ETV Bharat / bharat

କୁଳଭୂଷଣ ଯାଦବ ମାମଲାର ଶୁଣାଣି ପାଇଁ ବୃହତ ଖଣ୍ଡପୀଠ ଗଠନ

author img

By

Published : Aug 8, 2020, 5:51 PM IST

ଇସଲାମାବାଦ ହାଇକୋର୍ଟ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଶୁଣାଣି ପାଇଁ ତିନି ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି । ଯାଦବଙ୍କୁ କନସୁଲାର ଆକସେସ ଅନୁମତି ଦେବା ପାଇଁ ଭାରତ ପାକିସ୍ତାନ ଉପରେ ଚାପ ପକାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କୁଲଭୂଷଣ ଯାଦବ
କୁଲଭୂଷଣ ଯାଦବ

ଇସଲାମାବାଦ: ଭାରତର କୂଟନୈତିକ ଚାପ ପରେ ଇସଲାମାବାଦ ହାଇକୋର୍ଟ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଶୁଣାଣି ପାଇଁ ତିନି ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି । ପ୍ରଧାନ ବିଚାରପତି ଅଥର୍ ମୀନାଲା, ଜଷ୍ଟିସ୍ ଆମୀର ଫାରୁକ୍ ଏବଂ ଜଷ୍ଟିସ୍ ମିଆନ୍ ଗୁଲ୍ ହାସନ ଔରଙ୍ଗଜେବଙ୍କୁ ନେଇ ଏହି ବୃହତ ଖଣ୍ଡପୀଠ ଶୁକ୍ରବାର ଦିନ ଗଠିତ ହୋଇଛି । ଏହି ମାମଲାର ଶୁଣାଣି ସେପ୍ଟେମ୍ବର 3ରେ ହେବ ।

ଯାଦବଙ୍କୁ କନସୁଲାର ଆକସେସ ଅନୁମତି ଦେବା ପାଇଁ ଭାରତ ପାକିସ୍ତାନ ଉପରେ ଚାପ ପକାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ କୁଳଭୂଷଣ ଯାଦବଙ୍କୁ ରକ୍ଷା କରିବା ପାଇଁ ଭାରତକୁ ଓକିଲ ନିଯୁକ୍ତ କରିବାର ସୁଯୋଗ ଦିଆଯିବା ଉଚିତ ବୋଲି ଇସଲସାମାବାଦ ହାଇକୋର୍ଟ କହିଥିଲେ । ଏହି ପ୍ରସଙ୍ଗରେ ଇମ୍ରାନ ଖାନ ସରକାର ଭାରତ ସରକାରଙ୍କ ସହ ଯୋଗାଯୋଗ କରିଥିବା ମଧ୍ୟ ଦାବି କରିଛନ୍ତି ।

କିନ୍ତୁ ଭାରତ ପକ୍ଷରୁ ଏହି ଦାବିକୁ ଖଣ୍ଡନ କରାଯାଇଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନ ପକ୍ଷରୁ ଏଭଳି କୈଣସି ଯୋଗାଯୋଗ ଗ୍ରହଣ କରିନାହିଁ ବୋଲି ଭାରତ କହିଛି ।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଏ ବାବଦରେ ଆମେ ପାକିସ୍ତାନ ସରକାରଙ୍କ ତରଫରୁ କୌଣସି ଯୋଗାଯୋଗ ପାଇନାହୁଁ । ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ ଅଦାଲତର ସମସ୍ତ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିଛି ପାକିସ୍ତାନ । କୁଳଭୂଷଣଙ୍କୁ ନ୍ୟାୟିକ ସହାୟତାର ସମସ୍ତ ରାସ୍ତା ପାକିସ୍ତାନ ବନ୍ଦ କରିଦେଇଥିବା ସେ କହିଛନ୍ତି ।

ଗୁପ୍ତଚର ଅଭିଯୋଗରେ ଯାଦବଙ୍କୁ 2016 ମସିହାରେ ବାଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଛି। ପାକିସ୍ତାନର ଅଭିଯୋଗକୁ ଭାରତ ପ୍ରତ୍ୟାଖ୍ୟାନ କରି ଇରାନର ଚାବାହାର ବନ୍ଦରରୁ ତାଙ୍କୁ ଅପହରଣ କରାଯାଇଥିବା କହିଛି । 2017 ପ୍ରାରମ୍ଭରେ, ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ତେବେ ଗତ ବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ୍ ଏହି ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇଥିଲେ । ଏହା ସହିତ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକସେସ ଦେବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.