ETV Bharat / bharat

ଏମିତି କ’ଣ ଚାଷୀଙ୍କୁ ଆଶ୍ବାସନା ଦେଇ ହେବ ? - କୃଷକ ବିଲ

ଚାଷୀ ମାନଙ୍କୁ ଆଶ୍ବସନା ଦେବା ଲକ୍ଷ୍ୟରେ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ଜରିଆରେ ଚାଷୀମାନଙ୍କ ଆଶା ଉଦ୍ରେକ କରାଇବାରେ ଲାଗିପଡ଼ିଛନ୍ତି ସରକାର । ଅଧିକ ପଢନ୍ତୁ...

ଏମିତି କ’ଣ ଚାଷୀଙ୍କୁ ଆଶ୍ବାସନା ଦେଇ ହେବ ?
ଏମିତି କ’ଣ ଚାଷୀଙ୍କୁ ଆଶ୍ବାସନା ଦେଇ ହେବ ?
author img

By

Published : Sep 22, 2020, 6:52 PM IST

ନିଶ୍ଚିତ ଏବଂ ଅବ୍ୟାହତ ରୋଜଗାରର ଭରସା ଅଭାବରୁ, ଆମ ଦେଶରେ ଚାଷବାସ ଛାଡୁଥିବା ଚାଷୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଚାଷୀମାନଙ୍କୁ ଆଶ୍ବସ୍ତ କରିବାର ଦାୟିତ୍ବ ବହନ କରୁଥିବା ସରକାରମାନେ, କୃଷି

କ୍ଷେତ୍ରରେ ସମନ୍ବିତ ସଂସ୍କାରଧର୍ମୀ ପଦକ୍ଷେପ ନେବା ବଦଳରେ କେବଳ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ଜରିଆରେ ଚାଷୀମାନଙ୍କ ଆଶା ଉଦ୍ରେକ କରାଇବାରେ ଲାଗିପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ କହିବା କଥା ଯେ, ନିକଟରେ ସଂସଦରେ ଗୃହୀତ ହୋଇଥିବା କେତେକ ବିଲ ଯୋଗୁଁ ଚାଷୀମାନେ ବହୁ ପରିମାଣରେ ଲାଭବାନ ହେବେ । ହେଲେ, ବାସ୍ତବ କ୍ଷେତ୍ରର ସ୍ଥିତି ହୃଦୟଙ୍ଗମ ନ କରି, କେବଳ ବଡ଼ ବଡ଼ କମ୍ପାନୀକୁ ସହାୟତା କରିବା ଦିଗରେ ସରକାର ଆପଣେଇ ନେଇଥିବା ଆଭିମୁଖ୍ୟ ବିଭିନ୍ନ କୃଷକ ସଂଗଠନକୁ କ୍ରୋଧାନ୍ବିତ କରିଛି ।

ଫସଲ ଅମଳ ସ୍ଥଳରେ ହିଁ ବିକ୍ରୟ

କୃଷକମାନଙ୍କ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ଗତ ଜୁନ ମାସରେ ଜାରି କରାଯାଇଥିବା ଅଧ୍ୟାଦେଶଗୁଡ଼ିକୁ ଆଇନଗତ ଅନୁମୋଦନ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଲୋକସଭାରେ ତିନିଟି ବିଲ ଆଗତ କରିଛନ୍ତି ।

ସେଥିରୁ, ପ୍ରଥମଟି ହେଉଛି: ଦେଶର ଯେ କୌଣସି ସ୍ଥାନରେ ନିଜ ଉତ୍ପାଦକୁ ବିକ୍ରି କରିବା ଲାଗି କୃଷକମାନଙ୍କ ସ୍ବାଧୀନତା। ଦ୍ବିତୀୟଟି ହେଉଛି: ଚାଷକାମ ପୂର୍ବରୁ ବ୍ୟବସାୟୀଙ୍କ ସହିତ ଚାଷୀମାନେ କରୁଥିବା ଅଗ୍ରୀମ ବୁଝାମଣାକୁ ଆଇନଗତ ମାନ୍ୟତା ପ୍ରଦାନ । ତୃତୀୟ ବିଲ୍‌ଟି ହେଉଛି: ଡାଲିଜାତୀୟ ଶସ୍ୟ ଏବଂ ତୈଳ ବିହନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ରଖିବା ଉପରେ ରହିଥିବା କଟକଣା ପ୍ରତ୍ୟାହାର ।

ପ୍ରଥମ ବିଲ

ଚାଷୀମାନେ ସେମାନଙ୍କ ଉତ୍ପାଦିତ ଫସଲକୁ ଦେଶର ଯେ କୌଣସି ସ୍ଥାନରେ ବିକ୍ରି କରିବାର ସ୍ବାଧୀନତା ପାଇପାରିବେ ବୋଲି ସରକାର କହିଆସୁଛନ୍ତି । ହେଲେ ବିଡ଼ମ୍ବନା ବିଜଡ଼ିତ ପ୍ରଶ୍ନଟି ହେଉଛି ଯେ, ଋଣ ଶୁଝିବା ପାଇଁ ଅମଳ ସ୍ଥଳରେ ହିଁ ଫସଲ ବିକ୍ରି କରିଆସୁଥିବା କ୍ଷୁଦ୍ର ଚାଷୀମାନେ (ମୋଟ ଚାଷୀ ସଂଖ୍ୟାର 86%) ନିଜ ନିଜ ଫସଲକୁ ଅନ୍ୟ ରାଜ୍ୟକୁ ନେଇ ବିକିବା ଭଳି ସ୍ଥିତିରେ ରହିପାରିଥିବେ କି ?

ସାଧାରଣତଃ ବ୍ୟବସାୟୀମାନେ ଦଳବଦ୍ଧ ଭାବେ ଏକ ଗୋଷ୍ଠୀ ଗଠନ କରନ୍ତି ଏବଂ ଚାଷୀମାନଙ୍କୁ ଫସଲର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ କରି ସେମାନଙ୍କ ସ୍ବାର୍ଥରେ ବାଧା ସୃଷ୍ଟି କରନ୍ତି । ଯେଉଁ ସରକାରୀ କଳ, ଏବେ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ବଜାରରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହିଁ, ତାହା ଦେଶର ବେସରକାରୀ ବ୍ୟବସାୟୀଙ୍କୁ କିଭଳି ନିୟନ୍ତ୍ରଣରେ ରଖିପାରିବ ? ତେଲଙ୍ଗାନାର ବିଭିନ୍ନ କପା ବଜାରରେ ଆମେ ଏଭଳି ଶୋଷଣର ଧାରା ଦେଖିଆସୁଛୁ । ଘରୋଇ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରିବାରେ ବଜାର ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଅକ୍ଷମତା ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଏବଂ ଏହାର ପରିଣାମରେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ସର୍ବନିମ୍ନ ସମର୍ଥନ ମୂଲ୍ୟ ହାସଲ କରିବା କଥା ବି ଆମେ ଦେଖିଛୁ । ଯଦି କୌଣସି ପ୍ରକାର ବଜାର ଦେୟ ବା ମାର୍କେଟ୍‌ ଫି’ ନ ଦେଇ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଯେ କୌଣସି ସ୍ଥାନରେ ବିକିବାର ସ୍ବାଧୀନତା ପାଇବେ, ତେବେ ରୋଜଗାର ଅଭାବରୁ ମଣ୍ଡିଗୁଡ଼ିକ ବନ୍ଦ ହୋଇଯିବ । ଏବଂ ମୁକ୍ତ ବାଣିଜ୍ୟ ନାଁରେ ଯେ କୌଣସି ବ୍ୟକ୍ତି ନିଜକୁ ଚାଷୀ ବୋଲି କହି ଜିନିଷ ବିକ୍ରି କରିପାରିବେ। ପରିଶେଷରେ, ସରକାରଙ୍କ କାର୍ଯ୍ୟରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, ପରିଣାମତଃ ଯେଉଁ ବ୍ୟକ୍ତିମାନେ ଏହାର ଲାଭ ପାଇବେ ସେମାନେ ହେଲେ ବ୍ୟବସାୟୀ । ଏ ବର୍ଷ ରବି ଋତୁରେ ଚାଷ କରାଯାଇଥିବା ମକା କୁଇଣ୍ଟାଲ ପିଛା 2,000 ଟଙ୍କାରେ ବିକ୍ରି ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା 1,300 ଟଙ୍କାରେ ବି ବିକ୍ରି ହୋଇପାରୁନାହିଁ । ଏଭଳି ସ୍ଥିତିରେ ଯଦି ରାଜ୍ୟ ଓ କେନ୍ଦ୍ର ସରକାର ନିଜେ ଉଚ୍ଚତର ଦରରେ ମକା ନ କିଣି, ଏହାକୁ ଦେଶର ଯେ କୌଣସି ସ୍ଥାନରେ ବିକ୍ରି କରିପାରିବେ ବୋଲି ଚାଷୀଙ୍କୁ କହନ୍ତି, ତେବେ ଏହା କ’ଣ ଚାଷୀଙ୍କର ସହାୟତା କରିବ ? ଯଦିବା କୌଣସି ପ୍ରକାରେ ଚାଷୀମାନେ ସେମାନଙ୍କ ଫସଲର ଅଧିକ ମୂଲ୍ୟ ଲାଗି ତାହାକୁ ଅନ୍ୟ କେଉଁଠି ନେଇ ବିକିବା ଦିଗରେ ପ୍ରୟାସ କରନ୍ତି, ତେବେ ଗୋଟିଏ କିମ୍ବା ଦୁଇ ଏକର ଜମିରେ ଚାଷ କରୁଥିବା ଜଣେ କ୍ଷୁଦ୍ରଚାଷୀ, କେମିତି, କେତେଦୂର ଯାଏ ଯାତ୍ରା କରିପାରିବେ ଏବଂ ସେଠାକାର ବଜାରର କାରବାର କୌଶଳ ବୁଝି ତାହା ସହିତ ନିଜକୁ ଖାପ ଖୁଆଇ ପାରିବେ । ନିଶ୍ଚିତ ଭାବରେ ସରକାର ଏ ସବୁ କଥା ଜାଣିଛନ୍ତି ।

ଦ୍ବିତୀୟ ବିଲ

ଦ୍ବିତୀୟ ବିଲ୍‌ଟିକୁ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ, ପୂର୍ବରୁ ଯେତେବେଳେ କୌଣସି କମ୍ପାନୀରୁ କିଣା ହୋଇଥିବା କେତେକ ବିହନ ନିମ୍ନମାନର ବୋଲି ପ୍ରମାଣିତ ହେଉଥିଲା, ସରକାରଙ୍କ ସ୍ଥିତି ଦୟନୀୟ ହୋଇପଡୁଥିଲା ଏବଂ ଚାଷୀମାନଙ୍କୁ ଦିଆଯାଉଥିବା କ୍ଷତିପୂରଣ ମଧ୍ୟ ମିଳୁନଥିଲା । ଏବେ ଏହି ବିଲ୍‌ ଅନୁସାରେ, ଚାଷୀମାନଙ୍କ ସହ ବୁଝାମଣା ସଂପାଦିତ ହେବ ଯେ, ଚାଷ କରିବା ଲାଗି ସେମାନଙ୍କୁ ନିର୍ଦ୍ଦିଷ୍ଟ କେତେକ ଧରଣର ବିହନ ଦିଆଯିବ ଏବଂ ଅମଳ ହୋଇଥିବା ଫସଲକୁ ସେମାନେ କିଣିନେବାର ପ୍ରତିଶ୍ରୁତି ଦେବେ । ଅତୀତରେ ଅନେକ କମ୍ପାନି, ମାଞ୍ଜିୟମ୍‌, ଜାଫ୍ରା ଭଳି ଔଷଧୀୟ ଗଛ, ଶାଗୁଆନ ଗଛ, ଆଲୋଭେରା (ଘିକୁଆଁରୀ), ଦେବଦାରୁ, ରାମା ରୋଜା, ସଫେଦ ମୁସଲି ଭଳି ଚାଷ କରି ଚାଷୀମାନେ ଅନେକ ଲାଭ ପାଇବେ ବୋଲି ସେମାନଙ୍କର ବିଶ୍ବାସ ଜନ୍ମାଇଥିଲେ । ହେଲେ ବିହନ ବିକ୍ରି କରିବା ପରେ ଏହି କମ୍ପାନିଗୁଡ଼ିକ ଉଭାନ ହୋଇଯାଇଥିଲେ ଏବଂ ସରକାର ଏ ସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସମର୍ଥ ହୋଇନାହାନ୍ତି ।

ଚାଷୀମାନଙ୍କର ଯୁକ୍ତି ହେଲା ଯେ, ଯଦି ବିଭିନ୍ନ ସଂସ୍ଥା ସହିତ ସେମାନଙ୍କ ବୁଝାମଣାକୁ ଆଇନଗତ ମାନ୍ୟତା ପ୍ରଦାନ କରାଯାଏ ତେବେ ସେମାନେ କମ୍ପାନୀର ଠକାମୀକୁ ନିୟନ୍ତ୍ରଣ କରିପାରିବେ । କିନ୍ତୁ ଏହା ପରୋକ୍ଷରେ ‘ବୁଝାମଣା ଭିତ୍ତିକ ଚାଷ’ରେ ରୂପାନ୍ତରିତ ହେବ । ଏଥିରୁ ଏହି ଆଶଙ୍କା ଉପୁଜେ ଯେ, ଯଦି ଦେଶରେ ବୁଝାମଣା ଭିତ୍ତିକ କୃଷିର ପ୍ରସାର ଘଟେ, ତେବେ, ସମଗ୍ର କୃଷି କ୍ଷେତ୍ର ବଡ଼ ବଡ଼ କମ୍ପାନୀ ହାତକୁ ଚାଲିଯିବ ଏବଂ ଗରିବ ଚାଷୀମାନେ କୁଲିରେ ପରିଣତ ହେବ । ଏହି ବିଲ୍‌ର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଯେ ବ୍ୟବସାୟୀ ଓ କମ୍ପାନୀ ସହିତ ଚାଷୀମାନଙ୍କର ବୁଝାମଣା ସଂପାଦନରେ କୃଷି ବିଭାଗର କୌଣସି ଦାୟିତ୍ବ ନାହିଁ । ଏହି ସନ୍ଦର୍ଭରେ, ଗୁଜରାଟର ଆଳୁ ଚାଷୀମାନଙ୍କ ବିରୋଧରେ ପେପ୍‌ସି କମ୍ପାନି ଦାୟର କରିଥିବା ମକଦ୍ଦମା ପ୍ରସଙ୍ଗ ଉଲ୍ଲେଖଯୋଗ୍ୟ ।

ତୃତୀୟ ବିଲ

ତୃତୀୟ ବିଲ୍‌ଟି ହେଉଛି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନିୟମରେ ସଂଶୋଧନ ସଂପର୍କିତ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ମୂଳ ଉଦ୍ଦେଶ୍ୟ ହେଉଛି, ଯୁଦ୍ଧ ଓ ସେହିଭଳି ଅନ୍ୟ କେତେକ ସଂକଟଜନକ ସ୍ଥିତିକୁ ବାଦ ଦେଲେ, ଅନ୍ୟ ସମୟରେ ତୈଳ ବିହନ, ଫଳ, ପନିପରିବା, ଡାଲିଜାତୀୟ ଶସ୍ୟ, ବାଜରା ପ୍ରଭୃତି ସାମଗ୍ରୀ ମହଜୁଦ ରଖିବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ , ବହୁ ପରିମାଣରେ ଏହି ସବୁ ସାମଗ୍ରୀ ମହଜୁଦ କରିବା, ଚାଷୀଙ୍କ ପାଇଁ ନୁହେଁ, ବରଂ ଏହା କୃଷି ଉତ୍ପାଦନ ବ୍ୟବସାୟ କରୁଥିବା ସଂସ୍ଥା ପାଇଁ ଲାଭଦାୟକ ହେବ । ଅମଳ ସ୍ଥାନରେ ହିଁ ଫସଲ ବିକ୍ରି କରୁଥିବା ଗରିବ ଚାଷୀଙ୍କ ବିବଶତାର ସୁଯୋଗ ନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀଗୁଡ଼ିକ ଏଥିରୁ ଫାଇଦା ଉଠାଇବେ । ଚାଷୀଙ୍କ ନିକଟରୁ ଫସଲ କିଣି ପ୍ରଚୁର ପରିମାଣରେ ଗଚ୍ଛିତ କରିବାକୁ ଏହି ବିଲ୍‌ ସେମାନଙ୍କୁ ସୁଯୋଗ ପ୍ରଦାନ କରୁଛି । ସାମଗ୍ରୀର ଦର କମ ରହିଥିବା ବେଳେ ସେମାନେ ଚାଷୀଙ୍କ ପାଖରୁ କିଣିବେ ଏବଂ ପ୍ରଚୁର ପରିମାଣରେ ଗଚ୍ଛିତ କରି ରଖି ଦର ବଢ଼ିଥିବା ସମୟରେ ବିକ୍ରି କରିବେ । ଏ କ୍ଷେତ୍ରରେ ଏହି ନୂଆ ବିଲ ସେମାନଙ୍କୁ ଏକ ପ୍ରକାର ନିରଙ୍କୁଶ ସ୍ବାଧୀନତା ପ୍ରଦାନ କରେ। ଏହା ଅତି ସ୍ପଷ୍ଟ ଯେ, ଏହି ବିଲରେ ଥିବା ବ୍ୟବସ୍ଥାରୁ ଖୁଚୁରା ବଜାରରେ କାରବାର କରୁଥିବା ସଂସ୍ଥାଗୁଡ଼ିକ ଲାଭ ପାଇବେ ।

ସରକାର ନିଜେ କିଣିବା ଉଚିତ ...

କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ଆଦୌ ଉପଯୋଗୀ ନୁହେଁ । ନିଷ୍ଠୁର ବାସ୍ତବତା ହେଉଛି ଯେ ଏହା ଦ୍ବାରା ବ୍ୟବସାୟୀ ଗୋଷ୍ଠୀ ଏବଂ ବଡ଼ ବଡ଼ କମ୍ପାନୀର ଆୟ ଦଶ ଗୁଣ ବୃଦ୍ଧି ପାଇବ । ଯଦି କେହି ପ୍ରକୃତରେ କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ଚାହୁଁଛନ୍ତି, ତେବେ ସେମାନଙ୍କୁ ଲାଭଯୁକ୍ତ ସମର୍ଥନ ମୂଲ୍ୟ ଦେବା ହିଁ ଯଥେଷ୍ଟ ବୋଲି ପ୍ରମାଣିତ ହେବ । ଯଦି କୃଷକମାନେ ଲାଭ କରନ୍ତୁ ବୋଲି ସେମାନେ ଆନ୍ତରିକତାର ସହ ଚାହୁଁଛନ୍ତି, ତେବେ ଡକ୍ଟର ସ୍ବାମୀନାଥନଙ୍କ ସୁପାରିସ କାର୍ଯ୍ୟକାରୀ କରି ଫସଲର ଉତ୍ପାଦନ ଖର୍ଚ୍ଚ ସହିତ ଅତିରିକ୍ତ 50 ପ୍ରତିଶତ କୃଷକମାନଙ୍କୁ ଦେବା ଉଚିତ । କେବଳ 22 ପ୍ରକାରର ଫସଲ ପାଇଁ ନୁହେଁ, ବରଂ, ଦେଶରେ ଚାଷ କରାଯାଉଥିବା ସମସ୍ତ ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ ସ୍ଥିର କରାଯିବା ଉଚିତ । ଯଦି କୌଣସି କ୍ଷେତ୍ରରେ କମ ଦର ପଞ୍ଜୀକରଣ ହୋଇଥାଏ, ତେବେ ସରକାର ଏଥିରେ ହସ୍ତକ୍ଷେପ କରିବା ସହିତ ଚାଷୀମାନଙ୍କୁ ଯେଭଳି କ୍ଷତି ସହିବାକୁ ନ ପଡ଼େ ତାହା ସୁନିଶ୍ଚିତ କରିବା ଉଚିତ । ବିଭିନ୍ନ କୃଷିଜାତ ସାମଗ୍ରୀକୁ ସରକାର ନିଜେ କିଣିବା ଉଚିତ କିମ୍ବା ଏହି ଦାୟିତ୍ବ ବିଭିନ୍ନ ମହିଳା ସମିତିକୁ ଦିଆଯିବା ଉଚିତ । ବିଭିନ୍ନ ଫସଲର ଖାଦ୍ୟ ପ୍ରକ୍ରିୟାକରଣ ସଂକ୍ରାନ୍ତ ବୁଝାମଣା ସମ୍ପାଦନ ସମୟରେ ସରକାର ମଧ୍ୟସ୍ଥ ଭୂମିକା ନିର୍ବାହ କରିବା ଉଚିତ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଏମିତି ଢଙ୍ଗରେ ସଂପ୍ରସାରଣ କରାଯିବା ଉଚିତ, ଯେମିତି କି ଏହା ଚାଷୀମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ସେମାନଙ୍କୁ ନିରବଚ୍ଛିନ୍ନ ଆୟର ସୁଯୋଗ ପ୍ରଦାନ କରିବ । ଚାଷୀମାନଙ୍କୁ ନିଜ ଗୋଡ଼ରେ ଠିଆ କରାଇବା ପାଇଁ ଏଭଳି ପଦକ୍ଷେପ ନେବା ପରିବର୍ତ୍ତେ ବ୍ୟବସାୟୀ ଏବଂ ଶିଳ୍ପପତିମାନଙ୍କ ସହାୟତା ନିମନ୍ତେ ନିଆଯାଇଥିବା ନିଷ୍ପତ୍ତି, ଚାଷୀମାନଙ୍କ ଦୁଃଖକଷ୍ଟ ବୁଝିବା ଦାୟିତ୍ବ ସେମାନଙ୍କ ହାତରେ ଛାଡ଼ି ଦେବା ଭଳି ହୋଇଛି । ସେହିଭଳି କେବଳ ଭୋଟ ପାଇବା ପାଇଁ ଯଦି ସେମାନେ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ଭଳି ଯୋଜନା ଆରମ୍ଭ କରନ୍ତି, ତେବେ ଏହା କେବଳ ଚାଷୀମାନଙ୍କୁ ଏବଂ ନିଜେ ନିଜକୁ ଠକିଲା ଭଳି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.