ETV Bharat / bharat

ଗଗନଯାନ ମିଶନ ଭାରତର ସମସ୍ତ ଲକ୍ଷ୍ୟକୁ ପୂରଣ କରିବ: କେ. ଶିବନ

ଗଗନଯାନ ମିଶନ, ଦୀର୍ଘକାଳୀନ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ସମର୍ଥନ ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାର ଅବସର ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ କହିଛନ୍ତି ।

isro-chief-k-sivan
କେ. ଶିବନ
author img

By

Published : Jan 22, 2020, 12:55 PM IST

Updated : Jan 22, 2020, 2:21 PM IST

ବେଙ୍ଗାଲୁରୁ: ଭାରତର ମାନବଯୁକ୍ତ ମହାକାଶ ମିଶନ ଗଗନଯାନ ପାଇଁ 4 ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ଚଳିତ ମାସ ଶେଷ ସୁଦ୍ଧା ପ୍ରଶିକ୍ଷଣ ପାଇଁ ଋଷ ପଠାଯିବ । 1984 ରେ ରାକେଶ ଶର୍ମା ଋଷ ମଡ୍ୟୁଲରେ ମହାକାଶ ପାଇଁ ଉଡାଣ ଭରିଥିଲେ, କିନ୍ତୁ ଏହି ମହାକାଶଚାରୀ ଚଳିତ ଥର ଭାରତୀୟ ମଡ୍ୟୁଲରେ ମହାକାଶ ଯାତ୍ରା କରିବେ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି ।

ଏହା ସହିତ ଚନ୍ଦ୍ରଯାନ-3ର କାର୍ଯ୍ୟ ଜାରି ରହିଛି ବୋଲି ଶିବନ କହିଛନ୍ତି । ଇସ୍ରୋ ଚନ୍ଦ୍ରଯାନ-3 ଏବଂ ଗଗନଯାନ ଉପରେ ଏକା ସାଥିରେ କାର୍ଯ୍ୟ କରୁଛି । ଚନ୍ଦ୍ରଯାନ-3 ଜରିଆରେ ଇସ୍ରୋ ପୁଣିଥରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂର ପ୍ରୟାସ କରିବ ବୋଲି ସେ କହିଛନ୍ତି ।

ଗଗନଯାନ ମିଶନକୁ ନେଇ ଶିବନ କହିଛନ୍ତି, ଏହି ମିଶନ କେବଳ ମାନବକୁ ମହାକାଶ ପଠାଇବା ସମ୍ପର୍କରେ ନୁହେଁ । ଏହି ମିଶନ ଦୀର୍ଘକାଳୀନ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ସମର୍ଥନ ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାର ଅବସର ଅଟେ ।

ବେଙ୍ଗାଲୁରୁର ଗଗନଯାନ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଶିବନ କହିଛନ୍ତି ଯେ ବୈଜ୍ଞାନିକ ସନ୍ଧାନ, ଆର୍ଥିକ ବିକାଶ, ଶିକ୍ଷା, ପ୍ରଯୁକ୍ତି କ୍ଷେତ୍ରରେ ବିକାଶ ଏବଂ ଯୁବପୀଢି ଆଦି ଦେଶ ପାଇଁ ଲକ୍ଷ୍ୟ ସାଜିଛନ୍ତି। ମାନବର ମହାକାଶ ଯାତ୍ରା ଏହି ସମସ୍ତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସଠିକ ମଞ୍ଚ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତବର୍ଷ ପ୍ରଥମଥର ପାଇଁ ମାନବଯୁକ୍ତ ମହାକାଶ ମିଶନ ଗଗନଯାନ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

Intro:Body:

BLANK FOR LINK 

Conclusion:
Last Updated : Jan 22, 2020, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.