ETV Bharat / bharat

ଚାଷ କ୍ଷେତରୁ ଚନ୍ଦ୍ର କକ୍ଷ, ସିବନଙ୍କ ସଙ୍ଘର୍ଷ ଜୀବନ

author img

By

Published : Sep 9, 2019, 1:34 AM IST

ଚନ୍ଦ୍ରପୃଷ୍ଠରେ ଭାରତର ସ୍ବପ୍ନକୁ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ ଜାରି ରଖିଥିବା ଇସ୍ରୋ ଅଧ୍ୟକ୍ଷ କେ.ସିବନଙ୍କ ପିଲା ଦିନ ଥିଲା ସଙ୍ଘର୍ଷମୟ । ଚାଷ କ୍ଷେତରେ ବାପାଙ୍କୁ ସାହାଯ୍ୟ କରି ଯାଉଥଲେ କଲେଜ । ପିନ୍ଧୁଥିଲେ ଧୋତି ଓ ଚପଲ ।

ଫାଇଲ ଫଟୋ

ହାଇଦ୍ରାବାଦ: ଚନ୍ଦ୍ରପୃଷ୍ଠରେ ଅବତରଣର 2.1 କିଲୋମିଟର ପୂର୍ବରୁ ପୃଥିବୀ ସହ 'ଲ୍ୟାଣ୍ଡର ବିକ୍ରମ'ର ଯେତେବେଳେ ସମ୍ପର୍କ ବିଛିନ୍ନ ହୋଇଗଲା ସେତେବେଳେ ସ୍ତବ୍ଧ ହୋଇଗଲା ସାରା ଦେଶ । ଆଉ ମାତ୍ର କେଇ ମିନିଟ ପରେ ଯେଉଁ ଇସ୍ରୋ କକ୍ଷରେ ସଫଳତାର ଖୁସିକୁ ନେଇ ତାଳି ଓ କୋଳାହଳର ଶବ୍ଧ ଗୁଞ୍ଜରିତ ହେବାକୁ ଥିଲା, ସେଠାରେ ଛାଇଗଲା ନିରବତା । ଇସ୍ରୋ ଅଧ୍ୟକ୍ଷଙ୍କ ଚେହେରାରେ ଚିନ୍ତା ସ୍ପଷ୍ଟ ଅନୁଭବ କରି ହେଉଥିଲା ।

ସିବନ । ଯାହାଙ୍କ ଉପରେ ଇସ୍ରୋର ସମସ୍ତ ଦାୟିତ୍ବ ନ୍ୟସ୍ତ, ସେ ନିଜର କୋହକୁ ଛାତିରେ ଚାପି ଧରି ନପାରି ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ପକାଇଥିଲେ । ଏହି ଲୁହରେ ଦୀର୍ଘ ଦିନର ଅଖିଆ ଅପିଆ ଅନିଦ୍ରା ରହି କରିଥିବା ପରିଶ୍ରମକୁ ବେଶ ଅନୁଭବ କରି ହେଉଥିଲା । ଏ ହେଉଛନ୍ତି ସେହି ସିବନ ଯିଏ ଦାରିଦ୍ର୍ୟତାର ଅନ୍ଧକାରରୁ ନିଜକୁ କାଢି ଅନେକ ବାଧା ବିଘ୍ନ ସତ୍ତ୍ବେ କୋଟି କୋଟି ଭାରତୀୟଙ୍କ ଚନ୍ଦ୍ରରେ ପାଦ ଥାପିବାର ସ୍ବପ୍ନକୁ ସାକାର କରିବାରେ ଲାଗି ପଡିଛନ୍ତି । ପଢନ୍ତୁ ସିବନଙ୍କ ସଙ୍ଘର୍ଷମୟ ଜୀବନ ବିଷୟରେ...

ପରିବାରର ପ୍ରଥମ ଗ୍ରାଜୁଏଟ ଥିଲେ ସିବନ

ଦାରିଦ୍ର୍ୟତାର ଅନ୍ଧକାରରୁ ନେଇ ଇସ୍ରୋ ପର୍ଯ୍ୟନ୍ତ ସିବନଙ୍କ ଯାତ୍ରା । ମହାକାଶର ଅନ୍ଧକାରକୁ ଭେଦ କରି ଆଜି ଯେଉଁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାର ପ୍ରୟାସ । ଏ ସବୁ ପଛରେ ରହିଛି ଶିବନଙ୍କ ଅନେକ ସଙ୍ଘର୍ଷ । 14 ଏପ୍ରିଲ 1957 ମସିହାରେ ତାମିଲନାଡୁର ଏକ ଚାଷୀ ପରିବାରରେ କୈଲାସାବଡିବୁ ସିବନ ପିଲାଇଙ୍କ ଜନ୍ମ । 62 ବର୍ଷୀୟ ସିବନଙ୍କ ପିତା ଚାଷକାମ କରୁଥିବା ବେଳେ ଅତ୍ୟନ୍ତ ଦାରିଦ୍ର୍ୟତାରେ କଟିଛି ତାଙ୍କ ପିଲାଦିନ । ସିବନଙ୍କ ସ୍କୁଲ ପଢା ଗାଁରେ ହୋଇଥିବା ବେଳେ ସେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ । ଦାରିଦ୍ର୍ୟତା କାରଣରୁ ସିବନଙ୍କ ଭାଇ ଓ ଦୁଇ ଭଉଣୀ ପଢା ସଂମ୍ପୂର୍ଣ୍ଣ କରିପାରି ନଥିଲେ । ହେଲେ ସମସ୍ତ ଅସୁବିଧା ସତ୍ତ୍ବେ ସିବନ ନିଜ ପଢା ଆଗକୁ ଜାରି ରଖିଥିଲେ ।

ଧୋତି ପିନ୍ଧି କଲେଜ ଆସୁଥିଲେ ସିବନ

ନିଜର ସାରା ଜୀବନ ପାଦରେ ଚପଲ ପିନ୍ଧି ବିତାଇଛନ୍ତି ସିବନ । କଲେଜ ପଢିବା ପର୍ଯ୍ୟନ୍ତ ସେ ଧୋତି ପିନ୍ଧୁଥିଲେ । ଯେବେ ଏମଆଇଟିରେ ସିବନଙ୍କ ଆଡମିଶନ ହେଲା ସେବେ ପ୍ରଥମଥର ପ୍ୟାଣ୍ଟ ପିନ୍ଧି ଥିଲେ ସିବନ ।

ଗଣିତରେ ସିବନ ଆଣୁଥିଲେ 100 ପ୍ରତିଶତ ମାର୍କ

ଚାଷ କାମରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ସିବନଙ୍କୁ ଗାଁ ପାଖ କଲେଜରେ ଆଡମିଶନ କରିବାକୁ ପଡିଥିଲା । ପଢାରେ ସିବନ ଅତ୍ୟନ୍ତ ଉତ୍ତମ ଥିଲେ । ବିଏସସି ପଢା ସମୟରେ ଗଣିତରେ 100 ପ୍ରତିଶତ ମାର୍କ ଆଣୁଥିଲେ ସେ । ନିଜ ପୁ୍ଅର ପଢାରେ ଆଗ୍ରହ ଦେଖି ଉଚ୍ଚ ଶିକ୍ଷା ପାଇଁ ପିତା ସିବନଙ୍କ ଆଡମିଶନ ଏମଆଇଟିରେ କରି ଦେଇଥିଲେ ।

କ୍ରାୟୋଜୋନିକ ଇଞ୍ଜିନ, ପିଏସଏଲଭି, ଜିଏସଏଲଭି ଓ ଆରଏଲଭିର ନିର୍ମାଣରେ ସିବନଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଯାହା ପାଇଁ ତାଙ୍କୁ 'ରକେଟ ମ୍ୟାନ' ମଧ୍ୟ କୁହାଯାଏ । ହୋଇପାରେ ସଫଳତାଠରୁ କିଛି ପାଦ ପଛରେ ଆମେ ଅଟକି ଯାଇଥାଇ ପାରନ୍ତି, ହେଲେ ସିବନଙ୍କ ସମେତ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ 130 କୋଟି ଭାରତୀୟଙ୍କ ଇଚ୍ଛା ଓ ଆକାଂକ୍ଷା ଖୁବ ଅଳ୍ପ ଦିନରେ ଯେ ଚନ୍ଦ୍ରକୁ ଛୁଇଁବାର ସ୍ବପ୍ନକୁ ପୁରା କରିବ ଏଥିରେ ଦ୍ବିମତ ନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.