ETV Bharat / bharat

ପଛୁଆ ବର୍ଗର ଆଗୁଆ ବିଦ୍ୟାର୍ଥୀ: ଏମ୍ସ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇ ଆଣିଲେ ଗୌରବ - ଜମ୍ମୁ

ସବୁ ସମସ୍ୟାକୁ ପଛରେ ପକାଇ କଠିନ ପରିଶ୍ରମ ବଳରେ ସଫଳତାର ଶିଖର ଛୁଇଁଛନ୍ତି ଜମ୍ମୁ କଶ୍ମୀରର ଜଣେ ପଛୁଆ ବର୍ଗର ମହିଳା ଇରମିମ ସମିମ । ଏମ୍ସ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଣି ଦେଇଛନ୍ତି ଗୌରବ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 26, 2019, 4:39 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ଇରମିମ ସମିମ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ MBBS ପଢିବା ଲାଗି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଇରମିମ ଜଣେ ପଛୁଆବର୍ଗର ମହିଳା ଯାହାଙ୍କୁ କାଶ୍ମୀର ଭାଷାରେ ଗୁଜ୍ଜର ବୋଲି କୁହାଯାଏ । ସୀମାବର୍ତ୍ତୀ ଜିଲ୍ଲାର ଧନୋର ଗାଁର ସମିମ ସମସ୍ତ ଅସୁବିଧା ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପ୍ରିମିୟର ଇଷ୍ଟିଚ୍ୟୁଟରେ ପ୍ରବେଶ କରିବାକୁ କଠିନ ପରିଶ୍ରମ କରିଥିଲେ । ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଲେ 10 କିମି ପାଦଚଲା ରାସ୍ତା ଅତିକ୍ରମ କରି ଯାଉଥିଲେ ସ୍କୁଲ ।

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ଏସବୁ ସହ ଲଢି ସଫଳତା ହାସିଲ କରିବାକୁ ପଡିବ ବୋଲି କୁହନ୍ତି ଇରମିମ । ତାଙ୍କ ସଫଳତାରେ ପରିବାର ବି ବେଶ ଖୁସି ଅଛନ୍ତି । ଝିଅ ଏକ ଭଲ ଡାକ୍ତର ହୋଇ ରାଜ୍ୟ ଓ ଦେଶବାସୀଙ୍କ ସେବା କରୁ ବୋଲି କହିଛନ୍ତି ପରିବାର ।

ସେପଟେ ସହାୟତାର ହାତ ବଢାଇଛନ୍ତି ଜିଲ୍ଲା ବିକାଶ କମିଶନ । ସମିମଙ୍କ ଭବିଷ୍ୟତରେ ପାଠପଢା ଖର୍ଚ୍ଚ ପାଇଁ ଯେତିକି ସମ୍ଭବ ସେତିକି ସହାୟତା କରିବା ନେଇ କହିଛନ୍ତି କମିଶନର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.