ETV Bharat / bharat

ଆପଣଙ୍କ ସାନିଟାଇଜର ନିରାପଦ କି ?

କୋରୋନା ମହାମାରୀ ପରେ ହ୍ୟାଣ୍ଡ ସାନିଟାଇଜର ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡିଛି । ଏହାର ଫାଇଦା ନେବାକୁ ଯାଇ ବଜାରରେ ନିମ୍ନମାନର ଓ ନକଲି ସାନିଟାଇଜର ବହୁଳ ପରିମାଣରେ ବିକ୍ରି କରାଯାଉଛି । କେମିତି ଜାଣିବେ ଆପଣ ସାନିଜଟାଇଜର କେତେ ନିରାପଦ । ଅଧିକ ପଢନ୍ତୁ...

author img

By

Published : Jun 27, 2020, 6:07 PM IST

ଆପଣଙ୍କ ସାନିଟାଇଜର ନିରାପଦ କି ?
ଆପଣଙ୍କ ସାନିଟାଇଜର ନିରାପଦ କି ?

କୋରୋନା ମହାମାରୀ ପରେ ହ୍ୟାଣ୍ଡ ସାନିଟାଇଜର ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡିଛି । କିନ୍ତୁ ସାନିଟାଇଜର ବ୍ୟବହାର ବେଳେ ଖୁବ ସତର୍କତା ଅବଲମ୍ବନ କରିବାକୁ ହେବ । କାରଣ ବଜାରରେ ନିମ୍ନମାନର ଓ ନକଲି ସାନିଟାଇଜର ବହୁଳ ପରିମାଣରେ ବିକ୍ରି ହେଉଛି । କୋରୋନା ପ୍ରତି ଜନସାଧାରଣଙ୍କ ଭୟର ଫାଇଦା ଉଠାଉଛନ୍ତି କିଛି କମ୍ପାନୀ । ସୁରକ୍ଷାକୁ ଅଣଦେଖା କରୁଛନ୍ତି । ସାଇଟାଇଜର ପ୍ରସ୍ତୁତିରେ ଇଥାନେଲ ବ୍ୟବହାର ପାଇଁ ଏଫଡିଏ ସୁପାରିଶ କରିଥିଲା ବେଳେ କିଛି କମ୍ପାନୀ ଏହାର ଶସ୍ତା ବିକଳ୍ପ ଭାବେ ମେଥାନଲ୍ ବ୍ୟବହାର କରୁଛନ୍ତି । ମେଥାନଲ ବ୍ୟବହାର କଲେ ଅନେକ କୁପ୍ରଭାବ ପଡିଥାଏ । ନକଲି ସାନିଟାଇଜର ପ୍ରସ୍ତୁତ କରୁଥିବା ୟୁନିଟ ବାବଦରେ ଅଭିଯୋଗ ଆସିଲା ପରେ ତେଲେଙ୍ଗାନା ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲ ଆଡମିନିଷ୍ଟ୍ରେସନ ତତ୍ପର ହୋଇଉଠିଥିଲା । ରାଜ୍ୟର ସବୁ ଜିଲ୍ଲାରୁ ସାଇଟାଇଜର ସାମ୍ପୁଲ୍ ସଂଗ୍ରହ କରିବାକୁ ଡ୍ରଗ ଇନସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲା ଡ୍ରଗ୍ସ କଂଟ୍ରୋଲ ଆଡମିନିଷ୍ଟ୍ରେସନ ।

ପ୍ରଭାବଶାଳୀ ସାନିଟାଇଜର ସଂପର୍କରେ କେମିତି ଜାଣିବା ?

ବହିଯାଉଥିବା ଓ ତରଳୀକୃତ ସାନିଟାଇଜର ଅଧିକ ପ୍ରଭାବଶାଳୀ ହୋଇଥାଏ । ଅସଲି ସାନିଟାଇଜର ହାତରେ ଲଗାଇଲେ ୬୦ ସେକେଣ୍ଡ ମଧ୍ୟରେ ଉଭେଇ ଯାଏ । ଅଠାଳିଆ ଓ ବହଳ ସାନିଟାଇଜର ସ୍କିନ ଆଲର୍ଜି ସୃଷ୍ଟି କରିଥାଏ । ୬୦ ପ୍ରତିଶତ ଇଥାନଲ ଥିବା ଗ୍ରାହକମାନେ ଆଲକୋହଲ ଭିତ୍ତିକ ସାନିଟାଇଜର ବ୍ୟବହାର କରିବା ଉଚିତ ବୋଲି ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି । ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାର କଲାବେଳେ ହାତକୁ ୨୦ରୁ ୩୦ ସେକେଣ୍ଡ ଯାଏଁ ଘଷିବା ଦରକାର ।

ଇଥାନଲ ନା ମେଥାନଲ୍ ?

ମେଥାନଲ ଯୁକ୍ତ ସାନିଟାଇଜର ବ୍ୟବହାର ବିପଦଜନକ ହୋଇଥାଏ । ୬୦ ପ୍ରତିଶତରୁ ଅଧିକ ଇଥାନଲ(ଏଥିଲଆଲକୋହଲ) ଥିବା ସାନିଟାଇଜର ବ୍ୟବହାର କରିବାକୁ ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ -ସିଡିସି ପରାମର୍ଶ ଦେଇଛି । ୭୦ ପ୍ରତିଶତ ଇେସୋପ୍ରୋପୋନଲ୍ ( ଇସୋପ୍ରୋପିଲ୍ ଆଲକୋହଲ) ଥିବା ସାନିଟାଇଜର ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସିଡିସି କହିଛି । କିନ୍ତୁ ମେଥାନଲ ( ମେଥିଲ ଆଲକୋହଲ ) ଯୁକ୍ତ ସାନିଟାଇଜର ବ୍ୟବହାର ନ କରିବାକୁ ଦୃଢ ଭାବେ ତାଗିଦ କରିଛି ସିଡିସି ।

ମେଥିଲ ଆଲକୋହଲ ବିପଜ୍ଜନକ କି ?

ମେଥାନଲ ସାନିଟାଇଜର ବ୍ୟବହାର ନ କରିବାକୁ ଗ୍ରାହକମାନଙ୍କୁ କହିଛି ୟୁଏସଏଫଡିଏ । କାରଣ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ମେଥାନଲ ଆଲକୋହଲ ବ୍ୟବହାର କଲେ ବିଷକ୍ରିୟା ପ୍ରଭାବରେ ବାନ୍ତି ଆସେ । ଅସୁସ୍ଥତା ଅନୁଭବ ହୁଏ । ଆଖିକୁ ଦେଖାଯାଏନାହିଁ ଓ ମୂର୍ଚ୍ଛା ଆସିଥାଏ । କମ ବୟସର ଶିଶୁମାନେ ବିଶେଷ ଭାବେ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି ।

ଦେଖିଚାହିଁ ବ୍ୟବହାର ଦରକାର

ସାନିଟାଇଜରର ବହୁଳ ବ୍ୟବହାର କ୍ଷତିକାରକ ବୋଲି ଚେତାବନୀ ଦେଇଛି ସିଡିସି । ସାନିଟାଇଜର ଜୀବାଣୁ ଓ କୀଟାଣୁ ମାରିବାରେ ସକ୍ଷମ ହେଉଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ । ହାତରେ ଫାଟ ଓ ଘା’ ସୃଷ୍ଟି ହୋଇଯାଏ । ହ୍ୟାଣ୍ଡ୍ ସାନିଟାଇରରେ ଆଣ୍ଟି ବ୍ୟାକଟେରିଆଲ୍ ଇନଗ୍ରେଡିଏଂଟସ୍ ଥିଲେ ତାହା ଆଂଟିବାୟୋଟିକ ପ୍ରତିରୋଧରେ ସହାୟକ ହୋଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହ୍ୟାଣ୍ଡ ସାନିଟାଇଜର ପାଇଁ ଏକ ଫର୍ମୁଲା ସୁପାରିଶ କରିଛି ବୋଲି ହାଇଦ୍ରାବାଦ ସ୍ଥିତ ଡ୍ରଗ୍ସ କଂଟ୍ରୋଲ୍ ଆଡମିନିଷ୍ଟ୍ରେସନର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ନବୀନ କୁମାର ଇନାଡୁକୁ କହିଛନ୍ତି । ଭାରତରେ କେବଳ ୩ ବା ୪ ପ୍ରକାର ଆକ୍ଟିଭ ଇନଗ୍ରେଟିଏଂଟସ ବ୍ୟବହାର ହୁଏ । ଇଥାନଲରୁ ପ୍ରସ୍ତୁତ ସାନିଟାଇଜର ସବୁଠାରୁ ନିରାପଦ ଓ ପ୍ରଭାବଶାଳୀ ହୋଇଥାଏ । ମେଥାନଲ ଖୁବ ଶସ୍ତା ଓ ବହୁଳ ଭାବେ ମିଳିଥାଏ । ଦେଖିବାକୁ ଗଲେ ମେଥାନଲ ଓ ଇଥାନଲ ମଧ୍ୟରେ ଫରକ ଜାଣିବା ଖୁବ୍ କଷ୍ଟକର ବୋଲି ଡକ୍ଟର ନବୀନ କହିଛନ୍ତି । ମେଥାନଲ ଯୁକ୍ତ ସାନିଟାଇଜର ପ୍ରସ୍ତୁତ କରୁଥିବା କଂପାନିଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡକ୍ଟର ନବୀନ କହିଛନ୍ତି । ସାବୁନ ପାଣିରେ ହାତ ଧୋଇବା ସବୁଠୁ ଭଲ ବୋଲି କହନ୍ତି ଡକ୍ଟର ପି. ଶ୍ରୀନିବାସ କହିଛନ୍ତି । ସାନିଟାଇଜରରୁ ଶିଶୁଙ୍କୁ ଦୂରେଇ ରଖିଲେ ଭଲ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.