ETV Bharat / bharat

କୋରୋନା କଭଚ୍ ପଲିସିକୁ ମିଳିଲା ମଞ୍ଜୁରୀ, 5 ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି - ଭାରତର ବୀମା ନିୟାମକ ଓ ବିକାଶ ପ୍ରାଧିକରଣ

ଦେଶରେ କୋରୋନା ମାମଲା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଆଇଆରଡିଏଆଇ) ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ପ୍ରକାଶଥାଉକି, ଆଇଆରଡିଏ 29 ବୀମା କମ୍ପାନୀକୁ କୋରୋନା କଭଚ୍ ସ୍ବାସ୍ଥ୍ୟ ବୀମା ପଲିସି ଉପସ୍ଥାପନ କରିବାକୁ ଅନୁମତି ଦେଇଛି ।

କୋରୋନା କଭଚ୍ ପଲିସିକୁ ମିଳିଲା ମଞ୍ଜୁରୀ
କୋରୋନା କଭଚ୍ ପଲିସିକୁ ମିଳିଲା ମଞ୍ଜୁରୀ
author img

By

Published : Jul 11, 2020, 7:06 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଭାରତର ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ପ୍ରକାଶଥାଉକି, ଆଇଆରଡିଏ 29 ବୀମା କମ୍ପାନୀକୁ କୋରୋନା କଭଚ୍ ସ୍ବାସ୍ଥ୍ୟ ବୀମା ପଲିସି ଉପସ୍ଥାପନ କରିବାକୁ ଅନୁମତି ଦେଇଛି । ଆଇଆରଡିଏଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ବଳ୍ପ ସମୟ ମଧ୍ୟରେ ଏହି ନୀତି ସାଢେ 3 ମାସ, ସାଢେ 6 ମାସ ଓ ସାଢେ 9 ମାସ ପାଇଁ ହୋଇପାରେ। ଏହି ବୀମା ରାଶି 50 ହଜାରରୁ 5 ଲକ୍ଷ ଟଙ୍କା ମଧ୍ୟରେ ।

29 ଟି ସାଧାରଣ ତଥା ସ୍ବାସ୍ଥ୍ୟ ବୀମା କମ୍ପାନୀ ମଧ୍ୟରେ ଓରିଏଣ୍ଟାଲ ଇନସୁରାନ୍ସ, ନ୍ୟାସନାଲ ଇନସୁରାନ୍ସ, ଏସବିଆଇ ଜେନେରାଲ ଇନସୁରାନ୍ସ, ଆଇସିଆଇସିଆଇ ଲମ୍ବୋର୍ଡ, ଏଚଡିଏଫସି ଏର୍ଗୋ, ମ୍ୟାକ୍ସ ବୁପା, ବଜାଜ ଆଲିଆଞ୍ଜ, ଭାରତୀ ଏକ୍ସା ଓ ଟାଟା ଏଆଇଜି ରହିଛି, ଯାହାଙ୍କୁ କୋରୋନା କଭଚ୍ ବୀମା ପଲିସିର ଅନୁମତି ଦିଆଯାଇଛି ।

ନିୟାମକଙ୍କ ଅନୁଯାୟୀ ପ୍ରିମିୟମ ଥରେ ଦେବାକୁ ପଡିବ ଓ ପ୍ରିମିୟମ ରାଶି ସମଗ୍ର ଦେଶରେ ସମାନ ରହିବ। କୋରୋନା କଭଚ୍ ବୀମା ପଲିସି ଉପସ୍ଥାପନ କରି ବଜାଜ ଆଲିଆନ୍ସ ଜେନେରାଲ ଇନସୁରାନ୍ସ କହିଛି ଯେ ପ୍ରଥମ ପ୍ରିମିୟମ 447 ରୁ 5,630 ଟଙ୍କା ହେବ। ଏହି ପରିମାଣ ବ୍ୟକ୍ତିର ବୟସ, ବୀମା ରାଶି ଓ ପଲିସିର ଅବଧି ଅନୁଯାୟୀ ଭିନ୍ନ ହେବ ।

ଏଚଡିଏଫସି ଏର୍ଗୋ ଅନୁଯାୟୀ, ଯଦି ଏହି ବୀମା ପଲିସି ଅନ୍ତର୍ଗତ ସରକାରୀ ସ୍ବୀକୃତିପ୍ରାପ୍ତ ପରୀକ୍ଷା ପାଇଁ ସ୍ବୀକୃତିପ୍ରାପ୍ତ ଯାଞ୍ଚ କେନ୍ଦ୍ରରେ ପରୀକ୍ଷା କରିବା ପରେ କୋରୋନା ପଜିଟିଭ୍ ବାହାରିଲେ ଡାକ୍ତରଖାନାରେ ଭର୍ତ୍ତି ହେବାର ଚିକିତ୍ସା ଖର୍ଚ୍ଚ ବହନ କରାଯିବ । କମ୍ପାନୀ ଅନୁସାରେ, କୋଭିଡ-19 ସହ ଅନ୍ୟ ରୋଗ ଥିଲେ ମଧ୍ୟ ଚିକିତ୍ସା କରାଯିବ । ଏହାସହ ହୋମ୍ କ୍ବାରେଣ୍ଟାଇନରେ ଥିବା ବେଳେ ମଧ୍ୟ 14 ଦିନର ଖର୍ଚ୍ଚ ବହନ କରାଯିବ । ଏହା ବ୍ୟତୀତ ଆୟୁର୍ବେଦ, ହୋମିଓପାଥି ଓ ଅନ୍ୟାନ୍ୟ ଚିକିତ୍ସା ବିକଳ୍ପ ନୀତିର ଅଧୀନରେ ଆସିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.