ETV Bharat / bharat

ଭାରତରେ ପହଞ୍ଚିଲେ ଇସ୍ରାଏଲ ପ୍ରତିନିଧି, ଖୁବଶୀଘ୍ର ନିର୍ମାଣ ହେବ ଦ୍ରୁତଗାମୀ ଟେଷ୍ଟିଂ କିଟ

author img

By

Published : Jul 27, 2020, 6:54 AM IST

Updated : Jul 27, 2020, 1:08 PM IST

କୋରୋନା ମୁକାବିଲାରେ ଇସ୍ରାଏଲ ସହ ହାତ ମିଳାଇଛି ଭାରତ । ଉଭୟ ଦେଶର ମିଳିତ ଉଦ୍ୟମରେ ଏକ ଦ୍ରୁତଗାମୀ ଟେଷ୍ଟିଂ କିଟ ନିର୍ମାଣ ହେବାକୁ ଯାଉଛି । ଯାହା ମାତ୍ର 30 ସେକେଣ୍ଡରେ ରେଜଲ୍ଟ ଦେବ । ଅଧିକ ପଢନ୍ତୁ...

ଭାରତ ଅଭିମୁଖେ ଇସ୍ରାଏଲ ପ୍ରତିନିଧି
ଭାରତ ଅଭିମୁଖେ ଇସ୍ରାଏଲ ପ୍ରତିନିଧି

ଜେରୁଜେଲମ:ଭାରତରେ ଇସ୍ରାଏଲ ପ୍ରତିନିଧ । ଭାରତ ସହ ମିଳିତ ଉଦ୍ୟମରେ ପ୍ରସ୍ତୁତ କରିବେ ଦ୍ରୁତଗାମୀ ଟେଷ୍ଟିଂ କିଟ୍‌ । ଏନେଇ ଇସ୍ରାଏଲର ବୈଦେଶିକ ଓ ସ୍ବାସ୍ଥ୍ୟ ମନ୍ତ୍ରୀମାନେ ଦିଲ୍ଲୀ ଏମ୍ସରେ ଭାରତ ସହ ମିଶି କୋରୋନା ଟେଷ୍ଟିଂ କିଟ ଉପରେ କାମ କରିବେ ।

ଏହା ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟ କରି ଜଣାଇଥିଲେ, ଆମ ବୈଦେଶିକ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ରାଏଲରୁ ବାହାରି ଭାରତ ଅଭିମୁଖେ ଗସ୍ତ କରୁଛନ୍ତି । ଭାରତ ସହ ମିଳିତ ଉଦ୍ୟମରେ ଦିଲ୍ଲୀ ଏମ୍ସରେ 4ଟି କୋରୋନାର ନିରାକରଣ ସମାଧାନ ଉପରେ କାମ କରିବେ ।

ଜୁଲାଇ 24ର ଇସ୍ରାଏଲ ସ୍ଥିତି ଭାରତ ଦୂତାବାସ କହିଥିଲେ, ତେଲ ଅଭିଭ ଇସ୍ରାଏଲ ବୈଜ୍ଞାନିକଙ୍କୁ ଏହି ସପ୍ତାହରେ ଭାରତ ପଠାଇବ । ଏଠାରେ ଦ୍ରୁତ କୋରୋନା ପରୀକ୍ଷା କରିପାରୁଥିବା ଟେଷ୍ଟିଂ କିଟ ଉପରେ କାମ କରିବେ ।

ଦିଲ୍ଲୀ ଏମ୍ସରେ ଇସ୍ରାଏଲ ଟିମ କାମ କରିବ । ଟେଷ୍ଟିଂର ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ଦିଲ୍ଲୀରେ କରାଯିବ । ଉଭୟ ଦେଶ ଏପରି ଏକ ଟେଷ୍ଟିଂ ବିକାଶ କରିବା ଉପରେ କାମ କରୁଛନ୍ତି ଯାହା ମାତ୍ର 30 ସେକେଣ୍ଡରେ ଫଳାଫଳ ଜଣାଇବ ।

Last Updated : Jul 27, 2020, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.