ETV Bharat / bharat

ଇସ୍ରୋର ଘରୋଇକରଣ ହେବନି: କେ. ସିଭନ - K Sivan

ଘରୋଇ କମ୍ପାନୀଙ୍କ ପାଇଁ ମହାକାଶ କ୍ଷେତ୍ରର ଦ୍ବାର ଖୋଲିବା ଅର୍ଥ ନୁହେଁ ଏହାର ଘରୋଇକରଣ ହେବା । ଏହା ଦ୍ବାରା ଇସ୍ରୋର ବିକାଶ ଏବଂ ଟେକ୍ନୋଲୋଜି ବିସ୍ତାର ହେବ । ଅଧିକ ପଢନ୍ତୁ..

ଇସ୍ରୋର ଘରୋଇକରଣ ହେବନି : କେ. ସିଭନ
ଇସ୍ରୋର ଘରୋଇକରଣ ହେବନି : କେ. ସିଭନ
author img

By

Published : Aug 20, 2020, 2:39 PM IST

Updated : Aug 20, 2020, 4:18 PM IST

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଘରୋଇକରଣ କରାଯିବ ନାହିଁ । ଏହାର ଘରୋଇକରଣ ଏକ ଭୁଲ ଧାରଣା । ଇସ୍ରୋ ପୂର୍ବ ଭଳି କାର୍ଯ୍ୟ କରିବ । ଏ ନେଇ ଇସ୍ରୋ ପକ୍ଷରୁ ଆୟୋଜିତ ଏକ ୱେବିନାରରେ ସୁନିଶ୍ଚିତ କରାଇଛନ୍ତି ଏହାର ଚେୟାରମ୍ୟାନ କେ. ସିଭନ ।

ଏହି ସମାନ କାର୍ଯ୍ୟକ୍ରମରେ ଇସ୍ରୋର ସାଇଣ୍ଟିଫିକ ସଚିବ ଉମାମହେଶ୍ବରମ ମଧ୍ୟ କହିଛନ୍ତି କି ଏହାର ଘରୋଇକଣ ନେଇ କୌଣସି ପ୍ରସ୍ତାବ ନାହିଁ ।

ନୂଆ ସଂସ୍କାରର ଲକ୍ଷ୍ୟ ହେଉଛି ସ୍ପେଶ ଗତିବିଧିରେ ଘରୋଇ କମ୍ପାନୀଙ୍କ ଯୋଗଦାନ ବଢିବ । ଫଳରେ ଇସ୍ରୋର ପ୍ରଯୁକ୍ତିବିଦ୍ୟା ବିକାଶ ଓ କ୍ଷମତାର ବିସ୍ତାର ଉପରେ ଧ୍ୟାନ ଦିଆଯାଇପାରିବ ବୋଲି ଉମାମହେଶ୍ବରମ କହିଛନ୍ତି ।

ତେବେ ଘରୋଇ କମ୍ପାନୀଙ୍କ ପାଇଁ ମହାକାଶ କ୍ଷେତ୍ରର ଦ୍ବାର ଖୋଲିବା ଅର୍ଥ ନୁହେଁ ଏହାର ଘରୋଇକରଣ ହେବା । ଏହା ଦ୍ବାରା ଇସ୍ରୋର ବିକାଶ ଏବଂ ଟେକ୍ନୋଲୋଜି ବିସ୍ତାର ହେବ । ଆତ୍ମନିର୍ଭର ଭାରତ ଆ଼ଡକୁ ପଦକ୍ଷେପ ବଢାଇବା ସହ ସ୍ବନିର୍ଭର ଉପରେ ଫୋକସ କରାଯାଉଛି । ଆଉ ଏଥିପାଇଁ ଘରୋଇ କମ୍ପାନୀଙ୍କ ଭାଗୀଦାରୀ ମହତ୍ବପୂର୍ଣ୍ଣ ରହିଛି ।

Last Updated : Aug 20, 2020, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.