ETV Bharat / bharat

ଟ୍ରାକରେ ଗଡିବ ତେଜସ, ପ୍ରଥମ ପର୍ଯ୍ୟାୟରେ ଗଡିବ 2ଟି ଟ୍ରେନ - ତେଜସ ଏକ୍ସପ୍ରେସ

ଟ୍ରାକରେ ପୁଣି ଥରେ ଦୌଡିବ ତେଜସ । ପ୍ରଥମ ପର୍ଯ୍ୟାୟରେ ଗଡିବ 2ଟି ଟ୍ରେନ । ଅକ୍ଟୋବର 17ରୁ ଆରମ୍ଭ ହେଉଛି ସେବା । ଅଧିକ ପଢନ୍ତୁ....

IRCTC to restart operations of 2 Tejas Express trains from Oct 17
ଟ୍ରାକରେ ଗଡିବ ତେଜସ, ପ୍ରଥମ ପର୍ଯ୍ୟାୟରେ ଗଡିବ 2ଟି ଟ୍ରେନ
author img

By

Published : Oct 7, 2020, 2:07 PM IST

ନୂଆଦିଲ୍ଲୀ: ପୁଣି ଥରେ ଟ୍ରାକରେ ଦୌଡିବାକୁ ପ୍ରସ୍ତୁତ ହେଉଛି ତେଜସ ଏକ୍ସପ୍ରେସ। କୋରୋନା କାଳରେ ଦୀର୍ଘ 7 ମାସ ବନ୍ଦ ରହିବା ପରେ ପୁନଃ ଆରମ୍ଭ ହେବାକୁ ଯାଉଛି ଏହି ରେଳ ସେବା। ଅକ୍ଟୋବର 17ରୁ ପ୍ରଥମ ପର୍ଯ୍ୟାୟ ରେଳ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ତେଜସ ଏକ୍ସପ୍ରେସର 2 ଟି ଟ୍ରେନ ଚାଲିବ। ଲକ୍ଷ୍ନୌ -ନୂଆଦିଲ୍ଲୀ ଓ ଅହମ୍ମଦାବାଦ-ମୁମ୍ବାଇ ଏହି ସେବା ଆରମ୍ଭ ହେବ । ଟ୍ରେନରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ପ୍ରତ୍ୟେକ ସିଟର ପାଖ ସିଟ୍ ଖାଲି ରହିବ। ଏପରିକି କୋଚ୍ ଭିତରକୁ ଯିବା ପୂର୍ବରୁ ଯାତ୍ରୀମାନଙ୍କୁ ଥର୍ମାଲ୍ ସ୍କ୍ରିନିଂ କରାଯିବ ଏବଂ ଥରେ ବସିବା ପରେ ସେମାନଙ୍କ ଆସନ ପରିବର୍ତ୍ତନ କରିବାକୁ ଦିଆଯିବ ନାହିଁ।

ଏହସହ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ କୋଭିଡ କିଟ ପ୍ରଦାନ କରାଯିବ । ଏଥିରେ ହ୍ୟାଣ୍ଡ ସାନିଟାଇଜରର ଏକ ବୋତଲ, ଗୋଟିଏ ମାସ୍କ, ଗୋଟିଏ ଫେସ ଗ୍ଲୋବ ରହିଥିବ । ଏହାସହ ଯାତ୍ରୀଙ୍କ ଲଗେଜ ଓ ବ୍ୟାଗ ଗୁଡିକ ମଧ୍ୟ କର୍ମଚାରୀମାନଙ୍କ ଦ୍ବାରା ସାନିଟାଇଜ କରାଯିବାର ବ୍ୟବସ୍ଥା ହୋଇଛି । । ସମସ୍ତ ଯାତ୍ରୀ ଆରୋଗ୍ୟ ସେଟୁ ଆପ ବ୍ୟବହାର କରିପାରିବେ । ଟିକେଟ୍ ବୁକିଂ ସମୟରେ ଯାତ୍ରୀମାନଙ୍କୁ ବିସ୍ତୃତ ନିର୍ଦ୍ଦେଶ ଦିଆଯିବ। ତୃତୀୟ ପର୍ଯ୍ୟାୟରେ କାଶୀ ମହାକାଲ ଏକ୍ସପ୍ରେସ ଇନ୍ଦୋର ଏବଂ ବାରାଣାସୀ ମଧ୍ୟରେ ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ରେଳବାଇ ଘୋଷଣା କରିଛି ଯେ ଏହା ବେସରକାରୀ ଅପରେଟରମାନଙ୍କୁ 150 ଟ୍ରେନ୍ ଚଳାଇବାକୁ ଅନୁମତି ଦେବ। ତେଜସ୍ ଟ୍ରେନ ମାର୍ଚ୍ଚ 19 ରୁ କୋରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିଲା । ଯାହା ଅକ୍ଟୋବର 17ରୁ ପୁଣି ଥରେ ସେବା ଆରମ୍ଭ କରିବ ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.