ETV Bharat / bharat

ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ତିଆରି କଲା ପୋଷ୍ଟ କୋଭିଡ କୋଚ

author img

By

Published : Jul 19, 2020, 4:38 PM IST

ପୋଷ୍ଟ କୋଭିଡ କୋଚରେ କପର(ତମ୍ବା) କୋଟେଡ ହ୍ୟାଣ୍ଡେଲ, ପ୍ଲାଜମା ଏୟାର ପ୍ୟୁରିଫାୟର ଏବଂ ଟାଇଟେନିୟମ ଡାଇ ଅକ୍ସାଇଡ କୋଟିଙ୍ଗ ଦିଆଯାଇଥିବା ସିଟ ସହ ପାଦ ଦ୍ବାରା ପରିଚାଳିତ ହେଉଥିବା ଅନେକ ଭିଚର ର ସୁବିଧା କରାଯାଇଛି ।

post covid coach
ପୋଷ୍ଟ କୋଭିଡ କୋଚ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳ ବିଭାଗର ପ୍ରସ୍ତୁତ କରିଛି ' ପୋଷ୍ଟ କୋଭିଡ କୋଚ ' । କୋରୋନା ମହାମାରୀକୁ ଦେଖି ଯାତ୍ରୀଙ୍କୁ ସଂକ୍ରମଣ ଠାରୁ ରକ୍ଷା କରିବାକୁ ଭାରତୀୟ ରେଲୱେ ଯାତ୍ରୀଙ୍କ ପାଇଁ ପୋଷ୍ଟ କୋଭିଡ କୋଚ ' ବ୍ୟବସ୍ଥା କରିଛି । ପଞ୍ଜାବସ୍ଥିତ କପୁରଥଲାର ରେଳ ଫ୍ୟାକ୍ଟ୍ରିରେ ଏହି କୋତ ତିଆରି ହେଉଛି । ପୋଷ୍ଟ କୋଭିଡ କୋଚରେ କପର(ତମ୍ବା) କୋଟେଡ ହ୍ୟାଣ୍ଡେଲ, ପ୍ଲାଜମା ଏୟାର ପ୍ୟୁରିଫାୟର ଏବଂ ଟାଇଟେନିୟମ ଡାଇ ଅକ୍ସାଇଡ କୋଟିଙ୍ଗ ଦିଆଯାଇଥିବା ସିଟ ସହ ପାଦ ଦ୍ବାରା ପରିଚାଳିତ ହେଉଥିବା ଅନେକ ଫିଚରର ସୁବିଧା କରାଯାଇଛି ।

କାପୁରଥାଲାର ରେଳ କାରଖାନାରେ କୋରୋନା ଭାଇରସରୁ ରକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଏହିସବୁ କୋଚ ଡିଜାଇନ କରାଯାଉଛି । ଏହି କୋଚ ପ୍ରସ୍ତୁତିରେ ଯେପରି ହାତ ପରିବର୍ତ୍ତେ ଅଧିକ ପାଦ ଦ୍ବାରା ପରିଚାଳିତ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଯେପରିକି ବିନା ହାତ ସ୍ପର୍ଶରେ ଟଏଲେଟରେ ପାଣି ଏବଂ ସାବୁନ ବ୍ୟବହାର କରିବାର ସୁବିଧା, ଟଏଲେଟ ଫ୍ଲସକୁ ପାଦରେ ପରିଚାଳନା ଉପରେ ଧ୍ୟାନ ଦିଆଯାଉଛି । ଏପରିକି ଟଏଲେଟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଡୋରକୁ ହାତରେ ଖୋଲିବା ପରିବର୍ତ୍ତେ ପାଦରେ ପ୍ରେସ କରି ଖୋଲିପାରିବେ ।

ଏହି ପୋଷ୍ଟ କୋଭିଡ କୋଚରେ ଯାତ୍ରୀଙ୍କୁ ଯେପରି ବିଶୁଦ୍ଧ ବାୟୁ ମିଳିପାରିବ ସେନେଇ ପ୍ଲାଜମା ଏୟାର ପ୍ୟୁରିଫାୟରର ବ୍ୟବସ୍ଥା କରାଯାଇଛି । ଏହାସହ କୋଚ ଗୁଡିକ ମଧ୍ୟ ଲଗାତାର ସାନିଟାଇଜ କରିବା ବ୍ୟବସ୍ଥା ରହିବ । ଏହାବ୍ୟତୀତ କୋଚରେ ଟାଇଟାନିୟମ ଅକ୍ସାଇଡର ଏକ ଆବରଣ ରହିବ । ଯାତ୍ରୀମାନଙ୍କୁ କୋରୋନା ଭାଇରସରୁ ସୁରକ୍ଷିତ ରଖିବା ପାଇଁ କବାଟ,ହ୍ୟାଣ୍ଡେଲ, toilet ସିଟ୍ , ଗ୍ଲାସ ୱିଣ୍ଡୋ, କପ ହୋଲ୍ଡର ଇତ୍ୟାଦିକୁ ଟାଇଟାନିୟମ ଡାଏଅକ୍ସାଇଡର ଆବରଣ ଦିଆହୋଇଛି । ଟାଇଟାନିୟମ ଅକ୍ସାଇଡର ଆବରଣ ଯାତ୍ରୀଙ୍କୁ କୋରୋନା ଭାଇରସଠାରୁ ସୁରକ୍ଷା ଦେବ ।

ଭାରତୀୟ ରେଳବାଇ ଅନୁଯାୟୀ, ଏଭଳି ପୋଷ୍ଟ କୋଭିଡ କୋଚ ତିଆରି କରିବା ପାଇଁ ପ୍ରାୟ 6-7 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।ଏହି ଯୋଜନା ଅଧୀନରେ ରେଳ କୋଚରେ ଏଭଳି ବ୍ୟାପକ ପରିବର୍ତ୍ତନ କରାଯିବ। ସହିତ, ଏକ ନୂତନ ପ୍ରକାରର ରେଳ କୋଚ ପ୍ରଚଳନ କରାଯିବ । ଯାହା କୋରୋନା ମହାମାରା ପରେ ମଧ୍ୟ ଯାତ୍ରୀଙ୍କୁ ଟ୍ରେନ ଯାତ୍ରା ଅଧିକ ନିରାପଦ ଏବଂ ସଂକ୍ରମଣମୁକ୍ତ ରଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.