ETV Bharat / bharat

ଭାରତ ସହ ସୁସଂପର୍କ ପାଇଁ ଇରାନ ପ୍ରତିଶ୍ରୁତିବଦ୍ଧ: ଇରାନ କୂଟନୀତିଜ୍ଞ - ଭାରତ ସହ ସୁସମ୍ପର୍କ ପାଇଁ ଇରାନ ପ୍ରତିଶ୍ରୁତିବଦ୍ଧ

କୋଭିଡ-୧୯ ମହାମାରୀ ଓ ଇରାନ ବିରୋଧରେ ଅମେରିକାର କଟକଣା ଯୋଗୁଁ ଭାରତ-ଇରାନ ସଂପର୍କ ସାମୟିକ ଭାବେ ପ୍ରଭାବିତ ହୋଇଛି । ଇରାନର ଜଣେ ବରିଷ୍ଠ କୂଟନୀତିଜ୍ଞ ଏଭଳ ମତ ଦେଇଛନ୍ତି । କିନ୍ତୁ ଦୀର୍ଘଦିନ ଧରି ରହିଆସିଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ବୁଝାମଣା ବଜାୟ ରଖିବା ପାଇଁ ଦୁଇ ଦେଶ ଗଭୀର ଭାବେ ସଂକଳ୍ପବଦ୍ଧ ବୋଲି ସଂପୃକ୍ତ କୂଟନୀତିଜ୍ଞ କହିଛନ୍ତି ।

EXCLUSIVE: ‘ଭାରତ ସହ ସୁସମ୍ପର୍କ ପାଇଁ ଇରାନ ପ୍ରତିଶ୍ରୁତିବଦ୍ଧ’

author img

By

Published : Aug 30, 2020, 12:59 PM IST

କୋଭିଡ-୧୯ ମହାମାରୀ ଓ ଇରାନ ବିରୋଧରେ ଅମେରିକାର କଟକଣା ଯୋଗୁଁ ଭାରତ-ଇରାନ ସଂପର୍କ ସାମୟିକ ଭାବେ ପ୍ରଭାବିତ ହୋଇଛି । ଇରାନର ଜଣେ ବରିଷ୍ଠ କୂଟନୀତିଜ୍ଞ ଏଭଳ ମତ ଦେଇଛନ୍ତି । କିନ୍ତୁ ଦୀର୍ଘଦିନ ଧରି ରହିଆସିଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ବୁଝାମଣା ବଜାୟ ରଖିବା ପାଇଁ ଦୁଇ ଦେଶ ଗଭୀର ଭାବେ ସଂକଳ୍ପବଦ୍ଧ ବୋଲି ସଂପୃକ୍ତ କୂଟନୀତିଜ୍ଞ କହିଛନ୍ତି । ଇଟିଭି ଭାରତକୁ ଏକ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ହାଇଦ୍ରାବାଦ ସ୍ଥିତ ଇରାନର କନସଲ ଜେନେରାଲ ମହମ୍ମଦ ହାଗବିନ୍ ଘୋମି କହିଛନ୍ତି ଚାବାହର ବନ୍ଦରର ବିକାଶ ନେଇ ମିଡିଆରେ ବାହାରିଥିବା ଖବରକୁ ଖଣ୍ଡନ କରିଛନ୍ତି । ଚାବାହର ବନ୍ଦର ଓ ଜାହିଦାନ ମଧ୍ୟରେ ଏକ ରେଳବାଇ ପ୍ରକଳ୍ପରେ ଭାରତର ପୁଂଜି ବିନିଯୋଗ ଯୋଜନାକୁ ବାତିଲ କରିଦିଆଯାଇଛି ବୋଲି ପ୍ରଚାରିତ ମିଡିଆ ଖବରକୁ ଘୋମି ଅସ୍ୱୀକାର କରିଛନ୍ତି । ସଂପୃକ୍ତ ପ୍ରକଳ୍ପରେ ଚୀନ୍‌ର ପୁଂଜି ବିନିଯୋଗ ପାଇଁ ପଥ ପରିଷ୍କାର କରିବାକୁ ଏପରି ହୋଇଛି ବୋଲି ଖବର ଆସିଥିଲା ।

ଇରାନର କନସେଲ ଜେନେରାଲ କହିଛନ୍ତି ଯେ, ଚାବାହରରେ ଭିତ୍ତିଭୂମି ଓ ବନ୍ଦର ବ୍ୟବସ୍ଥାର ବିକାଶ ପାଇଁ ଭାରତର ୧୫୦ ମିଲିଅନ ଆମେରିକୀୟ ଡଲାରର ପୁଂଜିନିବେଶ ପ୍ରସ୍ତାବ ବାତିଲ ହୋଇନାହିଁ । ଏ ନେଇ ମିଡିଆ ଅବଗତ ନାହିଁ ବୋଲି କନସେଲ ଜେନେରାଲ ଘୋମି ଇଟିଭି ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ, ଦୁଇ ଦେଶର ଅଧକାରୀ ବା ସରକାରଙ୍କ ପକ୍ଷରୁ କୌଣସି ନକାରାତ୍ମକ ରିପୋର୍ଟ ଆସିନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ, ଚାବାହରରେ ଚୀନ୍ ଭାରତର ସ୍ଥାନ ନେଇନାହିଁ । ଘୋମି କହିଛନ୍ତି ଯେ, ଇରାନ ଚାବାହର ପ୍ରକଳ୍ପରେ ସ୍ୱାଧୀନ ଭାବେ ପୁଂଜିନିବେଶ କରୁଛି । ଚୀନର ପୁଂଜିନିବେଶ ସଂପର୍କିତ ଖବରରେ କୌଣସି ସତ୍ୟତା ନାହିଁ । ଭାରତ ପାଇଁ ଥିବା ପ୍ରସ୍ତାବ ବାତିଲ ହୋଇନାହିଁ । ପୋର୍ଟ ଫେସାଲିଟି ବିକଶିତ କରିବା ପାଇଁ ଭାରତ ଆଗ୍ରହୀ ଅଛି ବୋଲି ଘୋମି କହିଛନ୍ତି । ବିଭିନ୍ନ ଦେଶ ସହ ଦୁଇ ଦେଶର ସଂପର୍କ ଯାହା ଥାଉ ନା କାହିଁକି ଭାରତ ଓ ଇରାନର ସଂପର୍କକୁ ତାହା ପ୍ରଭାବିତ କରିବ ନାହିଁ । ଲଦାଖରେ ଚୀନ ଅନୁପ୍ରବେଶ ଭଳି ଘଟଣା ଭାରତ ଓ ଇରାନର ସଂପର୍କକୁ ପ୍ରଭାବିତ କରିଛି ବୋଲି ଭାବିବା ଭୁଲ୍ ବୋଲି କନସେଲ ଜେନେରାଲ ଘୋମି କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଘୋମି କହିଛନ୍ତି ଯେ, କୋଭିଡ ମହାମାରୀ ବ୍ୟାପିଲା ପରେ ଭାରତ ଓ ଇରାନ ପରସ୍ପରର ନାଗରିକଙ୍କ ସୁରକ୍ଷା ଓ ନିରାପଦ ଯାତ୍ରା ପାଇଁ ମିଳିମିଶି କାମ କରିଥିଲେ । ପାଖାପାଖି ୨ ହଜାର ଛାତ୍ରଛାତ୍ରୀ ଇରାନରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ସୂଚନା ଦେଇଛନ୍ତି ଘୋମି ।

ଇରାନ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପ୍ରସଙ୍ଗରେ ...

ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ଇରାନର ଛାତ୍ରଛାତ୍ରୀଙ୍କର ପରୀକ୍ଷା ସଂପର୍କିତ ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ ଭାରତୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି କନସେଲ ଜେନେରାଲ ଘୋମି । ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ପରୀକ୍ଷା ସମୟ ସାରଣୀ ଜାରି କରିସାରିଛନ୍ତି । କିନ୍ତୁ ଇରାନର ଛାତ୍ରଛାତ୍ରୀଙ୍କୁ ଏ ଯାଏଁ ଭିସା ମିଳିନାହିଁ । ପରୀକ୍ଷା ସୂଚୀ ବଦଳିବା ଦରକାର ନ ହେଲେ ଇରାନୀ ଛାତ୍ରମାନଙ୍କୁ ଅନଲାଇନ ପରୀକ୍ଷା ପାଇଁ ଅନୁମତି ଦେବା ଦରକାର ବୋଲି ସେ କହିଛନ୍ତି । ସେପଟେମ୍ବର ୩୦ ସୁଦ୍ଧା ଦେଶରେ ସବୁ ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ –ୟୁଜିସିର ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଇରାନ କୂଟନୀତିଜ୍ଞ ଏହି ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ୟୁଜିସିର ନିର୍ଦ୍ଦେଶକୁ ପ୍ରଶଂସା କରିଛନ୍ତି । ବିନା ଶେଷବର୍ଷ ପରୀକ୍ଷାରେ କୌଣସି ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀଙ୍କୁ ଉତୀର୍ଣ୍ଣ ନ କରିବାକୁ ୟୁଜିସି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନିର୍ଦ୍ଦେଶ ଦେଇଥିଲା ।ତେବେ ସମୟସୀମା ବୃଦ୍ଧି କରିବାକୁ ୟୁଜିସିଠାରେ ରାଜ୍ୟଗୁଡିକ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି । ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକରେ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୂକୁଳ ହୋଇନାହିଁ । କୋଭିଡ-୧୯ ମହାମାରୀ ପରେ ଇରାନ ସମେତ ଅନ୍ୟଦେଶର ଛାତ୍ରଛାତ୍ରୀମାନେ ସେମାନଙ୍କ ଦେଶକୁ ଫେରିଯାଇଛନ୍ତି । ଇରାନର ଅଧିକାଂଶ ଛାତ୍ରଛାତ୍ରୀ ଦକ୍ଷିଣ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକରେ ପଢୁଛନ୍ତି ବୋଲି ଘୋମି ସୂଚନା ଦେଇଛନ୍ତି ।

ମହରମ ପ୍ରସଙ୍ଗରେ ...

ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସରେ ଭାରତରେ ମହରମ ପାଳନ ଓ ଦେଶର ସାଂସ୍କୃତିକ ଓ ଧାର୍ମିକ ବିବିଧତାକୁ ପ୍ରଶଂସା କରିଛନ୍ତି ଘୋମି । କାଭିଡ-୧୯ ମହାମାରୀ ସଂପୂର୍ଣ୍ଣ ନିୟନ୍ତ୍ରଣ ହେଲେ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ ପୁଣି ଥରେ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରାଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ହିଁ ଭାରତରେ ମହରମ ଶୋକ ପାଳନ ହେବା ଦରକାର ବୋଲି କହିଛନ୍ତି ଘୋମି । ସେ କହିଛନ୍ତି ଯେ, ଇରାନର ସୁପ୍ରିମ ଲିଡର ଆୟୋତୋଲ୍ଲା ଖୋମିନୀ କୋଭିଡ କଟକଣା ମାନି ଉଦାହରଣ ସୃଷ୍ଟି କରିଛନ୍ତି । ମାନବ ଜୀବନର ସୁରକ୍ଷା ହିଁ ସର୍ବୋଚ୍ଚ ପ୍ରାଥମିକତା ଓ ଏହା ହିଁ ଇମାମ ହୁସେନଙ୍କ ବଳିଦାନର ସାରମର୍ମ ବୋଲି ଘୋମି କହିଛନ୍ତି ।

-ଖୁର୍ସିଦ ୱାନି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.