାର ଇସ୍ରୋ ଅଧ୍ୟକ୍ଷ କେ ଶିବନ ଏହାର ଖୁଲାସା କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଏନେଇ ଇସ୍ରୋ ପକ୍ଷରୁ ପୂର୍ବରୁ ହିଁ ସୂଚନା ଦିଆଯାଇଥିବା ଶିବନ କହିଛନ୍ତି । ସେ କହିଛନ୍ତି, ସେପ୍ଟେମ୍ବର 1 ତାରିଖରେ ଇସ୍ରୋ ନିଜ ୱେବସାଇଟରେ ଏହାର ସୂଚନା ଦେଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା, ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମକୁ ଠାବ କରାଯାଇଛି । କିନ୍ତୁ ତା ସହ ଏବେ ସୁଦ୍ଧା ସମ୍ପର୍କ ସ୍ଥାପନ ହୋଇପାରିନାହିଁ । ସମ୍ପର୍କ ସ୍ଥାପନ ପାଇଁ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ।

isro
ଫଟୋ ସୌଜନ୍ୟ: ଟ୍ବିଟର

ଏହା ପୂର୍ବରୁ ବିକ୍ରମର ଭଗ୍ନାବଶେଷ ନାସାକୁ ମିଳିଥିବା ଶନିବାର ନାସା ପକ୍ଷରୁ କୁହାଯାଇଥିଲା । ଚନ୍ଦ୍ରଯାନ-2ର ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷ କ୍ରାସ ହେବା ସ୍ଥାନଠାରୁ 750 ମିଟର ଦୂରରେ ଠାବ ହୋଇଥିବା ନାସା ଦାବି କରିଥିଲା । ଡିସେମ୍ବର 2 ତାରିଖ ରାତି 1.30ରେ ନାସା 'ଲ୍ୟାଣ୍ଡର ବିକ୍ରମ'ର ଇମ୍ପାକ୍ଟ ସାଇଟର ଛବି ଜାରି କରି ଏହାର ତିନୋଟି ଅଂଶ ମିଳିଥିବା ସୂଚନା ଦେଇଥିଲା। ଏହି ଛବି 1 କିଲୋମିଟର ଦୂରରୁ ନିଆଯାଇଥିଲା । ଏଲଆରଓ ଦ୍ବାରା ନିଆଯାଇଥିବା ଏହି ଛବିରେ ବିକ୍ରମର କ୍ରାସ ଲ୍ୟାଣ୍ଡିଂ ଦ୍ବାରା ପ୍ରଭାବିତ ସ୍ଥାନର ଚିତ୍ର ଦେଖାଯାଇଥିଲା ।

Intro:Body:

BLANK FOR LINK 

Conclusion:
Last Updated : Dec 4, 2019, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.