ନୂଆଦିଲ୍ଲୀ: ନିଜର ଭାରତ ଗସ୍ତ କୁ ରଦ୍ଦ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ନିର୍ବାଚନକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତ ନେଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି । ତେବେ ନିର୍ବାଚନ ସରିବା ପରେ ହିଁ ଭାରତ ଆସିବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ।
ଆସନ୍ତା 17ରେ ହେବା ଇସ୍ରାଏଲର ସାଧାରଣ ନିର୍ବାଚନ। ଦୀର୍ଘ ସମୟ ଧରି ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ବେଞ୍ଜାମିନ୍ ନେତାନ୍ୟାହୁ। ଭାରତ ଏବଂ ଇସ୍ରାଏଲର ଦ୍ୱିପାକ୍ଷିକ ସମ୍ପର୍କ ଖୁବ ନିବିଡ ଥିବା ବେଳେ ମୋଦି ଏବଂ ବେଞ୍ଜାମିନଙ୍କ ମଧ୍ୟରେ ରହିଛି ଭଲ ବନ୍ଧୁତ୍ବ । ଆର୍ଥିକ ଏବଂ ସାମରିକ କ୍ଷେତ୍ରରେ ଭାରତ-ଇସ୍ରାଏଲର ସମ୍ପର୍କ ଅତି ନିବିଡ ଏବଂ ସୁଦୃଢ।