ETV Bharat / bharat

ଦିଲ୍ଲୀ କମିଶନର ଭାବେ ମଙ୍ଗ ସମ୍ଭାଳିଲେ ଏସଏନ ଶ୍ରୀବାସ୍ତବ - sn srivastav

ଦିଲ୍ଲୀ କମିଶନର ଭାବେ ନିଯୁକ୍ତ ହେଲେ ଏସଏନ ଶ୍ରୀବାସ୍ତବ । ପୂର୍ବରୁ ଦିଲ୍ଲୀର ପୋଲିସ କମିଶନର ଥିଲେ ଓଡିଆ ପୁଅ ଅମୂଲ୍ୟ ପଟ୍ଟନାୟକ । ଅଧିକ ପଢନ୍ତୁ...

IPS officer SN Shrivastava takes charge as Delhi Police Commissioner
ଦିଲ୍ଲୀ କମିଶନର ଭାବେ ମଙ୍ଗ ସମ୍ଭାଳିଲେ ଏସଏନ ଶ୍ରୀବାସ୍ତବ
author img

By

Published : Mar 1, 2020, 4:43 AM IST

ନୂଆଦିଲ୍ଲୀ: ନାଗରିକତା ଆଇନ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ସ୍ଥିତିରେ । ଏପର୍ଯ୍ୟନ୍ତ ପ୍ରାୟ 42ଜଣଙ୍କର ଗଲାଣି ପ୍ରାଣ । ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ଦେଖିବାକୁ ମିଳିଥିବା ବେଳେ ଦିଲ୍ଲୀ କମିଶନର ଭାବେ ମଙ୍ଗ ସମ୍ଭାଳିଛନ୍ତି 1985 ବ୍ୟାଚର ଆଇପିଏସ ଏସ.ଏନ ଶ୍ରୀବାସ୍ତବ ।

ଦିଲ୍ଲୀ କମିଶନର ଭାବେ ମଙ୍ଗ ସମ୍ଭାଳିଲେ ଏସଏନ ଶ୍ରୀବାସ୍ତବ

ପୂର୍ବରୁ ଦିଲ୍ଲୀର ପୋଲିସ କମିଶନର ଥିଲେ ଓଡିଆ ପୁଅ ଅମୂଲ୍ୟ ପଟ୍ଟନାୟକ । ସେ ଆଜି ଅବସର ନେବା ପରେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଏସ.ଏନ ଶ୍ରୀବାସ୍ତବ। ପୂର୍ବରୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲରେ ସ୍ବତନ୍ତ୍ର ପୁଲିସ କମିଶନର ଥିବା ସମୟରେ ଶ୍ରୀବସ୍ତବ ଆଇପିଏଲ ମ୍ୟାଚ୍‌ ଫିକ୍ସିଂର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ।

ଆଜି ଦାୟିତ୍ବ ଗ୍ରହଣ ପରେ ସେ ଦିଲ୍ଲୀର ହିଂସାକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏହାସହ ଅପରାଧ ଜଗତରେ ମାତମ ମଚାଇଥିବା ଅପରାଧୀଙ୍କୁ ମଧ୍ୟ କରିବେ ସାବାଡ । ପୋଲିସ ମନ୍ତ୍ରଣାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.